ଗଛ ବିନା ଶ୍ରୀହୀନ ରାଜପଥ

ଢେଙ୍କାନାଳ ଅଫିସ, ୧୯।୬
ଜାତୀୟ ରାଜପଥ (ଏନ୍‌ଏଚ୍‌) ଉପରେ ନିର୍ଭର କରେ ଦେଶର ଆର୍ଥିକ ପ୍ରଗତି। ଆନ୍ତଃଜିଲା ଏବଂ ଆନ୍ତଃରାଜ୍ୟ ଗମନାଗମନ ବ୍ୟବସ୍ଥାକୁ ଉନ୍ନତ କରିବା, ବାଣିଜ୍ୟ ବ୍ୟବସାୟ ଲାଗି ମାର୍ଗ ପ୍ରଶସ୍ତ କରିବାକୁ ସରକାର ଏନ୍‌ଏଚ୍‌ ନିର୍ମାଣ ତଥା ସମ୍ପ୍ରସାରଣ କରିବା ଦିଗରେ ଅଜସ୍ର ଅର୍ଥ ବ୍ୟୟ କରୁଛନ୍ତି। ହେଲେ ରାସ୍ତା ନିର୍ମାଣ ବେଳେ କଟାଯାଇଥିବା ଗଛର କ୍ଷତି ଭରଣା ହୋଇପାରୁନାହିଁ। ପ୍ରକଳ୍ପ କାର୍ଯ୍ୟରେ ଅହେତୁକ ବିଳମ୍ବ ରାସ୍ତାପାର୍ଶ୍ୱ ବନୀକରଣରେ ବାଧକ ସାଜିଥିବାବେଳେ ଗଛ ବିନା ଶ୍ରୀହୀନ ହୋଇପଡ଼ିଛି ଢେଙ୍କାନାଳ ଜିଲାର ୫୫ନଂ. ରାଜପଥ। ଉକ୍ତ ପ୍ରକଳ୍ପ ନିର୍ମାଣରେ ୧୧ହଜାର ୭୦୦ ଗଛ କଟାଯାଇଥିବାବେଳେ ଗତ ୫ ବର୍ଷ ଭିତରେ ଗୋଟିଏ ବି ଲାଗିପାରିନି, ଯାହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି ପରିବେଶବିତ୍‌।
ଏକଦା ଢେଙ୍କାନାଳ ଜିଲା ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଅସଂଖ୍ୟ ଗଛ ପଥଚାରୀଙ୍କ କ୍ଲାନ୍ତି ମେଣ୍ଟାଉଥିଲା। ହେଲେ ଏବେ ପରିସ୍ଥିତି ବଦଳିଯାଇଛି। ଏନ୍‌ଏସ୍‌ ସମ୍ପ୍ରସାରଣରେ ପର୍ଯ୍ୟାୟକ୍ରମେ ୧୧ହଜାର ୭୦୦ ଗଛ କଟାଯାଇଛି। ଯେଉଁ ରାସ୍ତାରେ ଘଞ୍ଚ ବୃକ୍ଷରାଜି ଲାଗି ଖରାଦିନେ ସୂର୍ଯ୍ୟ କିରଣ ପଡ଼ିବା କଷ୍ଟକର ହେଉଥିଲା, ସେଠାରେ ଖରାଦିନେ ବାଟୋଇ ଛାଇ ଟିକିଏ ପାଉନାହାନ୍ତି। ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ ବନ ବିଭାଗର ଚାରା ରୋପଣରେ ସମସ୍ୟା ସୃଷ୍ଟି କରିଥିବାବେଳେ ପରିବେଶର ଏଭଳି ଅବକ୍ଷୟ ଚିନ୍ତାଜନକ ହୋଇଛି।
ସୂଚନାଯୋଗ୍ୟ, ଢେଙ୍କାନାଳ ସଦର ଥାନା ବଦଳଦିଆବନ୍ଧଠାରୁ ଓଡ଼ାପଡ଼ା ବ୍ଲକର ମେରାମଣ୍ଡଳୀ ପର୍ଯ୍ୟନ୍ତ ଏନ୍‌ଏଚ୍‌ ୫୫ର ପ୍ରାୟ ୬୦ କିଲୋମିଟର ରାସ୍ତା ସମ୍ପ୍ରସାରଣ ଚାଲିଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରୁ ଶାଳ, ପିଆଶାଳ, ଶିଶୁ, ଶାଗୁଆନ, ବର, ଆମ୍ବ, ନିମ୍ବ, ବଡ ଚାକୁଣ୍ଡା, ଜାମୁ ଭଳି ମୂଲ୍ୟବାନ ଗଛ କାଟି ପଦା କରିଦିଆଯାଇଛି। ନିୟମ ଅନୁଯାୟୀ, ଯେତିକି ଗଛ କଟାଯିବ ଜଙ୍ଗଲ ଜମି କ୍ଷେତ୍ରରେ ଏହାର ୨ ଗୁଣା ଏବଂ ଅଣ ଜଙ୍ଗଲ ଜମି କ୍ଷେତ୍ରରେ ୧୦ ଗୁଣା ଚାରା ରୋପଣ କରାଯିବାକୁ ଗାଇଡ୍‌ ଲାଇନ୍‌ ରହିଛି। ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣରେ ଅଣଜଙ୍ଗଲ ଜମିରୁ ୧୧ ହଜାର ୭୦୦ ଗଛ କଟାଯାଇଛି। ତଦନୁଯାୟୀ ୧ଲକ୍ଷ ୭୦ହଜାର ଚାରା ରୋପଣ କରାଯିବା କଥା। ଏଥିଲାଗି ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ବନ ବିଭାଗକୁ ଅର୍ଥ ପ୍ରଦାନ କରାଯାଇଛି। କିନ୍ତୁ ପ୍ରକଳ୍ପ ଶେଷ ହୋଇପାରୁ ନ ଥିବାରୁ ଚାରା ରୋପଣରେ ଅନିଶ୍ଚିତତା ଲାଗି ରହିଛି।
ସୂଚନାଯୋଗ୍ୟ, ୫୫ନଂ. ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ୨୦୨୦ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। କରୋନା ମହାମାରୀ କାରଣରୁ ଏଥିରେ ବିଳମ୍ବ ହୋଇଥିଲା। ଏହାପରେ ପୁନର୍ବାର ୨୦୨୧ ସେପ୍ଟେମ୍ବର ସୁଦ୍ଧା ପ୍ରକଳ୍ପ ଶେଷ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷ ଯୋଜନା କରିଥିଲେ। ତେବେ କରୋନାର ଦ୍ୱିତୀୟ ଲହର ଏବଂ ଏବେ ବର୍ଷା ଆରମ୍ଭ ହୋଇସାରିଥିବାରୁ କାର୍ଯ୍ୟ କେବେ ସରିବ ତାହା ସ୍ପଷ୍ଟ ହୋଇପାରୁନାହିଁ। ତେଣୁ ବନ ବିଭାଗ ପକ୍ଷରୁ ଅଦ୍ୟାବଧି କାର୍ଯ୍ୟ ଶେଷ ହୋଇଥିବା ରାସ୍ତା ପାର୍ଶ୍ୱରେ ଚାରା ରୋପଣ କରିବାକୁ ପରିବେଶପ୍ରେମୀମାନେ ଦାବି କରିଛନ୍ତି।
ଛାଇ ଖୋଜୁଛନ୍ତି ପଥଚାରୀ
ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ପୁରୁଣା ମୂଲ୍ୟବାନ ଗଛକାଟି ପଦା କରିଦିଆଗଲା। ଏନ୍‌ଏଚ୍‌ କାର୍ଯ୍ୟ ପାଇଁ ପରିବେଶ ଶ୍ରୀହୀନ ହୋଇପଡ଼ିଛି। ରାସ୍ତା କଡ଼ରେ ସାମୟିକ ବିଶ୍ରାମ ନେବା ଲାଗି ପଥଚାରୀ ଛାଇ ଖୋଜୁଛନ୍ତି। ୫ବର୍ଷ ହେଲା ଚାରା ରୋପଣ କାର୍ଯ୍ୟ ହୋଇପାରୁନାହିଁ।
-ସୁରେନ୍ଦ୍ର ମିଶ୍ର, ଆଇନଜୀବୀ
ପ୍ରକଳ୍ପ ସରିଲେ ଚାରାରୋପଣ
୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପ୍ରକଳ୍ପ କାର୍ଯ୍ୟ ଶେଷ ହେଉନାହିଁ। ଫଳରେ ଚାରା ରୋପଣ କରିବାରେ ସମସ୍ୟା ଉପୁଜୁଛି। ଚାରା ଲଗାଇବା ଲାଗି ଏନ୍‌ଏଚ୍‌ଏଆଇ ଟଙ୍କା ଡିପୋଜିଟ୍‌ କରି ସାରିଲେଣି। ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ ବନ ବିଭାଗ ପକ୍ଷରୁ ଚାରା ରୋପଣ କରାଯିବ।
– ଡ. ପ୍ରକାଶଚାନ୍ଦ ଗୋଗିନେନି, ଡିଏଫ୍‌ଓ

ରାଜ୍ୟ ସରକାର ଗୁରୁତ୍ୱ ଦେବା ଜରୁରୀ
କୌଣସି ପ୍ରକଳ୍ପ ଲାଗି ଗଛ କଟାଗଲେ ଚାରା ରୋପଣ କରି କ୍ଷତି ଭରଣା କରାଯିବ ବୋଲି କେନ୍ଦ୍ରୀୟ ଗାଇଡ୍‌ ଲାଇନ୍‌ ରହିଛି। ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣରେ କଟାଯାଇଥିବା ଗଛ ସ୍ଥାନରେ ନୂଆ ଚାରା ଲଗାଇବାକୁ ଜାଗା ନିରୂପଣ ସରିଛି। ହେଲେ ଅଦ୍ୟାବଧି ଗଛ ଲାଗୁନାହିଁ। ମୌସୁମୀ ବର୍ଷା ବନୀକରଣ ଲାଗି ପ୍ରକୃଷ୍ଠ ସମୟ ହୋଇଥିବାବେଳେ ଏଥି ଲାଗି ରାଜ୍ୟ ସରକାର ଗୁରୁତ୍ୱ ଦେବା ଜରୁରୀ।
– ପ୍ରଦ୍ୟୁମ୍ନ ରଥ, ପରିବେଶବିତ୍‌


Enter your email to get our daily news in your inbox.

All Right Reserved By Dharitri.Com

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ଏହି ମାସରେ ମଦ ଦୋକାନ ପାଇଁ ହେବ ଲଟେରୀ, ସୂଚନା ଦେଇ ଅବକାରୀ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୭।୩: ଜିଲାପାଳଙ୍କ ଉପସ୍ଥିତିରେ ଏପ୍ରିଲରେ ମଦ ଦୋକାନ ପାଇଁ ଲଟେରୀ ହେବ। ଏନେଇ ଶୁକ୍ରବାର ସୂଚନା ଦେଉଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଆବଶ୍ୟକ…

ରାମନବମୀରେ ନନ୍ଦପୁର ଚଳଚଞ୍ଚଳ: ରାମ-ସୀତାଙ୍କ ବିବାହ ନୀତି ପରେ…

ନନ୍ଦପୁର,୨୭ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳ ରାମନବମୀ ପାଳନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି। ନନ୍ଦପୁର ଗଉଡ଼ ସାହି ସ୍ଥିତ ଐତିହାସିକ ରାମମନ୍ଦିର ଓ ରାମଲୀଳା…

ଗଞ୍ଜାମ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଡ. ପ୍ରବୀଣ ଭାଇ ତୋଗଡ଼ିଆ: ଦେବେ ଉଦ୍‌ବୋଧନ 

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରକୁ ପ୍ରଥମ ଥର ପାଇଁ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧ୍ୟକ୍ଷ ତଥା ଅଗଣିତ ହିନ୍ଦୁ ମାନଙ୍କ ହୃଦୟର ମଣିଷ ଡ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri