ଧରାପଡ଼ିଲା ହାଇଓ୍ବେ ଲୁଟେରା ଗ୍ୟାଙ୍ଗ୍‌

ଖୋର୍ଦ୍ଧା ଅଫିସ,୬ା୪: ଖୋର୍ଦ୍ଧା ପୋଲିସ ମଙ୍ଗଳବାର ଏକ ହାଇଓ୍ବେ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗ୍‌ର ଜଣେ ନାବାଳକ ସମେତ ୫ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଜଟଣୀ ଥାନା ବେଣାପଞ୍ଜୁରୀ ଗ୍ରାମର ଅମଜାଦ୍‌ ଖାନ ଓରଫ କ୍ରିଷ୍ଣା ଓରଫ ସୋନୁ(୨୩), ଏସ୍‌.କେ ଜୁମା(୨୬), ଏମଡି. ଅଖତର ଏବଂ ବେଗୁନିଆ ଥାନା ଗଡମାଣିତ୍ରୀର ଶଙ୍କର ଓରଫ ପୁରୁଷୋତ୍ତମ ବାରିକ। ଏମାନଙ୍କ ନିକଟରୁ ୧ବୋଲେରୋ,୨ଟନ ଲୁହା ତାର, ୨ଟି ପିକଅପ ଭ୍ୟାନ୍‌, ୯୮ଟି ଗିଫ୍ଟ ସାମଗ୍ରୀ, ୫ଟି ଛେଳି, ୯ଟି ମେଣ୍ଢା, ବାଇକ ଓ ଖଣ୍ଡା ଜବତ ହୋଇଛି। ସମସ୍ତ ଜବତ ସମ୍ପତ୍ତିର ମୂଲ୍ୟ ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ମଙ୍ଗଳବାର ସଦର ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି ସୂଚନା ଦେଇଛନ୍ତି।
ପହିଙ୍କ ସୂଚନା ମୁତାବକ, ଗତ ମାର୍ଚ୍ଚ ୨୯ ରେ ବିଶାଖାପାଟଣାରୁ ଭୁବନେଶ୍ୱରକୁ ଏକ ପିକଅପ୍‌ ଭ୍ୟାନ(ଏପି ୩୯ ଓ୍ବାଇ-୩୨୯୪)ରେ ୩ଟନରୁ ଊର୍ଦ୍ଧ୍ୱ ଉଚ୍ଚ କ୍ଷମତାସମ୍ପନ୍ନ ଲୁହା ତାର ନେଇ ଏମ୍‌.ସତ୍ୟନାରାୟଣ ଯାଉଥିଲେ। ସଦର ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ଓସିସି ଛକରେ କେତେଜଣ ଦୁର୍ବୃତ୍ତ ତାଙ୍କୁ ଭୟଭୀତ କରାଇ ମୋବାଇଲ ଫୋନ ସହ ପିକ୍‌ଅପ ଭ୍ୟାନ ବୋଝେଇ ଲୁହା ତାର ଲୁଟି ନେଇଥିଲେ। ଏନେଇ ସଦର ଥାନାରେ ଏକ ମାମଲା (ନଂ.୫୦/୨୨) ରୁଜୁ ହୋଇଥିଲା। ସେହିପରି ମାର୍ଚ୍ଚ ୧୮ରେ ପିପିଲି ମାଟିଆପଡାର ଛବି ପ୍ରଧାନ ପୁରୀରୁ ବ୍ରହ୍ମପୁରକୁ ଏକ ପିକ୍‌ଅପ ଭ୍ୟାନ(ଓଡି ୩୩ପି ୪୭୪୧)ରେ ବିଭିନ୍ନ ଦେବଦେବୀଙ୍କ ଫଟୋ ଓ ଗିଫ୍ଟ ସାମଗ୍ରୀ ଧରି ଯାଉଥିଲେ। ରାତି ପ୍ରାୟ ସାଢେ ୮ଟାରେ ୭ଜଣ ଦୁର୍ବୃତ୍ତ ତାଙ୍କ ବେକରେ ଖଣ୍ଡା ଲଗାଇ ମୋବାଇଲ ଫୋନ, ପିକଅପଭ୍ୟାନ ସହ ସାମଗ୍ରୀ ଲୁଟି ନେଇଥିଲେ। ଏନେଇ ଥାନାରେ ଏକ ମାମଲା(ନଂ. ୫୩/୨୨)ରୁଜୁ ହୋଇଥିଲା। ଏହି ଖବରଦାତା ସମ୍ମିଳନୀରେ ସଦର ଏସ୍‌ଡିପିଓ ସୁଶୀଲ କୁମାର ମିଶ୍ର, ସଦର ଥାନାଧିକାରୀ ଅନିତା ସାହୁ, ଜଙ୍କିଆ ଥାନାଧିକାରୀ ଦିଗ୍‌ବିଜୟ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।
ଆରମ୍ଭ ହୋଇଥିଲା ସ୍ବତନ୍ତ୍ର ଡ୍ରାଇଭ
ଜାତୀୟ ରାଜପଥର ବିଭିନ୍ନ ଛକରେ ଲୁଟପାଟ ନେଇ ବାରମ୍ବାର ଅଭିଯୋଗ ପରେ ଆରମ୍ଭ ହୋଇଥିଲା ସ୍ବତନ୍ତ୍ର ଡ୍ରାଇଭ। ବାଲୁଗଁା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ, ସଦର ଏସ୍‌ଡିପିଓ ସୁଶୀଲ ମିଶ୍ରଙ୍କ ତତ୍ତ୍ୱାବଧାନରେ ଦୁଇଟି ସ୍ବତନ୍ତ୍ର ଟିମ ଗଠନ କରାଯାଇ ଅପରେସନ ଆରମ୍ଭ ହୋଇଥିଲା। ଏହି ଟିମରେ ସଦର ଥାନାଧିକାରୀ ଅନିତା ସାହୁ, ଜଙ୍କିଆ ଆଇଆଇସି ଦିଗବିଜୟ ବିଶ୍ୱାଳ, ବେଗୁନିଆ ଆଇଆଇସି ଲକ୍ଷ୍ମୀ ପ୍ରସାଦ ଶତପଥୀ, ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ, ଏସ୍‌ଆଇ ରଶ୍ମିରଞ୍ଜନ ଦାଶ, ପି.ଏଲ୍‌ ପ୍ରଧାନ, ଏଏସ୍‌ଆଇ ତପନ ପ୍ରଧାନ, ରାମଚନ୍ଦ୍ର ମିଶ୍ର, ଦେବିପ୍ରସାଦ ରଥଙ୍କ ସମେତ ସ୍ପେଶାଲ ସ୍କ୍ବାଡ୍‌ ଟିମ ରହିଥିଲେ। ଏହି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଉପରୋକ୍ତ ଅଭିଯୁକ୍ତଙ୍କୁ ଧରିଥିଲା।
ଏକାଧିକ ମାମଲାରେ ସମ୍ପୃକ୍ତି
ଅଭିଯୁକ୍ତଙ୍କୁ ଜେରା ବେଳେ ଏମାନେ ବିଭିନ୍ନ ମାମଲାରେ ସମ୍ପୃକ୍ତି ରହିଥିବା ଜଣାପଡିଥିଲା। ଗତ ମାର୍ଚ୍ଚ ୨୬ ରାତିରେ ବେଗୁନିଆ ଥାନା ଅନ୍ତର୍ଗତ ଗୋଡା ଗ୍ରାମରୁ ଚୋରି ହୋଇଥିବା ଛେଳି ଚୋରି ଏବଂ ଆକ୍ରମଣ ଘଟଣା(ନଂ.୭୭/୨୨ରେ), ସେହି ତାରିଖ ରାତିରେ ଲୋକିପୁର ଗ୍ରାମରୁ ୯ଟି ଛେଳି ଚୋରି ଘଟଣା(ନଂ.୭୮/୨୨)ଏବଂ ମାର୍ଚ୍ଚ ୨୫ ରାତିରେ ନାରାୟଣି ପାଟଣା ଗ୍ରାମରୁ ୧୦ଟି ମେଣ୍ଢା ଚୋରି ଘଟଣା(ନଂ.୭୯/୨୨)ରେ ଅମଜାଦ ଖାନ ଏବଂ ପୁରୁଷୋତମ ବାରିକଙ୍କ ସମ୍ପୃକ୍ତି ରହିଛି। ସେହିପରି ମାର୍ଚ୍ଚ ୨୬ ତାରିଖ ନୟାଗଡ ଜିଲା ଚାନ୍ଦପୁର ଥାନା ଅନ୍ତର୍ଗତ ରାଇପଡା କ୍ରସର ଛକରୁ ବୋଲେରେ ଚୋରି କରି ନେଇଥିବା ନେଇ ଥାନା (ନଂ.୩୭/୨୨)ରେ ଏକ ମାମଲା ରୁଜୁ ହୋଇଥିଲା। ଏଥିରେ ଅମଜାଦଙ୍କ ସମେତ ୫ଜଣଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଛି।
ଅମଜାଦ ଓ ଜୁମା ପେସାଦାର ଅପରାଧୀ
ଅମଜାଦ ଖାନ ଏବଂ ଏସ୍‌.କେ. ଜୁମା ହେଉଛନ୍ତି ପେସାଦାର ଅପରାଧୀ। ଏମାନଙ୍କର ଗ୍ୟାଙ୍ଗ ରହିଛି। ଏହି ଗ୍ୟାଙ୍ଗ ଜାତୀୟ ରାଜପଥରେ ଲୁଟପାଟ କରିଥାନ୍ତି। ବିଭିନ୍ନ ଥାନାରେ ଏମାନଙ୍କ ବିରୋଧରେ ମାମଲା ରହିଥିବା ବେଳେ ବିଭିନ୍ନ ଅପରାଧରେ ଜଡିତ ରହିଛନ୍ତି। ଅମଜାଦଙ୍କ ନାମରେ ଜଟଣୀ ଥାନାରେ ୬ଟି, ଖୋର୍ଦ୍ଧା ଟାଉନ ଥାନାରେ ୪, ଚାନ୍ଦପୁରରେ ଗୋଟିଏ, ବେଗୁନିଆରେ ୩ ଏବଂ ନିରାକାରପୁର ଥାନାରେ ଗୋଟିଏ ମୋଟ ୧୫ଟି ମାମଲା ରହିଛି। ସେହିପରି ଏସ.କେ ଜୁମାଙ୍କ ବିରୋଧରେ ଜଟଣୀ ଥାନାରେ ୫ଟି, ଖଣ୍ଡିଗିରି ଓ ନିରାକାରପୁର ଥାନାରେ ଗୋଟିଏ ଲେଖାଏ ମୋଟ ୭ଟି ମାମଲା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ଯୁଦ୍ଧବିରତିରେ ଏହି ଦେଶର ବଲ୍ଲେବଲ୍ଲେ, ଆଦାୟ କରିବ ହର୍ମୁଜ ଉପରେ ଶୁଳ୍କ

ଓ୍ବାଶିଂଟନ୍‌,୮।୪: ପଶ୍ଚିମ ଏସିଆରେ ପାଞ୍ଚ ସପ୍ତାହରୁ ଅଧିକ ସମୟ ଧରି ଲାଗି ରହିଥିବା ଯୁଦ୍ଧର ନିଆଁ ଶେଷରେ ଥଣ୍ଡା ପଡ଼ିଛି। ଆମେରିକା ଏବଂ ଇରାନ ଦୁଇ ସପ୍ତାହ…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri