Posted inଖେଳ

ଟି୨୦ରେ ଅଧିନାୟକ କୋହଲିଙ୍କ ରେକର୍ଡ

ନୂଆଦିଲ୍ଲୀ, ୧୬।୯: ଟି୨୦ ଅଧିନାୟକ ଭାବେ ଆଗାମୀ ବିଶ୍ୱକପ୍‌ ହେବ ବିରାଟ କୋହଲିଙ୍କ ଶେଷ ପ୍ରତିଯୋଗିତା। ଏହି ଫର୍ମାଟରେ ନେତୃତ୍ୱ ନେବାରେ ତାଙ୍କର ରେକର୍ଡ ଯଥେଷ୍ଟ ଭଲ। ୨୦୦୭ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ଟି୨୦ ବିଶ୍ୱକପ ଜିତିଥିଲେ ହେଁ ଅଧିନାୟକ କୋହଲିଙ୍କ କାର୍ଯ୍ୟକାଳରେ ଭାରତର ବିଜୟ ପ୍ରତିଶତ ଅଧିକ। କୋହଲିଙ୍କ ନେତୃତ୍ୱରେ ଭାରତ ୪୫ଟି ମ୍ୟାଚ ଖେଳିଥିବାବେଳେ ୨୭ଟିରେ ବିଜୟ ହାସଲ କରିଛି। ୨ଟି ଗେମ୍‌ ଟାଇ ରହିଥିବାବେଳେ ସମାନ ସଂଖ୍ୟକ ମ୍ୟାଚ ବାତିଲ ହୋଇଛି। ଏହାକୁ ହିସାବକୁ ନେଲେ କୋହଲିଙ୍କ ନେତୃତ୍ୱରେ ଭାରତ ୬୫.୧୧ ପ୍ରତିଶତ ଟି୨୦ ମ୍ୟାଚ୍‌ ଜିତିଛି।

କୋହଲିଙ୍କ ନେତୃତ୍ୱରେ ଭାରତ ଏ ପର୍ଯ୍ୟନ୍ତ କୌଣସି ଆଇସିସି ଟ୍ରଫି ଜିତିପାରି ନାହିଁ। ହେଲେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ସିରିଜ ବିଜୟ ତାଙ୍କ ନେତୃତ୍ୱ ନେବାର ଦକ୍ଷତାକୁ ଦର୍ଶାଏ।

୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିରାଟଙ୍କ ନେତୃତ୍ୱରେ ଭାରତ ୨-୧ରେ ସିରିଜ ଜିତିଥିଲା। ସେହିବର୍ଷ ଶକ୍ତିଶାଳୀ ଇଂଲଣ୍ଡ ଗସ୍ତରେ ୨-୧ରେ ସିରିଜ୍‌ ଜିତିଥିଲା ଟିମ୍‌ ଇଣ୍ଡିଆ। ୨୦୧୯-୨୦ରେ ବିଦେଶ ମାଟିରେ ଭାରତକୁ ମିଳିଥିଲା ବୃହତ୍‌ ବିଜୟ। ଏହି ବର୍ଷ କୋହଲି ବାହିନୀ ନ୍ୟୁଜିଲାଣ୍ଡକୁ ୫-୦ରେ ପରାସ୍ତ କରିଥିଲା। ୨୦୨୦ରେ ଦିନିକିଆ ସିରିଜ ହାରିବା ପରେ ଭାରତ ସଫଳ ପ୍ରତ୍ୟାବର୍ତ୍ତନ କରି ଟି୨୦ ସିରିଜକୁ ୨-୧ରେ ଜିତିଥିଲା। ନିକଟ ଅତୀତରେ ତାରକା ଖେଳାଳିରେ ଖଚିତ ଇଂଲଣ୍ଡକୁ ଭାରତ ୩-୨ରେ ହରାଇଥିଲା ଏବଂ କୋହଲି ପ୍ଲେୟର ଅଫ୍‌ ଦି ସିରିଜ ବିବେଚିତ ହୋଇଥିଲେ। କୋହଲି ଏବେ ଟି୨୦ରେ ୩୧୫୯ ରନ କରି ଅଗ୍ରଣୀ ସ୍କୋରର ଅଛନ୍ତି। ତାଙ୍କ ଆଭରେଜ ହେଉଛି ୫୨.୬୫ ଓ ସର୍ବାଧିକ ସ୍କୋର ୯୪*।


Enter your email to get our daily news in your inbox.

All Right Reserved By Dharitri.Com

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri