ଉଚ୍ଚ ଶିକ୍ଷାନୁଷ୍ଠାନ ବର୍ଷକୁ ୨ଥର ନାମଲେଖା କରିପାରିବେ

ଭୁବନେଶ୍ୱର, ୧୨।୬(ଅସମାପିକା ସାହୁ):ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଏଣିକି ବର୍ଷକୁ ଦୁଇଥର ନାମଲେଖା କରିପାରିବେ। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଅନୁମତି ଦେଇଛି। ୨୦୨୪-୨୫ ଶିକ୍ଷାବର୍ଷରୁ ଏହା ଲାଗୁ ହେବ। ୟୁଜିସି ମୁଖ୍ୟ ଜଗଦେଶ କୁମାର କହିଛନ୍ତି, ବିଦେଶରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ଭଳି ଭାରତୀୟ ଉଚ୍ଚ ଶିକ୍ଷାନୁଷ୍ଠାନରେ ଦୁଇଥର ନାମଲେଖା ହେଲେ ବହୁ ଛାତ୍ରୀଛାତ୍ର ଉପକୃତ ହୋଇପାରିବେ। ଜୁଲାଇ-ଅଗଷ୍ଟ ଏବଂ ଜାନୁଆରୀ-ଫେବୃଆରୀରେ ନାମଲେଖା ପ୍ରକ୍ରିୟା କରାଯାଇପାରିବ। ନାମଲେଖାରୁ ବଞ୍ଚତ୍ତ ହେଉଥିବା ଛାତ୍ରୀଛାତ୍ରଙ୍କୁ ଆଉ ଏକବର୍ଷ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ବୋର୍ଡ ରେଜଲ୍ଟ ପ୍ରକାଶ ହୋଇ ନ ଥିବାରୁ, ସ୍ବାସ୍ଥ୍ୟ ସମସ୍ୟା କିମ୍ବା କୌଣସି ବ୍ୟକ୍ତିଗତ କାରଣରୁ ଯେଉଁ ଛାତ୍ରୀଛାତ୍ର ପ୍ରଥମ ପର୍ଯ୍ୟାୟରେ ନାମଲେଖାଇ ପାରି ନ ଥିବେ, ସେମାନେ ଦ୍ୱିତୀୟ ପର୍ଯ୍ୟାୟରେ ନାମ ଲେଖାଇପାରିବେ। ସେହିଭଳି ବର୍ଷକୁ ଦୁଇଥର ନାମଲେଖା ହେଲେ କମ୍ପାନୀଗୁଡ଼ିକ ମଧ୍ୟ ବର୍ଷକୁ ଦୁଇଥର କ୍ୟାମ୍ପସ ନିଯୁକ୍ତି ଦେଇପାରନ୍ତି ବୋଲି ଜଗଦେଶ କୁମାର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ବିଶ୍ୱବ୍ୟାପୀ ବିଶ୍ୱବିଦ୍ୟାଳୟଗୁଡ଼ିକ ବର୍ଷକୁ ଦୁଇଥର ନାମଲେଖା ପ୍ରକ୍ରିୟା ଅନୁସରଣ କରୁଛନ୍ତି। ଯଦି ଭାରତୀୟ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ଏହାକୁ ଅନୁସରଣ କରନ୍ତି, ତେବେ ଆମର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ସେମାନଙ୍କ ଅନ୍ତର୍ଜାତୀୟ ସହଯୋଗ ଏବଂ ଛାତ୍ର ବିନିମୟକୁ ବଢ଼ାଇ ପାରିବେ। ଫଳରେ ଆମେ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଓ ବିଶ୍ୱବିସ୍ତରୀୟ ଶିକ୍ଷାଗତ ଯୋଗ୍ୟତାରେ ସମାସ୍କନ୍ଧ ହୋଇପାରିବୁ। ତେବେ ଏଥିପାଇଁ ଶିକ୍ଷାନଷ୍ଠାନଗୁଡିକରେ ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ଭିତ୍ତିଭୂମି ବିକାଶ କରିବାକୁ ହେବ। ପର୍ଯ୍ୟାପ୍ତ ସଂଖ୍ୟାରେ ଫାକଲ୍‌ଟି, କର୍ମଚାରୀ ଥିଲେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ଏହାକୁ ଲାଗୁ କରିପାରିବେ। ତେବେ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ବର୍ଷକୁ ଦୁଇଥର ନାମଲେଖା ବାଧ୍ୟତାମୂଳକ ହେବ ନାହିଁ ବୋଲି ଜଗଦେଶ ସ୍ପଷ୍ଟ କରିଛନ୍ତି। ୟୁଜିସି ବର୍ଷକୁ ଦୁଇଥର ନାମଲେଖା ପାଇଁ ଅନୁମତି ଦେଇଛି। ଯେଉଁ ଉଚ୍ଚଶିକ୍ଷାନୁଷ୍ଠାନ ସେମାନଙ୍କର ଛାତ୍ରୀଛାତ୍ରଙ୍କ ସଂଖ୍ୟା ବୃଦ୍ଧି କରିବାକୁ କିମ୍ବା କୌଣସି ନୂଆ ପାଠ୍ୟକ୍ରମ ସାମିଲ କରିବା ପାଇଁ ଚାହୁଁଥିବେ, ସେମାନେ ଏହାର ସୁଯୋଗ ନେଇପାରିବେ। କିନ୍ତୁ ଏଥିପାଇଁ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ସେମାନଙ୍କ ଆନୁଷ୍ଠାନିକ ନିୟମରେ ଉପଯୁକ୍ତ ସଂଶୋଧନ କରିବା ଆବଶ୍ୟକ ବୋଲି ଜଗଦେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri