ବିଶ୍ୱବିଦ୍ୟାଳୟକୁ ଅବସରପ୍ରାପ୍ତ ପ୍ରାଧ୍ୟାପକ ଭରସା

ଭୁବନେଶ୍ୱର,୧୧।୨(ଅସମାପିକା ସାହୁ)ରାଜ୍ୟରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାବେଳେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନିୟମିତ ନିଯୁକ୍ତି ନ ଥିବାରୁ ପଦବୀ ଖାଲିପଡ଼ୁଛି। ମିଳିଥିବା ତଥ୍ୟ ଅନୁସାରେ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୭ ବିଶ୍ୱବିଦ୍ୟାଳୟରେ ୧୮୦୧ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ମଞ୍ଜୁର ରହିଛି। ହେଲେ ଏବେ ସେଥିରୁ ମାତ୍ର ୭୨୧ଟି ପଦବୀ ପୂରଣ ହୋଇଛି। ଅର୍ଥାତ୍‌ ୬୦% ଶିକ୍ଷକ ପଦବୀ ଖାଲିପଡ଼ିଛି। ଏପରି କି ଏଥିମଧ୍ୟରେ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ଏପର୍ଯ୍ୟନ୍ତ କୌଣସି ନିୟମିତ ପଦବୀ ମଞ୍ଜୁର ହୋଇନାହିଁ। ତେଣୁ ଆବଶ୍ୟକ ପ୍ରାଧ୍ୟାପକ ନ ଥିବାରୁ ଉତ୍ତମ ଗୁଣବତ୍ତା ସମ୍ପନ୍ନ ଶିକ୍ଷାଦାନ ବ୍ୟାଘାତ ହେଉଛି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଏହାକୁ ଭରଣା କରିବା ପାଇଁ ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କୁ ନିୟୋଜିତ କରିବା ପାଇଁ ଯୋଜନା କରିଛନ୍ତି। ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ପ୍ରଫେସର ପଦବୀ ପୂରଣ ନିମନ୍ତେ ଅବସରପ୍ରାପ୍ତ ଆସୋସିଏଟ ପ୍ରଫେସର/ ପ୍ରଫେସର/ ଆଡ୍‌ଜଙ୍କ୍‌ଟ ବା ପାର୍ଟ ଟାଇମ୍‌/ ଗେଷ୍ଟ ଫାକଲ୍‌ଟି/ ପ୍ରଫେସର ଏମିରିଟସ/ ପ୍ରଫେସର ଅଫ୍‌ ପ୍ରାକ୍ଟିସଙ୍କୁ ନିୟୋଜିତ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଗତ ୧ତାରିଖରେ ଚିଠି କରିଛି। ତୁରନ୍ତ ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କୁ ନିୟୋଜିତ କରିବା ପାଇଁ ଚିଠିରେ କୁହାଯାଇଛି। ଏଥିପାଇଁ ବିଭାଗ ପକ୍ଷରୁ ଏକ ଗାଇଡ୍‌ଲାଇନ ମଧ୍ୟ ପ୍ରସ୍ତୁତ ହୋଇଛି। ମୂଳ ପଦବୀ ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଅବସରପ୍ରାପ୍ତ ପ୍ରାଧ୍ୟାପକମାନେ ରହିବେ। ଗାଇଡ୍‌ଲାଇନ ପାଳନ କରି ତାହାକୁ ପୂରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି।
ଅପରପକ୍ଷେ ବିଭାଗ ପକ୍ଷରୁ ଆଉ ଏକ ଚିଠିରେ ଉତ୍କଳ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଏମ୍‌ଏସ୍‌ ଲ’ ୟୁନିଭରସିଟି ଏବଂ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ଛାଡ଼ି ରାଜ୍ୟର ଅନ୍ୟ ୧୩ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଗୁଣବତ୍ତା ଶିକ୍ଷାଦାନ ନିମନ୍ତେ ଅତିରିକ୍ତ ପ୍ରାଧ୍ୟାପକଙ୍କୁ ନିୟୋଜିତ କରିବା ପାଇଁ କୁହାଯାଇଛି। ଏହି ୧୩ ବିଶ୍ୱବିଦ୍ୟାଳୟରେ ମୋଟ ୧,୧୯୨ଜଣ ଅତିରିକ୍ତ ପ୍ରାଧ୍ୟାପକଙ୍କୁ ନିୟୋଜିତ କରିବା ପାଇଁ କୁହାଯାଇଛି। ଏମାନଙ୍କ ମଧ୍ୟରେ ୩୪ଜଣ ପ୍ରଫେସର, ୨୨୬ଜଣ ଆସୋସିଏଟ ପ୍ରଫେସର ଏବଂ ୯୩୨ଜଣ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ନିୟୋଜିତ ହେବେ, ଯେଉଁମାନେ ଅବସରପ୍ରାପ୍ତ କିମ୍ବା ଆଡ୍‌ଜଙ୍କ୍‌ଟ ଫାକଲ୍‌ଟି ହୋଇଥିବେ। ଏଥିମଧ୍ୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୩ ଜଣ ପ୍ରଫେସର, ୧୬ଜଣ ଆସୋସିଏଟ ପ୍ରଫେସର ଏବଂ ୪୨ଜଣ ଆସିଷ୍ଟାଣ୍ଟ ପ୍ରଫେସର, ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୬ଜଣ ଆସିଷ୍ଟାଣ୍ଟ ପ୍ରଫେସର, ଏମ୍‌ଏସ୍‌ସିବି ବିଶ୍ୱବିଦ୍ୟାଳୟରେ ୨ ପ୍ରଫେସର, ୭ ଆସୋସିଏଟ ପ୍ରଫେସର ଏବଂ ୩୭ ଆସିଷ୍ଟାଣ୍ଟ ପ୍ରଫେସର, ଏସ୍‌ଜେଏସ୍‌ ବିଶ୍ୱବିଦ୍ୟାଳୟରେ ଜଣେ ପ୍ରଫେସର, ୪ଜଣ ଆସୋସିଏଟ ପ୍ରଫେସର ଏବଂ ୧୩ ଆସିଷ୍ଟାଣ୍ଟ ପ୍ରଫେସର, ଏଫ୍‌ଏମ୍‌ ବିଶ୍ୱବିଦ୍ୟାଳୟରେ ଜଣେ ପ୍ରଫେସର, ୪ ଆସୋସିଏଟ ପ୍ରଫେସର ଏବଂ ୨୫ଜଣ ଆସିଷ୍ଟାଣ୍ଟ ପ୍ରଫେସର, ରମାଦେବୀ ବିଶ୍ୱବିଦ୍ୟାଳୟରେ ୩ଜଣ ପ୍ରଫେସର, ୨୨ଜଣ ଆସୋସିଏଟ ପ୍ରଫେସର ଏବଂ ୯୦ଜଣ ଆସିଷ୍ଟାଣ୍ଟ ପ୍ରଫେସର, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ୩୨ ଆସୋସିଏଟ ପ୍ରଫେସର ଏବଂ ୮୦ଜଣ ଆସିଷ୍ଟାଣ୍ଟ ପ୍ରଫେସର, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ୧୭ ଆସୋସିଏଟ ପ୍ରଫେସର ଏବଂ ୮୫ଜଣ ଆସିଷ୍ଟାଣ୍ଟ ପ୍ରଫେସର, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୪ଜଣ ଆସୋସିଏଟ ପ୍ରଫେସର ଏବଂ ୮୧ଜଣ ଆସିଷ୍ଟାଣ୍ଟ ପ୍ରଫେସର, କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ୧୯ଜଣ ଆସୋସିଏଟ ପ୍ରଫେସର ଏବଂ ୮୯ଜଣ ଆସିଷ୍ଟାଣ୍ଟ ପ୍ରଫେସର, ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ୫ଜଣ ପ୍ରଫେସର, ୨୦ଜଣ ଆସୋସିଏଟ ପ୍ରଫେସର ଏବଂ ୧୭୫ଜଣ ଆସିଷ୍ଟାଣ୍ଟ ପ୍ରଫେସର, ଧରଣୀଧର ବିଶ୍ୱବିଦ୍ୟାଳୟରେ ୧୦ଜଣ ପ୍ରଫେସର, ୫୩ଜଣ ଆସୋସିଏଟ ପ୍ରଫେସର ଏବଂ ୧୭୩ଜଣ ଆସିଷ୍ଟାଣ୍ଟ ପ୍ରଫେସର ଓ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ୯ଜଣ ପ୍ରଫେସର, ୮ଜଣ ଆସୋସିଏଟ ପ୍ରଫେସର ଏବଂ ୩୬ଜଣ ଆସିଷ୍ଟାଣ୍ଟ ପ୍ରଫେସର ନିୟୋଜିତ କରିବା ପାଇଁ କୁହାଯାଇଛି।
ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଶିକ୍ଷାବିତ୍‌ମାନେ ନାପସନ୍ଦ କରିଛନ୍ତି। ଏନେଇ ଶିକ୍ଷାବିତ୍‌ ଚିତ୍ତରଞ୍ଜନ ଆଚାର୍ଯ୍ୟଙ୍କ କହିବା ହେଲା ଖାଲିଥିବା ପଦବୀକୁ ତୁରନ୍ତ ପୂରଣ ନିମନ୍ତେ ପଦକ୍ଷେପ ନ ନେଇ ଏଭଳି ଯୋଜନା ଉଚିତ ନୁହେଁ। ତୁରନ୍ତ ନିୟମିତ ପଦବୀ ପୂରଣ ନିମନ୍ତେ ସରକାର ପଦକ୍ଷେପ ନେବା ଜରୁରୀ। ଅପରପକ୍ଷରେ ଉଚ୍ଚଶିକ୍ଷା ବିଭାଗର ଏଭଳି ଚିଠି ଉପରେ ବିଭାଗୀୟ ଅଧିକାରୀଙ୍କ କୌଣସି ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri