Posted inଜାତୀୟ

ଔରଙ୍ଗଜେବଙ୍କ କବରସ୍ଥଳକୁ ହଟାଯାଉ, ନଚେତ୍‌ ଭାଙ୍ଗିଦେବୁ: ହିନ୍ଦୁ ସଙ୍ଗଠନଗୁଡ଼ିକର ଚେତାବନୀ

ଛତ୍ରପତି ସମ୍ଭାଜିନଗର, ୧୭।୩ :ମୋଗଲ ସମ୍ରାଟ୍‌ ଔରଙ୍ଗଜେବଙ୍କ କବରକୁ ନେଇ ମହାରାଷ୍ଟ୍ରରେ ବିବାଦ ଦେଖାଦେଇଛି। ଔରଙ୍ଗାବାଦ ଜିଲାର ଖୁଲଦାବାଦ ସହରସ୍ଥିତ ଔରଙ୍ଗଜେବଙ୍କ କବରସ୍ଥଳକୁ ହଟାଇବା ପାଇଁ ପ୍ରମୁଖ ହିନ୍ଦୁ ସଙ୍ଗଠନ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ଓ ବଜରଙ୍ଗ ଦଳ ରାଜ୍ୟର ଭାଜପା ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହି ଚେତାବନୀରେ କୁହାଯାଇଛି, ଯଦି ଔରଙ୍ଗଜେବଙ୍କ କବରସ୍ଥଳକୁ ହଟାଇବା ପ୍ରକ୍ରିୟାରେ ବିଳମ୍ବ ଘଟେ ତେବେ ବାବ୍‌ରୀ ମସ୍‌ଜିଦ ଧ୍ୱଂସ ଘଟଣା ପରି ଖୁଲଦାବାଦସ୍ଥିତ ଔରଙ୍ଗଜେବଙ୍କ କବରସ୍ଥଳକୁ ମଧ୍ୟ ଭଙ୍ଗାଯିବ। ହିନ୍ଦୁତ୍ୱବାଦୀ ସଙ୍ଗଠନର ଚେତାବନୀ ପରେ ଔରଙ୍ଗଜେବଙ୍କ କବରସ୍ଥଳର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଷ୍ଟେଟ୍‌ ରିଜର୍ଭ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସେହିପରି କବର ନିକଟବର୍ତ୍ତୀ ଅଞ୍ଚଳରେ କୌଣସି ମଧ୍ୟ ବ୍ୟକ୍ତିଙ୍କୁ ଯିବା ଆସିବା ପାଇଁ ଅନୁମତି ଦିଆଯାଉ ନାହିଁ।
ଭିଏଚ୍‌ପିର ମହାରାଷ୍ଟ୍ର-ଗୋଆ ଆଞ୍ଚଳିକ ମୁଖ୍ୟ ଗୋବିନ୍ଦ ଶେଣ୍ଡେ କହିଛନ୍ତି, ସମ୍ପ୍ରତି କିଛି ଲୋକ ଔରଙ୍ଗଜେବଙ୍କର ପ୍ରଶଂସା କରିବାରେ ଲାଗିଛନ୍ତି। ଔରଙ୍ଗଜେବ ଦେଶରେ ବହୁ ଅତ୍ୟାଚାର କରିଥିଲେ। ସେ ହିନ୍ଦୁଙ୍କ ଉପରେ ଅତ୍ୟାଚାର କରିବା ସହ ତାଙ୍କ ବାପାଙ୍କୁ ମଧ୍ୟ ଛାଡ଼ି ନ ଥିଲେ। ଏପରି ନିଷ୍ଠୁର ବ୍ୟକ୍ତିଙ୍କର କୌଣସି ଚିହ୍ନକୁ ଭାରତରେ ବରଦାସ୍ତ କରାଯିବ ନାହିଁ। ତେଣୁ ହିନ୍ଦୁମାନଙ୍କ ଭାବନାକୁ ସମ୍ମାନ ଜଣାଇ ଔରଙ୍ଗଜେବଙ୍କ କବରକୁ ହଟାଇବାକୁ ଭିଏଚ୍‌ପିର ଦାବି ରହିଛି। ତେବେ ଏହି ପ୍ରସଙ୍ଗକୁ ନେଇ ମହାରାଷ୍ଟ୍ରରେ ରାଜନୀତି ସରଗରମ ହୋଇଛି। ଜାତୀୟତାବାଦୀ କଂଗ୍ରେସ ପାର୍ଟି-ଶରଦ ଚନ୍ଦ୍ର ପାଓ୍ବାର (ଏନ୍‌ସିପି-ଏସ୍‌ପି) ନେତ୍ରୀ ସୁପ୍ରିୟା ସୁଲେ କହିଛନ୍ତି, ଖୁଲଦାବାଦସ୍ଥିତ ଔରଙ୍ଗଜେବଙ୍କ କବରସ୍ଥଳ ଦେଶର ଇତିହାସ ସହ ଜଡ଼ିତ। କୌଣସି ରାଜନୈତିକ କିମ୍ବା ଧାର୍ମିକ ସଙ୍ଗଠନ ପକ୍ଷରୁ ଏହା ଉପରେ ବୟାନବାଜି କରାଯିବା ଅନୁଚିତ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri