Posted inଜାତୀୟ

ଔରଙ୍ଗଜେବଙ୍କ କବରସ୍ଥଳକୁ ହଟାଯାଉ, ନଚେତ୍‌ ଭାଙ୍ଗିଦେବୁ: ହିନ୍ଦୁ ସଙ୍ଗଠନଗୁଡ଼ିକର ଚେତାବନୀ

ଛତ୍ରପତି ସମ୍ଭାଜିନଗର, ୧୭।୩ :ମୋଗଲ ସମ୍ରାଟ୍‌ ଔରଙ୍ଗଜେବଙ୍କ କବରକୁ ନେଇ ମହାରାଷ୍ଟ୍ରରେ ବିବାଦ ଦେଖାଦେଇଛି। ଔରଙ୍ଗାବାଦ ଜିଲାର ଖୁଲଦାବାଦ ସହରସ୍ଥିତ ଔରଙ୍ଗଜେବଙ୍କ କବରସ୍ଥଳକୁ ହଟାଇବା ପାଇଁ ପ୍ରମୁଖ ହିନ୍ଦୁ ସଙ୍ଗଠନ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ଓ ବଜରଙ୍ଗ ଦଳ ରାଜ୍ୟର ଭାଜପା ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହି ଚେତାବନୀରେ କୁହାଯାଇଛି, ଯଦି ଔରଙ୍ଗଜେବଙ୍କ କବରସ୍ଥଳକୁ ହଟାଇବା ପ୍ରକ୍ରିୟାରେ ବିଳମ୍ବ ଘଟେ ତେବେ ବାବ୍‌ରୀ ମସ୍‌ଜିଦ ଧ୍ୱଂସ ଘଟଣା ପରି ଖୁଲଦାବାଦସ୍ଥିତ ଔରଙ୍ଗଜେବଙ୍କ କବରସ୍ଥଳକୁ ମଧ୍ୟ ଭଙ୍ଗାଯିବ। ହିନ୍ଦୁତ୍ୱବାଦୀ ସଙ୍ଗଠନର ଚେତାବନୀ ପରେ ଔରଙ୍ଗଜେବଙ୍କ କବରସ୍ଥଳର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଷ୍ଟେଟ୍‌ ରିଜର୍ଭ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସେହିପରି କବର ନିକଟବର୍ତ୍ତୀ ଅଞ୍ଚଳରେ କୌଣସି ମଧ୍ୟ ବ୍ୟକ୍ତିଙ୍କୁ ଯିବା ଆସିବା ପାଇଁ ଅନୁମତି ଦିଆଯାଉ ନାହିଁ।
ଭିଏଚ୍‌ପିର ମହାରାଷ୍ଟ୍ର-ଗୋଆ ଆଞ୍ଚଳିକ ମୁଖ୍ୟ ଗୋବିନ୍ଦ ଶେଣ୍ଡେ କହିଛନ୍ତି, ସମ୍ପ୍ରତି କିଛି ଲୋକ ଔରଙ୍ଗଜେବଙ୍କର ପ୍ରଶଂସା କରିବାରେ ଲାଗିଛନ୍ତି। ଔରଙ୍ଗଜେବ ଦେଶରେ ବହୁ ଅତ୍ୟାଚାର କରିଥିଲେ। ସେ ହିନ୍ଦୁଙ୍କ ଉପରେ ଅତ୍ୟାଚାର କରିବା ସହ ତାଙ୍କ ବାପାଙ୍କୁ ମଧ୍ୟ ଛାଡ଼ି ନ ଥିଲେ। ଏପରି ନିଷ୍ଠୁର ବ୍ୟକ୍ତିଙ୍କର କୌଣସି ଚିହ୍ନକୁ ଭାରତରେ ବରଦାସ୍ତ କରାଯିବ ନାହିଁ। ତେଣୁ ହିନ୍ଦୁମାନଙ୍କ ଭାବନାକୁ ସମ୍ମାନ ଜଣାଇ ଔରଙ୍ଗଜେବଙ୍କ କବରକୁ ହଟାଇବାକୁ ଭିଏଚ୍‌ପିର ଦାବି ରହିଛି। ତେବେ ଏହି ପ୍ରସଙ୍ଗକୁ ନେଇ ମହାରାଷ୍ଟ୍ରରେ ରାଜନୀତି ସରଗରମ ହୋଇଛି। ଜାତୀୟତାବାଦୀ କଂଗ୍ରେସ ପାର୍ଟି-ଶରଦ ଚନ୍ଦ୍ର ପାଓ୍ବାର (ଏନ୍‌ସିପି-ଏସ୍‌ପି) ନେତ୍ରୀ ସୁପ୍ରିୟା ସୁଲେ କହିଛନ୍ତି, ଖୁଲଦାବାଦସ୍ଥିତ ଔରଙ୍ଗଜେବଙ୍କ କବରସ୍ଥଳ ଦେଶର ଇତିହାସ ସହ ଜଡ଼ିତ। କୌଣସି ରାଜନୈତିକ କିମ୍ବା ଧାର୍ମିକ ସଙ୍ଗଠନ ପକ୍ଷରୁ ଏହା ଉପରେ ବୟାନବାଜି କରାଯିବା ଅନୁଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri