Posted inଜାତୀୟ

ଜମ୍ମୁ-କଶ୍ମୀର ପରେ ମଣିପୁରକୁ ନେଇ ଆକ୍ସନ ମୋଡ୍‌ରେ ଶାହା, ଡାକିଲେ ବୈଠକ

ନୂଆଦିଲ୍ଲୀ, ୧୭।୬: ଜମ୍ମୁ-କଶ୍ମୀର ସ୍ଥିତି ସମୀକ୍ଷା ପରେ ଏବେ ମଣିପୁର ଉପରେ ଫୋକସ୍‌ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଜି ଅପରାହ୍ନ ୪ଟା ସମୟରେ ମଣିପୁର ସୁରକ୍ଷା ସ୍ଥିତି ସମ଼୍ବନ୍ଧରେ ସମୀକ୍ଷା କରିବା ପାଇଁ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି ଶାହା । ମଣିପୁରରେ ଏକ ବର୍ଷରୁ ଅଧିକ ସମୟ ଧରି ହିଂସା ଜାରି ରହିଛି । ଏହି ବୈଠକରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍ଦ୍ର ସିଂଙ୍କ ସମେତ ରାଜ୍ୟ ପୋଲିସ ଓ ପ୍ରଶାସନିକ ଅଧିକାରୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀଳୟର ଅଧିକାରୀ ଉପସ୍ଥିତ ରହିବେ ।

ଗତକାଲି ଅମିତ ଶାହା ଜମ୍ମୁ କାଶ୍ମୀରର ସୁରକ୍ଷା ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। ଦିଲ୍ଲୀରେ ଆୟୋଜିତ ଏହି ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦେଶରେ ଆତଙ୍କବାଦକୁ ଦମନ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବକୁ ନିଷ୍ପତ୍ତି ନେଇଛନ୍ତି । ଆତଙ୍କବାଦ ସମର୍ଥକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବା ଉଚିତ ଏବଂ ଅମରନାଥ ଯାତ୍ରା ପାଇଁ ସ଼୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହେବା ଉଚିତ୍‌। ଏହି ଉଚ୍ଚ ସ୍ତରୀୟ ବୈଠକରେ ଜମ୍ମୁ-କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା, ଏନଏସଏ ଅଜିତ ଡୋଭାଲ, ସେନା ମୁଖ୍ୟ ମନୋଜ ପାଣ୍ଡେ ଏବଂ ଗୁପ୍ତଚର ବିଭାଗ ତଥା ସୁରକ୍ଷା ବାହିନୀର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri