ହାଇକୋର୍ଟ ଛାଟ, ବଢ଼ିଲା ମୋକିମଙ୍କ ନିର୍ବାଚନୀ ଅଡ଼ୁଆ

କଟକ,୫ା୩(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମ୍‌ଙ୍କୁ ହାଇକୋର୍ଟଙ୍କ ଝଟକା ଲାଗିଛି । ୨୦୧୯ ନିର୍ବାଚନ ବେଳେ ନାମାଙ୍କନପତ୍ରରେ ଆପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନ ଥିବା ଓ ଜାଣିଶୁଣି କେତେକ କାଟେଗୋରିକୁ ଛାଡ଼ି ଯାଇଥିବା ଅଭିଯୋଗରେ ମୋକିମ୍‌ଙ୍କ ବିଧାୟକ ପଦକୁ ରଦ୍ଦ କରିଦିଆଯାଇଛି। ସୂଚନା ଦିଆଯାଇପାରେ ଯେ, ସେତେବେଳେ ମୋକିମ୍‌ଙ୍କ ପ୍ରତିଦ୍ୱନ୍ଦ୍ୱୀ ଥିବା ବର୍ତ୍ତମାନର ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ ଏ ସଂକ୍ରାନ୍ତରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ଏବର ରାୟ ଅନୁଯାୟୀ ମୋକିମ୍‌ ବର୍ତ୍ତମାନର କଟକ-ବାରବାଟୀ ବିଧାୟକ ନୁହନ୍ତି କିମ୍ବା ପୂର୍ବତନ ବିଧାୟକ ଭାବେ ଅଭିହିତ ହୋଇପାରିବେ ନାହିଁ। ନିର୍ବାଚନକୁ କିଛିଦିନ ଥିବା ବେଳେ ହାଇକୋର୍ଟଙ୍କ ଛାଟ ମୋକିମ୍‌ଙ୍କ ଅଡ଼ୁଆ ବଢ଼ାଇ ଦେବା ସ୍ବାଭାବିକ।
ବିଧାୟକ ପଦ ରଦ୍ଦ ହେବା ପରେ କଟକର ରାଜନୈତିକ ପାଣିପାଗ ରୋଚକ ହେବା ସହ ସାଧାରଣରେ ଏ ନେଇ ଟୁପୁରୁଟାପୁର ଆରମ୍ଭ ହୋଇଯାଇଛି। ଏପରି ରାୟ ଆସିବା ଫଳରେ ଆସନ୍ତା ନିର୍ବାଚନରେ ଦଳ ମୋକିମଙ୍କୁ ଟିକେଟ ଦେବ କି ନାହିଁ କଥା ଉଠିଲାଣି। ଯଦି କଂଗ୍ରେସ ଟିକେଟ୍‌ ଦେବ, ତେବେ ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ଭୋଟର କେତେଦୂର ତାଙ୍କ ଉପରେ ଭରସା କରିବେ ତାହା ଗୁରୁତ୍ୱପୂର୍ଣ୍ଣ ବିଷୟ । ଏଥିସହିତ ଏହା ମଧ୍ୟ ଆଲୋଚନା ହେଉଛି, ବହୁବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତଥ୍ୟ ମାଗିବାରେ ମୋକିମ ସର୍ବଦା ଆଗରେ ରହିଛନ୍ତି। ହେଲେ ନିର୍ବାଚନରେ ନିଜର ଆପରାଧିକ ତଥ୍ୟ ନ ଦେଇ ଲୁଚାଇ ରଖିବା ଯୋଗୁ ସେ ସାଧାରଣରେ ସମାଲୋଚିତ ହୋଇଛନ୍ତି। କେତେ ଜଣ କହିବା ଆରମ୍ଭ କଲେଣି ଯେ, ନିର୍ବାଚନ ସମୟରେ ମୋକିମ ଆପରାଧିକ ତଥ୍ୟ ପ୍ରଦାନ କରିଥିଲେ ହୁଏତ ସାଧାରଣ ଲୋକ ତାଙ୍କୁ ଭୋଟ ନ ଦେଇ ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ସେତେବେଳେ ପ୍ରତିଦ୍ୱନ୍ଦୀ ଥିବା ପ୍ରାର୍ଥୀଙ୍କୁ ବିଜୟୀ କରାଇଥାଆନ୍ତେ।
ପ୍ରସଙ୍ଗ ନେଇ ମାମଲା କରିଥିବା ଦେବାଶିଷ ସାମନ୍ତରାୟଙ୍କୁ ପଚାରିବାରୁ ସେ କହିଛନ୍ତି, ୨୦୧୯ ନିର୍ବାଚନରେ ତାଙ୍କୁ ମିଶାଇ ଅନ୍ୟ ପ୍ରାର୍ଥୀଙ୍କ ସହ ଅନ୍ୟାୟ ହୋଇଛି। ସାଧାରଣ ଲୋକ ଯିଏ ଭୋଟ ଦେଇ ଆମକୁ ବିଜୟୀ କରାଉଛନ୍ତି ସେମାନଙ୍କୁ ତଥ୍ୟ ଲୁଚାଇ ରଖିବା ନିନ୍ଦନୀୟ ଘଟଣା। ବଡ଼ କଥା ହେଉଛି କି ଯାଞ୍ଚ ସମୟରେ ଯେଉଁ ରିଟର୍ନିଂ ଅଫିସର ରହିଥିଲେ ତାଙ୍କ ସହ ମୋକିମ ହୁଏତ ସଲାସୁତରା କରିଛନ୍ତି; ଯେଉଁଥିପାଇଁ ରିଟର୍ନିଂ ଅଧିକାରୀ ସମସ୍ତ ଘଟଣା ଜାଣି ମଧ୍ୟ ତାଙ୍କ ପ୍ରାର୍ଥିପତ୍ର ଖାରଜ କରି ନ ଥିଲେ। ହେଲେ ଏହି ସତ୍ୟ ସାମ୍ନାକୁ ଆଣି ହାଇକୋର୍ଟ ପ୍ରମାଣିତ କରିଛନ୍ତି ବୋଲି ଦେବାଶିଷ କହିଛନ୍ତି। ସେ ପୁଣି କହିଛନ୍ତି, ୨୦୧୯ ନିର୍ବାଚନ ପ୍ରଚାର ସମୟରେ ଭୋଟରଙ୍କୁ ସେ ସଚେତନ କରାଇଥିଲେ ଯେ, ମୋକିମ ଜଣେ ଅପରାଧୀ। ତାଙ୍କ ନଁାରେ ବହୁ ମାମଲା ରହିଛି। ହେଲେ ସାଧାରଣ ଲୋକେ ତାଙ୍କୁ ବିଶ୍ୱାସ କରି ନ ଥିଲେ। ଏବେ ଲୋକେ ଠିକ୍‌ ବୁଝି ସାରିଛନ୍ତି। ଏଭଳି କଳଙ୍କିତ ବ୍ୟକ୍ତିଙ୍କୁ ଲୋକେ ଭୋଟ ଦେବା ପୂର୍ବରୁ ବିଚାର କରନ୍ତୁ। ମୋକିମ୍‌ ଆଗାମୀ ନିର୍ବାଚନ ନ ଲିଢିବାକୁ ଭାବିବା ଦରକାର। କାରଣ ସେ ଯଦି ଦୋଷୀ ଓ ପ୍ରକୃତରେ ତାଙ୍କର ଆତ୍ମସମ୍ମାନ ଥିବ, ତେବେ ସେ ନିର୍ବାଚନ ଲଢିବା କଥା ଭାବିବେ ନାହିଁ ବୋଲି ଦେବାଶିଷ କହିଛନ୍ତି।
ମୋକିମ୍‌ କହିଛନ୍ତି, ୨୦୧୯ ଅବଧିରେ ବିଧାନସଭାର କାର୍ଯ୍ୟକାଳ ସମାପ୍ତ ହୋଇସାରିଛି। ୨୦୨୪ ନିର୍ବାଚନ ପାଇ ସେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ନିର୍ବାଚନ ଲଢ଼ି ଉଚିତ ଜବାବ ଦେବେ। ହାଇକୋର୍ଟ ରାୟ ପ୍ରକାଶ କରିଛନ୍ତି। ତେଣୁ ସେ ତାଙ୍କ ଆଇନଜୀବୀଙ୍କ ସହ ପରାମର୍ଶ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବି ବୋଲି ମୋକିମ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri