ତୁଟିଲା ବିବାଦ, କେରିମିଟିରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କୁନ୍ଦୁରା,୨୧ା୪ (ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଳକ କେରିମିଟି ପଞ୍ଚାୟତ ପ୍ରତିଷ୍ଠା ହେବାର ୨୦ବର୍ଷ ବିତିଗଲାଣି। ମାତ୍ର ଏଠାରେ ଏଯାଏ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ହୋଇପାରିନାହିଁ। ଏନେଇ ଗୁରୁବାର ନୂତନ ବିଡିଓ ରାମପ୍ରସାଦ ଦୋରାଙ୍କୁ ଭେଟି ଶତାଧିକ ଗ୍ରାମବାସୀ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁରେନ୍ଦ୍ର ପରଜାଙ୍କ ନେତୃତ୍ୱରେ ଗୁରୁବାର ଦାବିପତ୍ର ଦେଇଛନ୍ତି। ଏ ସମ୍ପର୍କରେ ଗୋଟିଏ ଗୋଷ୍ଠୀ ପକ୍ଷରୁ ହାଇକୋର୍ଟରେ କରାଯାଇଥିବା ମାମଲାର ରାୟ ଆସିଛି। ସମ୍ପୃକ୍ତ ଗୋଷ୍ଠୀଙ୍କୁ ଏଥିରୁ ଫାଇଦା ମିଳିନି।
ଖବରରୁ ଜଣାପଡ଼ିଛି, ପଞ୍ଚାୟତ ପ୍ରତିଷ୍ଠା ପରେ ଏହାର କାର୍ଯ୍ୟାଳୟ ନିର୍ମାଣ ଲାଗି ୨ ଗୋଷ୍ଠୀ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଗୋଟିଏ ଗୋଷ୍ଠୀ କେରିମିଟିରେ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ଚାହୁଁଥିବା ବେଳେ ଅନ୍ୟ ଗୋଷ୍ଠୀ କେନ୍ଦୁଗୁଡାରେ ନିର୍ମାଣ ପାଇଁ ଚାହୁଁଥିଲେ। ଫଳରେ କେନ୍ଦୁଗୁଡା ଗୋଷ୍ଠୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏକ ମାମଲା ରୁଜୁ କରିଥିଲେ। ଏଥିଯୋଗୁ ଆଉ କେରିମିଟିରେ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ହୋଇପାରି ନ ଥିଲା। ଗତ ଦିନରେ ଜିଲାପାଳଙ୍କ ସ୍ବତନ୍ତ୍ର ଅଭିଯୋଗ ପ୍ରକୋଷ୍ଠରେ କେରିମିଟି ପଞ୍ଚାୟତର ୮୦ ପ୍ରତିଶତ ଲୋକ କେରିମିଟିରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ପାଇଁ ମତ ରଖିଥିଲେ। ଅନ୍ୟ ଗୋଷ୍ଠୀର କେତେଜଣ ଲୋକ କେନ୍ଦୁଗୁଡ଼ା ଗ୍ରାମରେ ଏହା କରିବା ପାଇଁ ଅଡ଼ି ବସିଥିଲେ। ହାଇକୋର୍ଟରେ ମାମଲା ଚାଲିଥିବାରୁ ପ୍ରଶାସନ କିଛି ପଦକ୍ଷେପ ନେଇପାରି ନ ଥିଲେ। ଇତି ମଧ୍ୟରେ ୨୦୦୨ରୁ ଏଯାଏ ୨୦ବର୍ଷ ମଧ୍ୟରେ ପ୍ରାୟ ୪ ଥର ସରପଞ୍ଚ ନିର୍ବାଚନ ସରିଛି। ନିର୍ବାଚିତ ସରପଞ୍ଚ କେରିମିଟିରେ ଏକ କୁଡିଆଘରେ ଜିପିଓ, ଗ୍ରାମ ରୋଜଗାର ସେବକ ଏବଂ ଅନ୍ୟ କର୍ମଚାରୀଙ୍କୁ ଧରି ବହୁ ଅସୁବିଧାର ସମ୍ମୁଖୀନ ହୋଇ ଦାୟିତ୍ୱ ତୁଲାଇଛନ୍ତି। ନିକଟରେ ହାଇକୋର୍ଟ ଏହି ମାମଲାର ବିଚାରକରି କେରିମିଟି ସଦର ମହକୁମାରେ ପଞ୍ଚାୟତ କାର୍ଯ୍ୟାଳୟ ନ ଥାଇ ସେଠାରେ ସମସ୍ତ ପ୍ରକାର କାର୍ଯ୍ୟ ସମ୍ପାଦନ ହେଉଥିବାରୁ ସେଠାରେ ହିଁ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କିତ ଚିଠି ନଂ. ୪୧୭୬୪/୭୧, ତା ୨୧ା୧ା୨୩ରେ କୋରାପୁଟ ଜିଲାପାଳ, ଜୟପୁର ଉପ ଜିଲାପାଳ, ଜିଲା ଗ୍ରାମ ପଞ୍ଚାୟତ ଅଧିକାରୀ,କୁନ୍ଦୁରା ବିଡିଓ, ତହସିଲଦାରଙ୍କୁ ଅବଗତ କରାଇଛନ୍ତି। ଏ ସମ୍ପର୍କରେ ବିଡିଓ ଦୋରାଙ୍କୁ ପଚାରିବାରୁ ସେ କହିଲେ, ଯେହେତୁ ଏହା ଦୀର୍ଘ ବର୍ଷର ମାମଲା, ଏନେଇ ଜିଲାପାଳଙ୍କ ସହ ଆଲୋଚନା କରିବି। ସେ ଯାହା ନିର୍ଦ୍ଦେଶ ଦେବେ ସେହି ଅନୁସାରେ କାର୍ଯ୍ୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀଙ୍କୁ ଚିକିତ୍ସା ପାଇଁ ନେଉଥିଲେ ବିଶାଖାପାଟଣା, ବାଟରେ ଘଟିଲା ବଡ଼ ଅଘଟଣ, ଚାଲିଗଲା ୨ ଜୀବନ

ପାତ୍ରପୁର,୮ା୨(ଉମାଚରଣ ନେପାକ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଚିକିଟି ବ୍ଲକ ଅନ୍ତର୍ଗତ ସୁନପୂର ଗାଁର ଜଣେ ରୋଗୀଙ୍କୁ ଚିକିତ୍ସା ନିମନ୍ତେ ବିଶାଖାପାଟଣା ନେଉଥିବା ସମୟରେ ରବିବାର ସଡ଼କ…

RSS ମୁଖ୍ୟ ପଦ ଛାଡ଼ିବା ନେଇ ମୋହନ ଭାଗବତଙ୍କ ବଡ଼ ବୟାନ, କହୁ କହୁ କହିଦେଲେ…

ମୁମ୍ବାଇ,୮।୨: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ମୁଖ୍ୟ ମୋହନ ଭାଗବତ ରବିବାର ମୁମ୍ବାଇରେ ଆୟୋଜିତ ସଂଘର ଶତବାର୍ଷିକୀ ଉତ୍ସବରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ବୟସ ବଢ଼ିବା…

ବସ୍‌ ଇଞ୍ଜିନ୍‌ରୁ ବାହାରିଲା ନିଆଁ, ଡ୍ରାଇଭର ନେଲେ ଏମିତି ପଦକ୍ଷେପ

ଭଞ୍ଜନଗର,୮ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବସଷ୍ଟାଣ୍ଡରେ ରବିବାର ଅପରାହ୍ନରେ ଏକ ଘରୋଇ ବସ୍‌ରେ ହଠାତ୍‌ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଫଳରେ ବସ୍‌ରେ ବସିଥିବା ଯାତ୍ରୀମାନେ ଭୟଭୀତ…

ବିଲ୍‌ କରିବା ଆଶାରେ ଶୀଘ୍ର ଶେଷ କରୁଛନ୍ତି କାମ: ଠିକ୍‌ ଢଙ୍ଗରେ ଲାଗୁନି ଷ୍ଟ୍ରିଟ୍‌ ଲାଇଟ 

ଧର୍ମଶାଳା,୨।୮(ଶିବ ପ୍ରଶାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ବିଭିନ୍ନ ଗାଁରେ ଅନ୍ଧକାର ଦୂର କରିବା ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ ସୋଲାର ଷ୍ଟ୍ରିଟ୍‌ ଲାଇଟ ଲଗାଯିବା…

ମା’ ତାରାତାରିଣୀଙ୍କ ହୁଣ୍ଡିରୁ ମିଳିଲା କୁନି ପୁଅର ଚିଠି; ଦୁଃଖ ଶୁଣିବାକୁ ମା’ଙ୍କ ପାଖେ ଆକୁଳ ନିବେଦନ

ପୁରୁଷୋତ୍ତମପୁର,୮।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡିରୁ ମିଳିଥିବା ଏକ ଚିଠି ଏବେ ଶ୍ରଦ୍ଧାଳୁଙ୍କ ମନକୁ ଆନ୍ଦୋଳିତ କରିଛି। ଜଣେ କୁନି…

୩ ମାସରୁ ଅଧିକ ହେବ ବନ୍ଦ ପଡ଼ିଛି ରକ୍ତଭଣ୍ଡାର, ରୋଗୀସେବା ବ୍ୟାହତ

ବଲାଙ୍ଗୀର/କଣ୍ଟାବାଞ୍ଜି,୮ା୨(ସୁନିଲ କୁମାର ମହାନ୍ତି/ଗୁରୁ ଦୟାଲ ହଂସ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ୨୦୦୯ରେ ବିଜୁ ପଟ୍ଟନାୟକ ରକ୍ତଭଣ୍ଡାର ସ୍ଥାପିତ ହୋଇଥିଲା। ଏହି ରକ୍ତଭଣ୍ଡାରକୁ ତତ୍କାଳୀନ…

VIDEO: ଟସ୍‌ ଛାଡି ହଠାତ୍‌ କୁଆଡେ ଚାଲିଗଲେ କ୍ୟାପଟେନ ସୂର୍ଯ୍ୟକୁମାର? ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୮।୨: ଭାରତୀୟ କ୍ରିକେଟରେ, ଖେଳାଳିମାନଙ୍କ ମଧ୍ୟରେ ସମ୍ପର୍କ ପ୍ରାୟତଃ ବିଜୟ ଏବଂ ପରାଜୟକୁ ଅତିକ୍ରମ କରିଯାଏ। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ସମାନ ଦୃଶ୍ୟ ଦେଖାଯାଇଥିଲା, ଯେତେବେଳେ ଅଧିନାୟକ…

ଭକ୍ତମୟ ହୋଇଛି କାଳୀଜାଈଙ୍କ ପୀଠ, ଜମୁଛି ଶହଶହ ଭକ୍ତଙ୍କ ଭିଡ଼

କୃଷ୍ଣପ୍ରସାଦ,୮।୨(କୈଳାଶ ଚନ୍ଦ୍ର ପଟ୍ଟନାୟକ ): ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ ‎କାଳୀଜାଈଙ୍କ ପୀଠ ପାଲଟିଛି ଭକ୍ତମୟ । ମା’ଙ୍କ ଆଶିଷ ଲାଭ କରିବା ପାଇଁ ବହୁ ଦୂରଦୂରାନ୍ତରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri