ଏଆଇ ଦୁରୁପଯୋଗ ରୋକିବା ପାଇଁ ପିଆଇଏଲ୍‌; ମେଟା, X, ଗୁଗଲକୁ ହାଇକୋର୍ଟ ନୋଟିସ

ଅହମଦାବାଦ,୧୭।୪: ସୋସିଆଲ ମିଡିଆରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦୁରୁପଯୋଗ ରୋକିବା ପାଇଁ ଗୁଜରାଟ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ ହୋଇଛି। ମୁଖ୍ୟ ବିଚାରପତି ସୁନୀତା ଅଗ୍ରଓ୍ବାଲ ଓ ଜଷ୍ଟିସ୍‌ ଡି.ଏନ୍‌. ରୟଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି । ସାଇବର ଅପରାଧ ରୋକିବା ପାଇଁ କାର୍ଯ୍ୟରତ ସହଯୋଗ ପୋର୍ଟାଲର ନିୟମ ଅନୁପାଳନ କରିବାକୁ ଖଣ୍ଡପୀଠ ମେଟା ଇଣ୍ଡିଆ, ଗୁଗଲ, X, ରେଡିଟ୍‌ ଓ ସ୍କ୍ରାଇବ୍‌ଡ ଭଳି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ସହଯୋଗ ପୋର୍ଟାଲ ସହ ଉପଯୁକ୍ତ ସମନ୍ବୟ ରଖି ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ର ନିୟମ ଅନୁସାରେ ବେଆଇନ କଣ୍ଟେଣ୍ଟଗୁଡ଼ିକୁ ହଟାଇବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

 

Dharitri – Odisha’s No.1 Odia Daily

Share