ଭାଜପା ନେତା ଗୋଲକ ମହାପାତ୍ରଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି, ଭିଜିଲାନ୍ସ ମାମଲା ରଦ୍ଦ

କଟକ,୨୬।୨(ପ୍ରଭୁ କଲ୍ୟାଣ ପାଲ): ଭାଜପା ନେତା ଗୋଲକ ପ୍ରସାଦ ମହାପାତ୍ରଙ୍କୁ ଆଶ୍ବସ୍ତି । ହାଇକୋର୍ଟରେ ତାଙ୍କ ବିରୋଧରେ ବିଚାରାଧୀନ କୋଇଲା ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ ସଂପର୍କିତ ଭିଜିଲାନ୍ସ ମାମଲା ରଦ୍ଦ କରାଯାଇଛି । ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର, ଗୋଲକ ପ୍ରସାଦ ମହାପାତ୍ରଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି ।
ଓଡ଼ିଶା କଞ୍ଜ୍ୟୁମର୍ସ କୋଅପରେଟିଭ ଫେଡେରେସନ ଲିମିଟେଡ୍‌ (ଓସିସିଏଫ) ସଭାପତି ଭାବେ ଆବେଦନକାରୀ କାର୍ଯ୍ୟ କରୁଥିବା ବେଳେ ୨୦୧୦ରେ ଭିଜିଲାନ୍ସ ଏହି ମାମଲା ରୁଜୁ କରିଥିଲା।୨୦୦୮-୧୦ ବର୍ଷରେ ଓସିସିଏଫ ପକ୍ଷରୁ କୋଇଲା ବଣ୍ଟନ କ୍ଷେତ୍ରରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। MSME ପାଇଁ ଥିବା କୋଇଲା ଓସିସିଏଫ ବିକ୍ରି କରିବା ବେଳେ ବ୍ୟାପକ ଆର୍ଥିକ ଅନିୟମିତା ନେଇ ଅଭିଯୋଗ ହୋଇଥିଲା।

ଏ ନେଇ ଭୁବନେଶ୍ବର ଭିଜିଲାନ୍ସ ସେଲ ପକ୍ଷରୁ ମାମଲା କରାଯାଇଥିଲା। ୨୦୧୩‌ରେ ଭିଜିଲାନ୍ସ ଅଦାଲତରେ ଚାର୍ଜସିଟ ଦାଖଲ ହୋଇଥିବା ବେଳେ ୨୦୨୨ ମାମଲାରେ ଚାର୍ଜଫ୍ରେମ ହୋଇଥିଲା। ମାମଲାର ତଦନ୍ତ, ଚାର୍ଜଫ୍ରେମ, ଟ୍ରାଏଲରେ ବିଳମ୍ବ ଓ ବିନା ଠୋସ ତଥ୍ୟ ପ୍ରମାଣରେ ଆବେଦନକାରୀଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିବା ଅଭିଯୋଗ କରି ଏହି ମାମଲା ହାଇକୋର୍ଟରେ ଦାୟର କରାଯାଇଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗତକାଲି ହଠାତ୍‌ ଘରୁ ନିଖୋଜ ହୋଇଯାଇଥିଲେ ୧୦ମ ଶ୍ରେଣୀ ଛାତ୍ରୀ, ଆଜି ଜଙ୍ଗଲରୁ ଉଦ୍ଧାର ହେବା ପରେ…

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁରୁ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ୧୬ ବର୍ଷୀୟା ଛାତ୍ରୀ ରବିବାର ଘରୁ…

ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ, ଗଛ ଉପରେ ଚଢି ଅଚେତ ହୋଇପଡ଼ିଲେ ହନୁମାନ

ବୁଗୁଡ଼ା,୧୩ା୪(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧୀନ ସଂକୁରୁ ଗ୍ରାମରେ ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ ଘଟିଛି। ରାମାୟଣ ପରିବେଷଣ ବେଳେ ଗଛ ଉପରେ…

କୀର୍ତ୍ତନ ଦାସଙ୍କ ଉପରେ ଭରସା କଲା ଭାଜପା, ଦେଲା ଏହି ଗୁରୁଦାୟିତ୍ୱ: ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଗଞ୍ଜାମ,୧୩।୪(ଅନାଥ ତରାଇ): ଭାରତୀୟ ଜନତା ପାର୍ଟିର ଜଣେ ଦକ୍ଷ ତଥା ନିଷ୍ଠାପର ସଂଗଠକ ଭାବେ ପରିଚିତ କୀର୍ତ୍ତନ ଦାସଙ୍କୁ ଦ୍ୱିତୀୟଥର ପାଇଁ ଗଞ୍ଜାମ ଜିଲା ଭାଜପା ଅନୁସୂଚିତ…

ଭଞ୍ଜନଗର ବ୍ଲକ ଓଷ୍ଟାର ନୂତନ କର୍ମକର୍ତ୍ତା ମନୋନୀତ: ଜାଣନ୍ତୁ ସେମାନେ ସବୁ କିଏ…

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପିଏମଶ୍ରୀ ୟୁ. ବି. ହାଇସ୍କୁଲଠାରେ ବ୍ଲକର ଓଷ୍ଟା ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଦିଲ୍ଲୀପ କୁମାର…

ଭାଜପା ଏସସି ମୋର୍ଚ୍ଚା ଜିଲା ସଭାପତି ଘୋଷଣା: ଗନ୍ଧମାର୍ଦ୍ଦନ ଉପରେ ପୁଣି ଭରସା କଲା ଭାଜପା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଭାଜପା ଅନୁସୂଚିତ ଜାତି (ଏସ୍‌ସି) ମୋର୍ଚ୍ଚା ଜିଲା ସଭାପତି ସୋମବାର ଘୋଷଣା ହୋଇଛି। ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର) ଏସସି ମୋର୍ଚ୍ଚା…

ପାରମ୍ପରିକ ଖାଦ୍ୟକୁ ନେଇ ପ୍ରତିଯୋଗିତା: ପ୍ରଥମ ସ୍ଥାନରେ ଆନନ୍ଦମୟୀ….

ଦାରିଙ୍ଗବାଡି, ୧୩ା୪ (ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ୍‌ କାର୍ଯ୍ୟାଳୟ ପରିସର ମଧ୍ୟରେ ସୋମବାର ଓଡ଼ିଆ ପକ୍ଷ ଅବସରରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ବିଡ଼ିଓ ପ୍ରୀତିରଞ୍ଜନ…

ମାଲକାନଗିରି କୋର୍ଟର ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ମାଲକାନଗିରି,୧୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କୋର୍ଟକୁ ଏକ ଅଜ୍ଞାତ ମେଲ୍‌ରୁ ସୋମବାର ବୋମା ଧମକ ମିଳିଛି। କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ଅଞ୍ଚଳରେ…

ସ୍ତ୍ରୀଙ୍କୁ ହତ୍ୟା ପରେ ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲେ ସ୍ବାମୀ ଗୁମର ଖୋଲିଲା ୪ ବର୍ଷର ପୁଅ

ରାଇଘର,୧୩।୪ (କିରଣ ପଟ୍ଟନାୟକ): ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ଯାଇ ସ୍ବାମୀ ଜଣକ ଏକ ପାଇଖାନା ଟାଙ୍କିରେ ମୃତଦେହକୁ ଲୁଚେଇ ରଖିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri