Posted inଜାତୀୟ

ତୃତୀୟ ସନ୍ତାନ ଥିବାରୁ ସରକାରୀ ଅଧିକାରୀଙ୍କୁ ଅଯୋଗ୍ୟ ଘୋଷିିତ କଲେ ହାଇକୋର୍ଟ…

ଭୋପାଳ,୧୪।୭: ଚାକିରି କରିବା ପରେ ଜଣେ ସରକାରୀ ଅଧିକାରୀଙ୍କ ତୃତୀୟ ସନ୍ତାନ ହେବାରୁ ହାଇକୋର୍ଟ ତାଙ୍କ ଅଯୋଗ୍ୟ ଘୋଷିତ କରିଛନ୍ତି। ମଧ୍ୟପ୍ରଦେଶର ଗ୍ବାଲିୟର ହାଇକୋର୍ଟଙ୍କ ପକ୍ଷରୁ ରାଜ୍ୟରେ ପ୍ରଣୟନ ହୋଇଥିବା ସଭିଲ୍‌ ସର୍ଭିସ୍‌ ଅଧିନିୟମ ୧୯୬୧ ଅନ୍ତର୍ଗତ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କୁ ଚାକିରୀ କରିବାକୁ ଅଯୋଗ୍ୟ ବୋଲି ଘୋଷଣା କରିଛନ୍ତି। ରାଜ୍ୟରେ ୨୦୦୧ ଜାନୁୟାରୀ ୨୬ରୁ ଏହି ଆଇନର ପ୍ରଣୟନ କରାଯାଇଛି ବୋଲି କୋର୍ଟ କହିଛନ୍ତି। ଲକ୍ଷ୍ମଣ ସିଂ ବଘେଲା ନାମକ ଆବେଦନ କାରୀ ୨୦୦୯ରେ ସହକାରୀ ବିହନ ପ୍ରମାଣନ ଅଧିକାରୀ ପଦବୀ ପାଇଁ ପରୀକ୍ଷା ଦେଇଥିଲେ। ୨୦୦୯ ଜୁନ୍‌ ୩୦ ସୁଦ୍ଧା ତାଙ୍କର ୨ ସନ୍ତାନ ଥିବା ସେ ଆବେଦନ ପତ୍ରରେ ଉଲ୍ଲେଖ କରିଥିଲେ। ତେବେ ନଭେମ୍ବର ୨୦ରେ ତାଙ୍କର ତୃତୀୟ ସନ୍ତାନ ହୋଇଥିଲା।  ସେ ଏନେଇ କୌଣସି ସୂଚନା ପ୍ରଦାନ କରି ନ ଥିଲେ। ମାତ୍ର ମୂଳ ନିବାସ ପ୍ରମାଣ ପତ୍ର ଏବଂ ରାଶନ କାର୍ଡରେ ତାଙ୍କର ୩ ସନ୍ତାନ ଥିବା ଦର୍ଶାଯାଇଥିଲା। ଖବର ଜଣାପଡ଼ିବା ପରେ ଲକ୍ଷ୍ମଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଲକ୍ଷ୍ମଣ ହାଇକୋର୍ଟର ଜଣିକିଆ ଖଣ୍ଡପୀଠରେ ଏନେଇ ଆବେଦନ କରିଥିଲେ। ଜଣିକିଆ ଖଣ୍ଡପୀଠ ଏହାକୁ ଖାରଜ କରିଦେଇଥିଲେ। ପରେ ଲକ୍ଷ୍ମଣ ଏନେଇ ଦୁଇ ଜରିଆ ଖଣ୍ଡପୀଠର ଦ୍ୱାରସ୍ଥ ହୋଇଥିଲେ। ମାତ୍ର ଏବେ ଦୁଇ ଜଣିଆ ଖଣ୍ଡପୀଠ ପୂର୍ବ ରାୟକୁ କାଏମ୍‌ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସ ଭିତରେ ପଶି ଆର୍‌ଆଇଙ୍କୁ ଆଖିବୁଜା ମାଡ଼ ମାରିଲେ ଯୁବକ, ଘୋଷାଡ଼ି ଘୋଷାଡ଼ି…

ଚାନ୍ଦବାଲି,୧୮ା୩(ଅଶୋକ ପଣ୍ଡା): ସରକାରୀ ଅଫିସ୍‌ ଭିତରେ ପଶି ଅଫିସରଙ୍କୁ ଆଖିବୁଜା ମାଡ଼। ତାହା ପୁଣି ଦିନ ଦ୍ୱିପ୍ରହରରେ ସର୍ବ ସମ୍ମୁଖରେ। ଏମିତି କି ଅଫିସ ଗୃହରୁ ଘୋଷାଡ଼ି…

ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଏଣିକି ୬୦% ସିଟ୍‌ ମାଗଣାରେ ବାଛିପାରିବେ

ନୂଆଦିଲ୍ଲୀ,୧୮ା୩: ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି। ବୁଧବାର ବିମାନଯାତ୍ରୀମାନଙ୍କୁ ଲାଭ ଦେବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବ୍ୟାପକ ତଥା ନୂଆ ନିୟମ ପ୍ରଚଳନ…

ରୁଷିଆ ପରେ ଭାରତକୁ ତେଲ ପଠାଇଲା ଏହି ମୁସିଲମ ଦେଶ, ଚମକି ପଡିଲେ ଟ୍ରମ୍ପ!

ନୂଆଦିଲ୍‌ଲୀ,୧୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ଯୋଗୁଁ ହର୍ମୁଜରେ ସଙ୍କଟ ଆହୁରି ଗଭୀର ହେଉଛି। ଏହି ପରିସ୍ଥିତି ମଧ୍ୟରେ, ଭାରତ ପାଇଁ ଏକ…

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭଡାଘରୁ ଯୁବକ ଉଦ୍ଧାର: ବଢୁଛି ସନ୍ଦେହ

ବାହାନଗା,୧୮।୩(ଅରୂପ କୁମାର ଦାସ): ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭଡାଘରୁ ଜଣେ ଯୁବକ ଉଦ୍ଧାର କରାଯିବା ଘଟଣା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଏଭଳି ଘଟଣା ଘଟିଛି…

କେସିଙ୍ଗାରୁ ଭୁବନେଶ୍ୱର ହେଉ ସିଧା ଟ୍ରେନ ଚଳାଚଳ: ଲୋକ ସଭାରେ ଦାବି ଉଠାଇଲେ ଏମ୍‌ପି

କେସିଙ୍ଗା,୧୮।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଲବିକା ଦେବୀ ଦିଲ୍ଲୀରେ ଅନୁଷ୍ଠିତ ଲୋକ ସଭା ଗୃହରେ କଳାହାଣ୍ଡି ଜିଲାର ସଂସଦୀୟ କ୍ଷେତ୍ର କଳାହାଣ୍ଡି ଓ ନୂଆପଡ଼ା ଜିଲା ପାଇଁ…

ବିଧାନସଭାରେ କୋକେଇ ଶୋଭାଯାତ୍ରା:‘ରାମ ନାମ ସତ୍ୟ ହେ’ ଧ୍ୱନିରେ ପ୍ରକମ୍ପିତ ପରିସର

ଭୁବନେଶ୍ୱର,୧୮।୩: ବିଧାନସଭାରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖାଯାଇଛି। SCB ଟ୍ରାଜେଡିକୁ ଦେଇ ଗୃହରେ କମ୍ପିଛନ୍ତି ବିରୋଧୀ। ବିଧାନସଭାରେ ପ୍ରତିକାତ୍ମକ କୋକେଇ ଶୋଭାଯାତ୍ରା ବାହାର କରିଛନ୍ତି ବିରୋଧୀ…

ଏହି ୬ ସହରରେ ଆରମ୍ଭ ହେଲା ଇଣ୍ଡିଆ ପୋଷ୍ଟ’ର ୨୪ ଘଣ୍ଟିଆ ଗ୍ୟାରେଣ୍ଟେଡ୍‌ ଡେଲିଭରି ସେବା

ନୂଆଦିଲ୍ଲୀ ,୧୮ା୩:ଭାରତୀୟ ଡାକ ସେବା ପକ୍ଷରୁ ଦେଶର ୬ ସହରରେ ୨୪ ଘଣ୍ଟିଆ ନିଶ୍ଚିତ ଡେଲିଭରି(ସ୍ପିଡ୍‌ପୋଷ୍ଟ) ସେବା ଆରମ୍ଭ ହୋଇଛି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ…

ଘଟିବ କି କିଛି ଅଶୁଭ: ପୁଣି ନୀଳଚକ୍ର ଉପରେ ବସିଲା ଚିଲ

ପୁରୀ,୧୮ା୩(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ନୀଳଚକ୍ର ଉପରେ ମଙ୍ଗଳବାର ଅପରାହ୍ନରେ କିଛି ସମୟ ଧରି ଚିଲ ବସିଥିବା ଦେଖିବାକୁ ମିଳିଥିଲା। କିଛିଦିନ ହେବ ଲଗାତର ଏପରି ଘଟଣା ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri