Posted inଜାତୀୟ

୨୭ ସପ୍ତାହ ଭ୍ରୁଣର ଗର୍ଭପାତ ପାଇଁ ମହିଳାଙ୍କୁ ଅନୁମତି ଦେଇଥିଲେ ହାଇକୋର୍ଟ, ଜୀବିତ ଜନ୍ମ ହେଲେ ଶିଶୁ…

ମୁମ୍ବାଇ,୧୩।୮ : ନିକଟରେ ବମ୍ବେ ହାଇକୋର୍ଟ ଜଣେ ମହିଳାଙ୍କ ୨୭ ସପ୍ତାହର ଗର୍ଭସ୍ଥ ଭ୍ରୁଣର ଗର୍ଭପାତ ପାଇଁ ଅନୁମତି ଦେଇଥିଲେ। ମହିଳାଙ୍କ ହୃଦୟରେ ଏକ ଛୋଟ ଛିଦ୍ର ଥିବାରୁ ହାଇକୋର୍ଟ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗର୍ଭପାତ ପାଇଁ ଅନୁମତି ଦେଇଥିଲେ। ତେବେ ଜରୁରୀକାଳୀନ ଗର୍ଭପାତ ସମୟରେ ଶିଶୁଟି ଜୀବନ୍ତ ଜନ୍ମ ହୋଇଥିଲେ।

ବର୍ତ୍ତମାନ କୋର୍ଟ କହିଛନ୍ତି ନବଜାତ ଶିଶୁକୁ କେଇଏମ ହସ୍ପିଟାଲ ବାହାରକୁ ନିଆଯିବା ଉଚିତ ନୁହେଁ। ଅଗଷ୍ଟ ୯ ରେ ଜଷ୍ଟିସ ଗୌତମ ପଟେଲ ଏବଂ ନୀଲା ଗୋଖଲେଙ୍କ ଏକ ବେଞ୍ଚ କହିଛନ୍ତି ଡାକ୍ତରଙ୍କ ପରାମର୍ଶ ବିନା ଶିଶୁଙ୍କୁ ଡାକ୍ତରଖାନାରୁ ବାହାରକୁ ନିଆଯିବା ଉଚିତ ନୁହେଁ।

ବେଞ୍ଚଙ୍କୁ କୁହାଯାଇଛି ମହିଳା ଜଣକ ଜୀବନ୍ତ ଶିଶୁ ଜନ୍ମ ଦେଇଛନ୍ତି। ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ମେଡିକାଲ ଟର୍ମିନେଶନ ଅଫ ପ୍ରେଗନାନ୍ସି (ଏମଟିପି) କୁ କୋର୍ଟ ଅନୁମତି ଦେଇଥିଲେ। ଦାଦରା ଏବଂ ନାଗର ହାଭେଲିର ସିଲଭାସିରେ ଜଣେ ୨୦ ବର୍ଷ ବୟସ୍କା ମହିଳା ଏବଂ ତାଙ୍କ ସ୍ବାମୀ ୨୪ ସପ୍ତାହ ସୀମା ଅତିକ୍ରମ କରିଥିବାରୁ ଏମଟିପି ପାଇଁ ଅନୁମତି ମାଗି ହାଇକୋର୍ଟଙ୍କ ନିକଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ମାର୍ଚ୍ଚ ମାସରେ ମହିଳା ଜଣକ ଗର୍ଭବତୀ ଥିବା ଜାଣିବାକୁ ମିଳିଥିଲା। ଜୁଲାଇ ୨୫ରେ କାଶ ଏବଂ ନିଶ୍ୱାସ ପ୍ରଶ୍ୱାସ ସମସ୍ୟା ଯୋଗୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ହୃଦୟରେ ୨୦ ମିଲିମିଟର ଛିଦ୍ର ଥିବା ଜଣାପଡିଥିଲା।  ତାଙ୍କୁ ଗର୍ଭପାତ କରାଇବାକୁ ପରାମର୍ଶ ଦିଆଯାଇଥିଲା ଏବଂ ମହିଳାଙ୍କୁ ହୃଦରୋଗ ବିଶେଷଜ୍ଞଙ୍କ ମତାମତ ପାଇଁ ପଠାଇଥିଲେ।
ଏହା ପରେ, ଦମ୍ପତି ଜୁଲାଇ ୩୦ ରେ ରାତି ୧୧ ଟା ସମୟରେ ଆମ୍ବୁଲାନ୍ସରେ ସିଲଭାସି ଛାଡି ଜୁଲାଇ ୩୧ ରେ କେଇଏମ ହସ୍ପିଟାଲରେ ପହଞ୍ଚିଥିଲେ। ମହିଳାଙ୍କ ଅବସ୍ଥା ଗୁରୁତର ଥିଲା। ଅଗଷ୍ଟ ୩ ରେ ମହିଳାଙ୍କ ଅବସ୍ଥା ସମ୍ପର୍କରେ ବିସ୍ତୃତ ରିପୋର୍ଟ କେଇଏମ ହସ୍ପିଟାଲର ମେଡିକାଲ ବୋର୍ଡରେ ଦାଖଲ କରିଥିଲେ ଯାହା ଜରୁରୀକାଳୀନ ଗର୍ଭପାତ ପାଇଁ ପରାମର୍ଶ ଦେଇଥିଲା। ଏହି ସମୟରେ ମହିଳା ଜଣକ ତାଙ୍କ ହୃଦୟରେ ଥିବା ଏକ ଛିଦ୍ର ଏବଂ ଅନ୍ୟାନ୍ୟ ଜଟିଳତା ପାଇଁ ମଧ୍ୟ ଚିକିତ୍ସିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri