ଗୋଇନ୍ଦା ସୂଚନା ପରେ ସୀମାନ୍ତରେ ହାଇ ଆଲର୍ଟ, ୧୦ଟି ସ୍ଥାନରେ ୨୪ଘଣ୍ଟିଆ ନାକା ଚେକିଂ

ଭୋଗରାଇ, ୩ା୫(ପ୍ରଦୀପ ଦାସ): ପହଲଗାମରେ ୨୬ଜଣ ପର୍ଯ୍ୟଟକଙ୍କୁ ଆତଙ୍କବାଦୀ ଗୁଳି କରି ହତ୍ୟା ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିବା ବେଳେ ଦେଶର ପ୍ରତିରକ୍ଷା ବିଭାଗ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି ହେଇଛି। ଏଭଳି ସ୍ଥିତିରେ ଭାରତର ସମସ୍ତ ସୀମାନ୍ତବର୍ତ୍ତୀ ରାଜ୍ୟରେ ଜଳ, ସ୍ଥଳ ଓ ଆକାଶପଥରେ ପ୍ରତିରକ୍ଷା ବିଭାଗ ସଜାଗ ରହି ଆତଙ୍କବାଦୀ, ଅନୁପ୍ରବେଶକାରୀ, ଜାତୀୟ ଅନ୍ତର୍ଜାତୀୟ ଚୋରା ବେପାରୀଙ୍କ ପ୍ରତି କଡ଼ା ନଜର ରଖାଯାଇଛି। ପାକିସ୍ତାନ ଆତଙ୍କବାଦୀଙ୍କ ସହିତ ବାଂଲାଦେଶ ଆତଙ୍କବାଦୀ ହାତ ମିଳାଇଥିବା ଭାରତୀୟ ଗୋଇନ୍ଦା ସଂସ୍ଥା ସୂଚନା ପାଇବା ପରେ ଭାରତର ସୀମାନ୍ତବର୍ତ୍ତୀ ରାଜ୍ୟ ଓ ବଙ୍ଗୋପସାଗରରେ ପ୍ରତିରକ୍ଷା ବାହିନୀକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଡିଶାରୁ ବାଲାଂଦେଶ ସମୁଦ୍ରପଥ ପ୍ରାୟ ୨ ଶହ ନଟିମାଇଲ ଦୂର ଥିବା ବେଳେ ଓଡିଶା ଉପକୂଳର ତଟସୁରକ୍ଷା ପ୍ରତି ବିପଦ ଆଶଙ୍କା ଦେଖାଦେଇଛି। ବାଂଲାଦେଶରୁ ଓଡ଼ିଶା ଉପକୂଳକୁ ପହଞ୍ଚିବାକୁ ସମୁଦ୍ର ପଥରେ ମାତ୍ର ୪ ଘଣ୍ଟାରୁ କମ୍‌ ସମୟ ଲାଗୁଥିବାବେଳେ ଓଡ଼ିଶା ଓ ପଶ୍ଚିମବଙ୍ଗ ସମୁଦ୍ର ପଥ ମୁକୁଳା ରହିଛି। ତଟସୁରକ୍ଷା ଲାଗି ବର୍ଷକୁ ଦୁଇଥର ସାଗରକବଚ ନାମିତ ସମରାଭ୍ୟାସରେ କେବଳ ସୀମିତ ରହିଛି। ଅନ୍ୟ ସମୟରେ ସମୁଦ୍ରତଟ ଅସୁରକ୍ଷିତ ରହିଛି।

ନିକଟରେ ସମୁଦ୍ରପଥରେ ଭାରତକୁ ଅନୁପ୍ରବେଶ କରିଥିବା ୨୪ଜଣ ବାଂଲାଦେଶୀଙ୍କୁ ପଶ୍ଚିମବଙ୍ଗ ଗୋସାବା ଦ୍ୱୀପରୁ ତଟରକ୍ଷୀ ବାହିନୀ ଗିରଫ କରିଥିଲା। ଆତଙ୍କବାଦୀ ଗତିବିଧି ଓ ଅନୁପ୍ରବେଶ ରୋକିବା ଲାଗି ବଙ୍ଗୋପସାଗରରେ ହାଇଆଲର୍ଟ ଜାରି ହୋଇଥିବା ସୂଚନା ମିଳିଛି। ଏଭଳି ସ୍ଥିତିରେ ସମୁଦ୍ରରେ ତଟରକ୍ଷୀ ବାହିନୀ ଓ ନୌବାହିନୀ ସାମରିକ ଅଭ୍ୟାସ ଜାରି ରଖିଛନ୍ତି। ଓଡ଼ିଶାର ବାଲେଶ୍ୱର ଜିଲା ଉପକୂଳରେ ତାଳସାରୀ ବାହାବଳପୁର ଓ ବଳରାମଗଡ଼ି ସହିତ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲାରେ ୨୦୧୫ରୁ ଅଦ୍ୟାବଧି ୧୮ଟି ମେରାଇନ ଥାନା ନିର୍ମାଣ କରାଯାଇଛି। ହେଲେ ସମସ୍ତ ଥାନାରେ ଆବଶ୍ୟକ ପୋଲିସ କର୍ମଚାରୀ, ରହଣି ନିମନ୍ତେ କ୍ୱାର୍ଟର୍ସ, ଆଧୁନିକ ଅସ୍ତ୍ରଶସ୍ତ୍ର, ଆକସ୍ମିକ ଦୁର୍ଘଟଣା କିମ୍ବା ବିପଦ କାଳୀନରେ ସମୁଦ୍ର ମଧ୍ୟକୁ ଯିବା ଲାଗି ସ୍ପିଡି ବୋଟ୍‌ ଅଭାବ ରହିଥିବା ତାଳସାରୀ ମେରାଇନ ଥାନାର ଅଧିକାରିଣୀ ଚମ୍ପାବତୀ ସୋରେନ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ୨୮ ତାରିଖରୁ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ସ୍ଥଳ ଓ ଜଳପଥରେ ତଟରକ୍ଷୀ ଓ ପୋଲିସ ବାହିନୀ ୨୪ ଘଣ୍ଟିଆ ନାକାଚେକିଂ କରାଯାଉଛି। ଖଡ଼ଗପୁର କଲେଇକୁଣ୍ଡାରୁ ପ୍ରତିରକ୍ଷା ବିଭାଗର ଯୁଦ୍ଧବିମାନ ଚାନ୍ଦିପୁର ପର୍ଯ୍ୟନ୍ତ ଆକାଶ ସୀମାରେ ଚକ୍କର ମାରୁଛି। ବାଲେଶ୍ୱର ଏସ୍‌ପି ରାଜପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ ଭୋଗରାଇ ଓ ଜଳେଶ୍ୱର ବ୍ଲକ ସୀମାନ୍ତ ପଶ୍ଚିମବଙ୍ଗ କୁ ସଂଯୋଗ କରୁଥିବା ୧୦ଟି ରାସ୍ତାକୁ ପୋଲିସ ପକ୍ଷରୁ କଡା ଯାଞ୍ଚ କରାଯାଉଛି। ତାଳସାରୀ ମେରାଇନ ଥାନାର ଅଧିକାରିଣୀ ଚମ୍ପାବତୀ ସୋରେନ ସୀମାନ୍ତରେ ୨୪ ଘଣ୍ଟିଆ ନାକା ଚେକିଂ କରାଯାଇ ସମସ୍ତ ସନ୍ଦେହଜନକ ଗତିବିଧିକୁ ତୀକ୍ଷ୍‌ଣ ନଜର ରଖାଯାଇଛି ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନରେ ମୋଦି!

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ ୨୩ ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗି ରହିଛି।…

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri