ଗୋଇନ୍ଦା ସୂଚନା ପରେ ସୀମାନ୍ତରେ ହାଇ ଆଲର୍ଟ, ୧୦ଟି ସ୍ଥାନରେ ୨୪ଘଣ୍ଟିଆ ନାକା ଚେକିଂ

ଭୋଗରାଇ, ୩ା୫(ପ୍ରଦୀପ ଦାସ): ପହଲଗାମରେ ୨୬ଜଣ ପର୍ଯ୍ୟଟକଙ୍କୁ ଆତଙ୍କବାଦୀ ଗୁଳି କରି ହତ୍ୟା ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିବା ବେଳେ ଦେଶର ପ୍ରତିରକ୍ଷା ବିଭାଗ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି ହେଇଛି। ଏଭଳି ସ୍ଥିତିରେ ଭାରତର ସମସ୍ତ ସୀମାନ୍ତବର୍ତ୍ତୀ ରାଜ୍ୟରେ ଜଳ, ସ୍ଥଳ ଓ ଆକାଶପଥରେ ପ୍ରତିରକ୍ଷା ବିଭାଗ ସଜାଗ ରହି ଆତଙ୍କବାଦୀ, ଅନୁପ୍ରବେଶକାରୀ, ଜାତୀୟ ଅନ୍ତର୍ଜାତୀୟ ଚୋରା ବେପାରୀଙ୍କ ପ୍ରତି କଡ଼ା ନଜର ରଖାଯାଇଛି। ପାକିସ୍ତାନ ଆତଙ୍କବାଦୀଙ୍କ ସହିତ ବାଂଲାଦେଶ ଆତଙ୍କବାଦୀ ହାତ ମିଳାଇଥିବା ଭାରତୀୟ ଗୋଇନ୍ଦା ସଂସ୍ଥା ସୂଚନା ପାଇବା ପରେ ଭାରତର ସୀମାନ୍ତବର୍ତ୍ତୀ ରାଜ୍ୟ ଓ ବଙ୍ଗୋପସାଗରରେ ପ୍ରତିରକ୍ଷା ବାହିନୀକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଡିଶାରୁ ବାଲାଂଦେଶ ସମୁଦ୍ରପଥ ପ୍ରାୟ ୨ ଶହ ନଟିମାଇଲ ଦୂର ଥିବା ବେଳେ ଓଡିଶା ଉପକୂଳର ତଟସୁରକ୍ଷା ପ୍ରତି ବିପଦ ଆଶଙ୍କା ଦେଖାଦେଇଛି। ବାଂଲାଦେଶରୁ ଓଡ଼ିଶା ଉପକୂଳକୁ ପହଞ୍ଚିବାକୁ ସମୁଦ୍ର ପଥରେ ମାତ୍ର ୪ ଘଣ୍ଟାରୁ କମ୍‌ ସମୟ ଲାଗୁଥିବାବେଳେ ଓଡ଼ିଶା ଓ ପଶ୍ଚିମବଙ୍ଗ ସମୁଦ୍ର ପଥ ମୁକୁଳା ରହିଛି। ତଟସୁରକ୍ଷା ଲାଗି ବର୍ଷକୁ ଦୁଇଥର ସାଗରକବଚ ନାମିତ ସମରାଭ୍ୟାସରେ କେବଳ ସୀମିତ ରହିଛି। ଅନ୍ୟ ସମୟରେ ସମୁଦ୍ରତଟ ଅସୁରକ୍ଷିତ ରହିଛି।

ନିକଟରେ ସମୁଦ୍ରପଥରେ ଭାରତକୁ ଅନୁପ୍ରବେଶ କରିଥିବା ୨୪ଜଣ ବାଂଲାଦେଶୀଙ୍କୁ ପଶ୍ଚିମବଙ୍ଗ ଗୋସାବା ଦ୍ୱୀପରୁ ତଟରକ୍ଷୀ ବାହିନୀ ଗିରଫ କରିଥିଲା। ଆତଙ୍କବାଦୀ ଗତିବିଧି ଓ ଅନୁପ୍ରବେଶ ରୋକିବା ଲାଗି ବଙ୍ଗୋପସାଗରରେ ହାଇଆଲର୍ଟ ଜାରି ହୋଇଥିବା ସୂଚନା ମିଳିଛି। ଏଭଳି ସ୍ଥିତିରେ ସମୁଦ୍ରରେ ତଟରକ୍ଷୀ ବାହିନୀ ଓ ନୌବାହିନୀ ସାମରିକ ଅଭ୍ୟାସ ଜାରି ରଖିଛନ୍ତି। ଓଡ଼ିଶାର ବାଲେଶ୍ୱର ଜିଲା ଉପକୂଳରେ ତାଳସାରୀ ବାହାବଳପୁର ଓ ବଳରାମଗଡ଼ି ସହିତ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲାରେ ୨୦୧୫ରୁ ଅଦ୍ୟାବଧି ୧୮ଟି ମେରାଇନ ଥାନା ନିର୍ମାଣ କରାଯାଇଛି। ହେଲେ ସମସ୍ତ ଥାନାରେ ଆବଶ୍ୟକ ପୋଲିସ କର୍ମଚାରୀ, ରହଣି ନିମନ୍ତେ କ୍ୱାର୍ଟର୍ସ, ଆଧୁନିକ ଅସ୍ତ୍ରଶସ୍ତ୍ର, ଆକସ୍ମିକ ଦୁର୍ଘଟଣା କିମ୍ବା ବିପଦ କାଳୀନରେ ସମୁଦ୍ର ମଧ୍ୟକୁ ଯିବା ଲାଗି ସ୍ପିଡି ବୋଟ୍‌ ଅଭାବ ରହିଥିବା ତାଳସାରୀ ମେରାଇନ ଥାନାର ଅଧିକାରିଣୀ ଚମ୍ପାବତୀ ସୋରେନ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ୨୮ ତାରିଖରୁ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ସ୍ଥଳ ଓ ଜଳପଥରେ ତଟରକ୍ଷୀ ଓ ପୋଲିସ ବାହିନୀ ୨୪ ଘଣ୍ଟିଆ ନାକାଚେକିଂ କରାଯାଉଛି। ଖଡ଼ଗପୁର କଲେଇକୁଣ୍ଡାରୁ ପ୍ରତିରକ୍ଷା ବିଭାଗର ଯୁଦ୍ଧବିମାନ ଚାନ୍ଦିପୁର ପର୍ଯ୍ୟନ୍ତ ଆକାଶ ସୀମାରେ ଚକ୍କର ମାରୁଛି। ବାଲେଶ୍ୱର ଏସ୍‌ପି ରାଜପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ ଭୋଗରାଇ ଓ ଜଳେଶ୍ୱର ବ୍ଲକ ସୀମାନ୍ତ ପଶ୍ଚିମବଙ୍ଗ କୁ ସଂଯୋଗ କରୁଥିବା ୧୦ଟି ରାସ୍ତାକୁ ପୋଲିସ ପକ୍ଷରୁ କଡା ଯାଞ୍ଚ କରାଯାଉଛି। ତାଳସାରୀ ମେରାଇନ ଥାନାର ଅଧିକାରିଣୀ ଚମ୍ପାବତୀ ସୋରେନ ସୀମାନ୍ତରେ ୨୪ ଘଣ୍ଟିଆ ନାକା ଚେକିଂ କରାଯାଇ ସମସ୍ତ ସନ୍ଦେହଜନକ ଗତିବିଧିକୁ ତୀକ୍ଷ୍‌ଣ ନଜର ରଖାଯାଇଛି ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ କ୍ୱାର୍ଟର୍ସ ନବୀକରଣରେ ପାଇଁ ଏତିକି କୋଟି ଟଙ୍କା ଖର୍ଚ୍ଚ କଲେଣି ସରକାର

ଭୁବନେଶ୍ୱର,୯ା୧୨: ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ସରକାରୀ କ୍ୱାର୍ଟର୍ସ ମରାମତି ଓ ନବୀକରଣ ବାବଦରେ ମୋଟ ୩.୩୯ କୋଟି ଟଙ୍କା ବ୍ୟୟ...

ପ୍ରେମିକାଙ୍କ ‘ବ୍ୟକ୍ତିଗତ ମୁହୂର୍ତ୍ତ’ ଭାଇରାଲ୍, ଓଡ଼ିଶାରେ ଥାଇ ମିଡିଆ ଉପରେ ବର୍ଷିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୯ା୧୨: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ପ୍ରେମିକା ମହିକା ଶର୍ମାଙ୍କ ଭିଡିଓ ଏବଂ ଫଟୋ ଅନୁଚିତ ଆଙ୍ଗେଲ୍‌ରେ ଉଠାଇଥିବା ପାପାରାଜିଙ୍କ ଉପରେ...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

CEC ଚୟନ କମିଟିରୁ CJIଙ୍କୁ କାହିଁକି ହଟାଗଲା? ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୮।୧୨: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ନିର୍ବାଚନ ସଂସ୍କାର ଉପରେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri