Posted inଜାତୀୟ

ପଞ୍ଜାବ, ରାଜସ୍ଥାନରେ ହାଇ ଆଲର୍ଟ: ପୋଲିସ ଅଧିକାରୀଙ୍କ ଛୁଟି ବାତିଲ, ସ୍କୁଲ ବନ୍ଦ

ନୂଆଦିଲ୍ଲୀ,୮।୫: ଅପରେଶନ ସିନ୍ଦୁର ପରେ ଗୁରୁବାର ଭାରତର ୨ ସୀମାବର୍ତ୍ତି ରାଜ୍ୟ ରାଜସ୍ଥାନ ଏବଂ ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇଛି। ପାକିସ୍ତାନ ସହ ପଞ୍ଜାବର ୫୩୨ କି.ମି.ର ସୀମା ରହିଛି। ସେହିପରି ରାଜସ୍ଥାନ ସହ ପାକିସ୍ତାନର ସୀମା ପ୍ରାୟ ୧,୦୭୦ କି.ମି. ପରିବ୍ୟାପ୍ତ। ଏହାମଧ୍ୟରେ ପଞ୍ଜାବ ପୋଲିସ ନିଜର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିଛି।

ପଞ୍ଜାବ ଡିଜିପି କାର୍ଯ୍ୟାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ବୁଧବାରଠାରୁ ପଞ୍ଜାବ ପୋଲିସର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ସେହିପରି ପଞ୍ଜାବ ସରକାର ରାଜ୍ୟର ୬ ସୀମାବର୍ତ୍ତି ଜିଲା ଫିରୋଜପୁର, ପଠାନକୋର୍ଟ, ଫାଜିଲ୍‌କା, ଅମୃତସର, ଗୁରୁଦାସପୁର ଏବଂ ତରନ୍‌ତାରନ୍‌ରେ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ କରିଦେଇଛନ୍ତି।

ରାଜସ୍ଥାନ ସରକାର ମଧ୍ୟ ସୀମାବର୍ତ୍ତି ଅଞ୍ଚଳରେ ନିୟୋଜିତ ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ପୋଲିସ କର୍ମଚାରୀଙ୍କ ଛୁଟିକୁ ବାତିଲ କରିଛନ୍ତି। ଅନ୍ୟପକ୍ଷରେ ଗୁରୁବାର ରାତିରେ ଜମ୍ମୁର ବିଭିନ୍ନ ସ୍ଥାନରେ ପାକିସ୍ତାନର ମିଶାଇଲ ଏବଂ ଡ୍ରୋନ୍‌ ଆକ୍ରମଣ ପରେ ଚଣ୍ଡିଗଡ଼ରେ ବ୍ଲାକଆଉଟ କରାଯାଇଛି। ସହରର ଦୋକାନଗୁଡ଼ିକୁ ବନ୍ଦ କରାଯିବା ସହ ଲୋକଙ୍କୁ ଘରକୁ ଯିବାକୁ କୁହାଯାଇଥିଲା। ସେହିପରି ପଞ୍ଜାବର ଗୁରୁଦାସପୁର, ଜଳନ୍ଧର, ଅମୃତସର, ମୋହାଲି ଆଦି ସହରକୁ ମଧ୍ୟ ଗୁରୁବାର ରାତିରେ ବ୍ଲାକଆଉଟ କରାଯାଇଥିଲା। ସେହିପରି ରାଜସ୍ଥାନର ଜୈସଲମେର, ହରିୟାଣାର ପଞ୍ଚକୁଲାରେ ମଧ୍ୟ ବ୍ଲାକଆଉଟ ଜାରି କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି

ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’କୁ ଅନୁମୋଦନ

ଭୁବନେଶ୍ୱର,୨୫।୧୨(ରବିନାରାୟଣ ଜେନା): ରାଜ୍ୟର ବରପୁତ୍ରମାନଙ୍କୁ କିଭଳି ସବୁବେଳେ ସମ୍ମାନ ମିଳିବ ସେନେଇ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ...

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri