ସାଧୁ ବେଶରେ ଲୁଚିଥିଲେ ୨୨ ବର୍ଷ

ବ୍ରହ୍ମପୁର,୨।୭(ସୁବାସ ଚନ୍ଦ୍ର ପାଢ଼ୀ)ତ୍ରିକୋଣୀୟ ପ୍ରେମକୁ ନେଇ ଗୁଜୁରାଟ ରାଜ୍ୟର ସୁରଟରେ ୨୦୦୧ରେ ଘଟିଥିବା ଏକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ୨୨ବର୍ଷ ପରେ ଧରାପଡ଼ିଛନ୍ତି। ସୁରଟ ପୋଲିସର ଏକ ଟିମ୍‌ ଉତ୍ତରପ୍ରଦେଶର ମଥୁରା ନନ୍ଦଗ୍ରାମସ୍ଥିତ କୁଞ୍ଜୁକୁଟି ଆଶ୍ରମରେ ସାଧୁବେଶରେ ରହୁଥିବା ଅଭିଯୁକ୍ତ ଗୌରାଙ୍ଗ ଚନ୍ଦ୍ର ପଣ୍ଡା ଓରଫ୍‌ ପଦ୍ମଚରଣକୁ ଗିରଫ କରିଛି। ଗୌରାଙ୍ଗଙ୍କ ଘର ବ୍ରହ୍ମପୁର ଶ୍ରୀରାମନଗର ହୋଇଥିବା ବେଳେ ସେ ଘଟଣା ପରଠାରୁ ଫେରାର୍‌ ହୋଇଯାଇଥିଲେ। ବିଭିନ୍ନ ସ୍ଥାନରେ ଲୁଚି ରହୁଥିବା ବେଳେ ଗତ କିଛିମାସ ହେଲା ମଥୁରାରେ ସାଧୁବେଶରେ ରହୁଥିଲେ ବୋଲି ସୁରଟ ପୋଲିସ କହିଛି। ସୂଚନା ଅନୁସାରେ, ବ୍ରହ୍ମପୁର ଶ୍ରୀରାମନଗର ନିବାସୀ ଗୌରାଙ୍ଗ ସୁରଟକୁ କାମ କରିବାକୁ ଯାଇଥିଲେ। ସେ ସୁରଟର ଶାନ୍ତିନଗର ଅଞ୍ଚଳରେ ରହୁଥିଲେ। ସେଠାରେ ଜଣେ ଯୁବତୀଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସେହି ଯୁବତୀଙ୍କ ସହିତ ଅନ୍ୟ ଜଣେ ଯୁବକ ବିଜୟ ଶିବା ଦାସଙ୍କ ସମ୍ପର୍କ ଥିବା ଗୌରାଙ୍ଗ ଜାଣିବାକୁ ପାଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଗୌରାଙ୍ଗ ୨୦୦୧ ସେପ୍ଟେମ୍ବର ୩ ତାରିଖରେ ବିଜୟଙ୍କୁ ହତ୍ୟା କରି ନାଳରେ ଫିଙ୍ଗି ଦେଇଥିଲେ। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ହତ୍ୟା ଘଟଣା ପରେ ଗୌରାଙ୍ଗ ବ୍ରହ୍ମପୁର ପଳାଇ ଆସିଥିଲେ। ପରେ ମଥୁରା ଯାଇ ସେଠାରେ ନିଜକୁ ଗୌରାଙ୍ଗ ଚରଣ ପଣ୍ଡା ବୋଲି ପରିଚୟ ଦେଇ ସାଧୁ ବେଶରେ ରହିଥିଲେ। ଗୌରାଙ୍ଗଙ୍କୁ ଧରାଇଦେବାକୁ ସୁରଟ ପୋଲିସ ୪୫ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। କିଛିଦିନ ତଳେ ସୁରଟ ପୋଲିସ ଗୌରାଙ୍ଗ ସମ୍ପର୍କରେ ସୂଚନା ପାଇଥିଲା। ସେ କୁଞ୍ଜୁକୁଟି ଆଶ୍ରମରେ ଚଢ଼ଉ କରି ଗୌରାଙ୍ଗକୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri