ଚର୍ଚ୍ଚାରେ ହାଇଟେକ୍‌ ହସ୍ପିଟାଲ ବିସ୍ଫୋରଣ ଘଟଣା:ଦିଲ୍ଲୀପ ମୃତ ନୁହନ୍ତି ଜୀବିତ

ଭୁବନେଶ୍ୱର,୫ା୧(ସତ୍ୟଜିତ୍‌ ରାଉତ):ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ହାଇଟେକ୍‌ ହସ୍ପିଟାଲ୍‌ରେ ଗତ ୨୯ତାରିଖରେ ଏସି କମ୍ପ୍ରେସରରେ ଗ୍ୟାସ୍‌ ଭର୍ତ୍ତିବେଳେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଡେଲାଙ୍ଗ ଥାନା ଅନ୍ତର୍ଗତ ବଅଙ୍ଗ ଗ୍ରାମର ଦିଲ୍ଲୀପ ସାମନ୍ତରାୟ ମୃତ ନୁହେଁ ବରଂ ଜୀବିତ ଥିବା ଶୁଣିବାକୁ ମିଳୁଛି। ବିସ୍ଫୋରଣରେ ଆହତ ୪ଜଣଙ୍କ ମଧ୍ୟରୁ ଗତ ୩୧ତାରିଖରେ ଦିଲ୍ଲୀପଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଏପରି କି ସେହି ଅନୁସାରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ପରେ ପରିବାର ଲୋକ ମୃତଦେହକୁ ସଂସ୍କାର କରିଥିଲେ। ତେବେ ମାତ୍ର ୨ବର୍ଷ ତଳେ ବିବାହ କରିଥିବା ଦିଲ୍ଲୀପଙ୍କ ସ୍ତ୍ରୀ ସୌମ୍ୟାଶ୍ରୀ ଜେନା ସ୍ବାମୀଙ୍କ ମୃତ୍ୟୁକୁ ସହ୍ୟ କରି ନ ପାରି ଗତ ୧ତାରିଖରେ ବାପଘରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ। ଗୁରୁବାର ରାତିରେ ଦିଲ୍ଲୀପ ବଞ୍ଚତ୍ଥିବା ନେଇ ଖବର ଜଣାପଡ଼ିବା ପରେ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଦିଲ୍ଲୀପ ମୃତ୍ୟୁବରଣ କରିଥିବା କହି ତାଙ୍କ ପରିବାରକୁ ଯେଉଁ ମୃତଦେହ ଦିଆଯାଇଥିଲା, ତାହା ଏବେ କାହାର ବୋଲି ପ୍ରଶ୍ନ ଉଠିଛି। ବିସ୍ଫୋରଣରେ ଆହତ ସମସ୍ତଙ୍କ ପରିଚୟ ପ୍ରଦାନ କରା ନ ଯିବା ଏପରି କି ପୋଲିସ ମଧ୍ୟ କିଛି ସୂଚନା ଦେଉ ନ ଥିବାରୁ ଘଟଣା ଅଧିକ ରହସ୍ୟାବୃତ୍ତ ହେଉଛି।
ଦିଲ୍ଲୀପ ବଞ୍ଚତ୍ଥିବା ଖବର ଶୁଣାଯିବା ପରେ ସମସ୍ତେ ଏବେ ହରଡ଼ଘଣାରେ ପଡ଼ିଛନ୍ତି। ଏସି ଏଜେନ୍‌ସିର ଏହା ବଡ଼ ଭୁଲ ବୋଲି କୁହାଯାଉଛି। କାରଣ ଶୁଣିବାକୁ ମିଳୁଛି ଯେ, ହାଇଟେକ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଦୁଇ ଗୁରୁତରଙ୍କ ମଧ୍ୟରୁ ଜଣଙ୍କ ଚେତା ଫେରିଛି। ଏହାପରେ ସେ ନିଜକୁ ଦିଲ୍ଲୀପ ବୋଲି କହିବାରୁ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି। ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ମଞ୍ଚେଶ୍ୱର ଥାନା ପୋଲିସ ଟିମ୍‌ ଏନେଇ ତନାଘନା ଜାରି ରଖିଥିଲା। ଏପରିକି ଦିଲ୍ଲୀପଙ୍କ ମୃତ ଶରୀରକୁ ଚିହ୍ନଟ କରିଥିବା ଉକ୍ତ ଏଜେନ୍‌ସି କର୍ତ୍ତୃପକ୍ଷଙ୍କୁ ମଧ୍ୟ ପଚରାଉଚରା କରୁଥିବା ଜଣାପଡ଼ିଛି। ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଏସି ଏଜେନ୍‌ସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ହିଁ ଏହି ଭୁଲ ହୋଇଛି। ହାଇଟେକ୍‌ ହସ୍ପିଟାଲରେ କାମ କରୁଥିବା ୪ କର୍ମଚାରୀଙ୍କ ପରିଚୟ ହିଁ ଉକ୍ତ ଏଜେନ୍‌ସି ଦେଇଥିଲା। ତେବେ ଖବର ପାଇ ତାଙ୍କ ଗର୍ଭବତୀ ସ୍ତ୍ରୀ ସୌମ୍ୟାଶ୍ରୀ ଜେନା ଆତ୍ମହତ୍ୟା କରିଥିବାରୁ ଏହା ଏକ ସମ୍ବେଦନଶୀଳ ମାମଲାର ରୂପ ନେଇଛି। ସ୍ବାମୀଙ୍କୁ ଝୁରି ଗତ ସୋମବାର ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅନ୍ତର୍ଗତ ନୂଆଗାଁସ୍ଥିତ ବାପ ଘରେ ସୌମ୍ୟାଶ୍ରୀ ଫ୍ୟାନ୍‌ରେ ଦଉଡ଼ି ଦ୍ୱାରା ଝୁଲି ଜୀବନ ହାରିଥିଲେ। ଦିଲ୍ଲୀପ ବଞ୍ଚିଥିବା ଖବର ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ପୋଲିସ ସୂଚନା ଅନୁଯାୟୀ, ଡିସେମ୍ବର ୩୧ରେ ଦିଲ୍ଲୀପଙ୍କ ମୃତଦେହ ୭୦ ପ୍ରତିଶତ ପୋଡ଼ି ହୋଇଯାଇଥିବାରୁ ତାଙ୍କୁ ଚିହ୍ନିବା କଷ୍ଟକର ଥିଲା। ପରେ ତାଙ୍କ ମା’ ଓ ଶ୍ୱଶୁର ଘର ଲୋକ ଭୁବନେଶ୍ୱରରେ ପହଞ୍ଚି ଉକ୍ତ ମୃତଦେହକୁ ଦିଲ୍ଲୀପଙ୍କର ବୋଲି କହି ପୈତୃକ ଗାଁକୁ ନେଇଥିଲେ। ଦିଲ୍ଲୀପଙ୍କ ମୃତଦେହ ଚିହ୍ନିବା ଅବସ୍ଥାରେ ନ ଥିବାରୁ ପରିବାର ଲୋକେ ଜାଣିପାରି ନ ଥିଲେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ହସ୍ପିଟାଲ ଛାତ ଉପରେ ଏଜେନ୍ସି ଦ୍ୱାରା ଏସି ମେଣ୍ଟେନାନ୍ସ କାମ ଚାଲିଥିବା ବେଳେ ଡିସେମ୍ବର ୨୯ ସା ପ୍ରାୟ ୫ଟା ବେଳେ ଏହି ଅଘଟଣ ଘଟିଥିଲା। କମ୍ପ୍ରେସର୍‌ରେ ସମସ୍ୟା ଯୋଗୁ ତାହା ଫାଟିଯାଇଥିଲା। ଏଥିରେ ୪ଜଣ କର୍ମଚାରୀ ଆହତ ହୋଇଥିଲେ। ଏହି ଘଟଣାରେ ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳର ଶ୍ରୀତମ୍‌ ସାହୁଙ୍କ ବୁଧବାର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ଜଣ ଗୁରୁତର ଅଛନ୍ତି। ଦିଲ୍ଲୀପ ବଞ୍ଚତ୍ଥିବା ଘଟଣା ପରେ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ସାମରିକ ଆକ୍ରମଣରେ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ କରିଥିବା ମୁଖ୍ୟ କାର୍ପଟଦାର ନିହତ!

ଜେରୁଜେଲମ,୨୬।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇସ୍ରାଏଲ ଏକ ବଡ଼ ଦାବି କରିଛି। ଜଣେ ଇସ୍ରାଏଲୀ ସାମରିକ ଅଧିକାରୀଙ୍କ ଅନୁଯାୟୀ, ଇରାନର IRGC ନୌସେନାର ମୁଖ୍ୟ ଆଲିରେଜା…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଏହିସବୁ ବ୍ୟକ୍ତିଙ୍କୁ ମିଳିବ ମାଗଣା ରେଳ ସେବା: ରେଳ ବିଭାଗର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୩: ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାରଙ୍କ ପାଇଁ ଖୁସିଖବର। ରେଳ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ଘୋଷଣା କରାଯାଇଛି। ସାହସିକତା ପୁରସ୍କାର ପ୍ରାପ୍ତଙ୍କୁ…

ଯୁଦ୍ଧ ରୋକିବା ପାଇଁ ଭାରତ ଉପରେ କାହିଁକି ନିର୍ଭର କରୁଛି ଇରାନ? ଜାଣନ୍ତୁ ୫ କାରଣ

ନୂଆଦିଲ୍ଲୀ,୨୬।୩: ଗତକାଲି ନୂଆଦିଲ୍ଲୀରେ ଦେଇଥିବା ବିବୃତ୍ତିରେ, ଇରାନ ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ଇରାନ-ଇସ୍ରାଏଲ ବିବାଦରେ ଭାରତକୁ ଏକ ନିର୍ଭରଯୋଗ୍ୟ ମଧ୍ୟସ୍ଥି ଭାବରେ ବର୍ଣ୍ଣନା କରିଥିଲେ, ଯାହା ମଧ୍ୟପ୍ରାଚ୍ୟରେ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri