Categories: ବାଣିଜ୍ୟ

ପାର୍ବଣରେ ହିରୋ ମୋଟୋକର୍ପର ‘ହିରୋ ଗିଫ୍ଟ’

ନୂଆଦିଲ୍ଲୀ,୨୮।୯: ଚଳିତ ବର୍ଷର ପାର୍ବଣ ଅବସରରେ ହିରୋ ମୋଟୋକର୍ପ ପକ୍ଷରୁ ‘ହିରୋ ଗିଫ୍ଟ’ ଗ୍ରାଣ୍ଡ ଇଣ୍ଡିଆନ ଫେଷ୍ଟିଭାଲ ଅଫ୍‌ ଟ୍ରଷ୍ଟ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଅନ୍ତର୍ଗତ ରୋମାଞ୍ଚକର ମଡେଲ ସତେଜତା, ଖୁଚୁରା ଲାଭ, ବହୁ ଆର୍ଥିକ ଯୋଜନା, ପ୍ରି-ବୁକିଂ ଅଫର ସମେତ ବହୁ ସୁବିଧା ଗ୍ରାହକଙ୍କୁ ଯୋଗାଇ ଦିଆଯିବ। ସେହିଭଳି ହିରୋ ଗିଫ୍ଟ କାର୍ଯ୍ୟକ୍ରମ ଏକ ବିଶ୍ୱାସନୀୟତା ଅନୁଭୂତି ଯାହା ହିରୋ ବ୍ରାଣ୍ଡ୍‌ ଗ୍ରାହକଙ୍କ ମଧ୍ୟରେ ସୃଷ୍ଟି କରିପାରିଛି। ଚଳିତ ବର୍ଷର ଏହି ମେଗା ଅଭିଯାନର ବିଷୟବସ୍ତୁ ହେଉଛି ‘ଇଣ୍ଡିଆ ଲେଟସ୍‌ ସେଲିବ୍ରେଟ୍‌, ଫିର୍‌ ସେ ଦିଲ୍‌ ସେ’, ଯାହା ଉତ୍ସାହକୁ ପ୍ରତିଫଳିତ କରିଥାଏ; ଯେଉଁଥିରେ ଦେଶର ନାଗରିକମାନେ ୨ବର୍ଷର ବ୍ୟବଧାନ ପରେ ସାଧାରଣ ପାର୍ବଣ ଋତୁ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି।
ଏ ସମ୍ପର୍କରେ ହିରୋ ମୋଟୋକର୍ପର ମୁଖ୍ୟ ଅଭିବୃଦ୍ଧି ଅଧିକାରୀ ରଞ୍ଜୀବଜିତ ସିଂ କହିଛନ୍ତି, ୧୦୦ ମିଲିୟନରୁ ଅଧିକ ଗ୍ରାହକଙ୍କ ବ୍ୟକ୍ତିଗତ ଗତିଶୀଳତାର ସେବା କରି ହିରୋ ମୋଟୋକର୍ପ ଭାରତୀୟ ପରିବାରର ଜଣେ ବିଶ୍ୱସ୍ତ ସଦସ୍ୟ ଭାବେ ପରିଗଣିତ ହୋଇଛି। ଆମେ ଆଶା କରୁଛୁ ଯେ ହିରୋ ଗିଫ୍ଟ ଗ୍ରାହକଙ୍କ ମନୋବଳକୁ ଏକ ବଡ଼ ଉତ୍ସାହ ଯୋଗାଇବ। ଏହାଦ୍ୱାରା ଆନନ୍ଦ ସହ ଉତ୍ସାହର ଅନୁଭୂତି ସୃଷ୍ଟି ହେବ। ଫଳରେ ଏହା ରୋମାଞ୍ଚକର ନୂତନ ଲାଭ ସହ ଗ୍ରାହକଙ୍କ ବିଶ୍ୱାସକୁ ପୁନଃ ପ୍ରମାଣିତ କରିବାକୁ ସକ୍ଷମ ହେବ। ଏହା ସେମାନଙ୍କୁ ଆଇକନିକ ହିରୋ ଉପତ୍ାଦ ସହିତ ଆସୁଥିବା ପ୍ରେମ ଏବଂ ସୁଖକୁ ଘରକୁ ନେବାକୁ ଆକର୍ଷିତ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

Share