Categories: ବାଣିଜ୍ୟ

ହିରୋ ମୋଟୋକର୍ପର ବିକ୍ରି ଫଳାଫଳ

ନୂଆଦିଲ୍ଲୀ,୬ା୫: ଦେଶର ପ୍ରମୁଖ ୨ ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପର ୨୦୨୩-୨୪ ଆର୍ଥିକ ବର୍ଷର ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀ ଚଳିତ ଆର୍ଥିକ ବର୍ଷର ଏପ୍ରିଲ ମାସରେ ୩,୯୬,୧୦୭ ୟୁନିଟ୍‌ ଗାଡ଼ି ବିକ୍ରି କରିଥିବା ବେଳେ ଗତ ଆର୍ଥିକ ବର୍ଷର ସମାନ ସମୟ ମଧ୍ୟରେ ୪,୧୮, ୬୨୨ ୟୁନିଟ୍‌ ବିକ୍ରି କରିଥିଲା। ଏପରିକି ୨୦୨୩ ଏପ୍ରିଲରେ କମ୍ପାନୀ ମୋଟ ୩, ୬୮, ୮୩୦ ୟୁନିଟ୍‌ ମୋଟର ସାଇକେଲ ବିକ୍ରି କରିଥିଲା ବେଳେ ୨୦୨୨ ଏପ୍ରିଲରେ ୩, ୯୨, ୬୨୭ ୟୁନିଟ୍‌ ଗାଡ଼ି ବିକ୍ରି କରିଥିଲା। ସେହିପରି ୨୦୨୨ ଏପ୍ରିଲରେ କମ୍ପାନୀ ୨୫, ୯୯୫ ୟୁନିଟ୍‌ ସ୍କୁଟର ବିକ୍ରି କରିଥିବାବେଳେ ୨୦୨୩ ଏପ୍ରିଲରେ ୨୭,୨୭୭ ୟୁନିଟ୍‌ ସ୍କୁଟର ବିକ୍ରି କରିଛି। ବିଶେଷକରି କମ୍ପାନୀ ଘରୋଇ ବଜାରରେ ମୋଟ ୩, ୮୬, ୧୮୪ ୟୁନିଟ୍‌ ଗାଡି ବିକ୍ରି କରିଥିଲାବେଳେ ରପ୍ତାନି ପରିମାଣ ୯,୯୨୩ ୟୁନିଟ୍‌ ରହିଛି। ୨୦୨୨ ଏପ୍ରିଲରେ କମ୍ପାନୀ ଯଥାକ୍ରମେ ୩, ୯୮, ୪୯୦ ୟୁନିଟ୍‌ ଏବଂ ୨୦,୧୩୨ ୟୁନିଟ୍‌ ରହିଥିଲ ା ନୂଆ ଉତ୍ପାଦ, ମଜଭୁତ ଜିଡିପି ଅଭିବୃଦ୍ଧି ଓ ଗ୍ରାହକ ଚାହିଦା ଫଳରେ ଆଗାମୀ ମାସଗୁଡ଼ିକରେ କମ୍ପାନୀ ଉନ୍ନତ ଫଳାଫଳ ହାସଲ କରିବ ବୋଲି ଲକ୍ଷ୍ୟ ରଖିଛି।

Share