ସାମୁଦ୍ରିକ ଝଡ଼, ମୃତ୍ତିକା ଅବକ୍ଷୟ ରୋକୁଛି ହେନ୍ତାଳ ଜଙ୍ଗଲ

ମହାକାଳପଡ଼ା,୧୦।୮ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ସାମୁଦ୍ରିକ ଝଡ଼, ଉପକୂଳ ମୃତ୍ତିକା ଅବକ୍ଷୟ ରୋକିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି ହେନ୍ତାଳ ଜଙ୍ଗଲ। ଏହି ଅଞ୍ଚଳରେ ବିଗତଦିନରେ ୧୯୬୭, ୧୯୭୧, ୧୯୮୨, ୧୯୯୯ (ମହାବାତ୍ୟା), ୨୦୧୩ (ଫାଇଲିନ), ୨୦୧୪ ( ହୁଡ ହୁଡ଼), ୨୦୧୮ ( ତିତିଲି ), ୨୦୧୯ ( ଫନି) ଆଦି ସାମୁଦ୍ରିକ ଝଡକୁ ସାମ୍ନା କରିଛି ହେନ୍ତାଳ ଗଛ। ଅପରପକ୍ଷେ ହେନ୍ତାଳ ଗଛ ପୂର୍ବ ଅପେକ୍ଷା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଅଧିକ ଜଙ୍ଗଲ ସୃଷ୍ଠି ହୋଇଛି। ଏହି ହେନ୍ତାଳ ଜଙ୍ଗଲ ପ୍ରାକୃତିକ ଉପାୟରେ ଗଛରୁ ମଞ୍ଜି ଝଡି ନୂଆ ଚାରା ସୃଷ୍ଟି ହୋଇ ଘଞ୍ଚ ବଣ ବୁଦାରେ ପରିପୂର୍ଣ୍ଣ ହୋଇଥାଏ। ଏହି ବଣ ମୂଳେ ଜଙ୍ଗଲୀ ଜନ୍ତୁ ଆଶ୍ରୟ ନେଇଥାନ୍ତି। ୧୯୬୦ରୁ ୭୦ ଦଶକରେ ହେନ୍ତାଳ ଗଛ ପତ୍ରକୁ କାଟି ଚାଳ ଘର ଛପର କାର୍ଯ୍ୟ କରାଯାଉଥିଲା। ଏହାର ସୁସ୍ବାଦୁ (ରୁଅ କୋଳି)କୁ ଶିଶୁଠାରୁ ବଡ ଯାଏ ଖାଇଥାନ୍ତି। ଏହି ଗଛର ପତ୍ରରେ ଛାଞ୍ଚୁଣୀ, ସପ୍‌, ମସିଣା, ଚଟ ଓ ଅନ୍ୟ ଘର କରଣା ପ୍ରସ୍ତୁତ ମଧ୍ୟ ହୁଏ।
ଏହି ଅଞ୍ଚଳର କଣ୍ଟିଲୋ ସଂରକ୍ଷିତ ଜଙ୍ଗଲ, ଭିତର ଖରିନାସୀ ସଂରକ୍ଷିତ ଜଙ୍ଗଲ, ଜମ୍ବୁ କଣ୍ଡରା ପାଟିଆ ଜଙ୍ଗଲ, ମହାକାଳପଡ଼ା ବନାଞ୍ଚଳ ଅଧୀନ ବତୀଘର ପଞ୍ଚାୟତର ଟୁବି ଜଙ୍ଗଲ, ହେଟାମୁଣ୍ଡିଆ ସଂରକ୍ଷିତ ଜଙ୍ଗଲ, କଂସାରଡିଆ ସଂରକ୍ଷିତ ଜଙ୍ଗଲ, କାଉଡିଆ ସଂରକ୍ଷିତ ଜଙ୍ଗଲ, କଜଳପତିଆ ଜଙ୍ଗଲ, ସରଳିକୁଦ ଜଙ୍ଗଲ, ବାର ନମ୍ବର ଓ ରାମଚଣ୍ଡୀ ଗଳିଆ ନଦୀ ପାର୍ଶ୍ୱ, ପୂର୍ବ ସୁନୀତି ପାର୍ଶ୍ୱବର୍ତ୍ତୀ ଜଙ୍ଗଲରେ ବହୁ ପରିମାଣରେ ହେନ୍ତାଳ ଗଛ ଦେଖିବାକୁ ମିଳୁଛି। ଏହି ପ୍ରଜାତିର ହେନ୍ତାଳ ବା (ତନ୍ତୁ ଜାତୀୟ ରୁଅ) ଗଛଗୁଡ଼ିକ ବଡ଼ ବଡ଼ ସାମୁଦ୍ରିକ ଝଡକୁ ସାମ୍ନା କରିବାର କ୍ଷମତା ରହିଛି ବୋଲି ସମୁଦ୍ର କୂଳିଆ ଅଞ୍ଚଳର ଲୋକ ମାନେ କହିଛନ୍ତି। ଏହି ପ୍ରଜାତି ଗଛର ମଞ୍ଜିକୁ ବର୍ଷାଦିନ ପୂର୍ବରୁ ସଂଗ୍ରହ କରି ବ୍ୟାପକ ପରିମାଣରେ ଉପକୂଳ ଅଞ୍ଚଳ ଖାଲି ପଡ଼ିଥିବା ଜଙ୍ଗଲ ଜମିଗୁଡିକରେ ରୋପଣ କରିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ବନ ବିଭାଗ ନିକଟରେ ପରିବେଶ ପ୍ରେମୀ ସୁବାସ ଚନ୍ଦ୍ର ସ୍ବାଇଁ ଦାବି କରିଛନ୍ତି। ଅପରପକ୍ଷରେ ଏହି ହେନ୍ତାଳ ଗଛର ଶାଖାରେ ଦେଶୀୟ ପକ୍ଷୀମାନେ ସୁରକ୍ଷିତ ଭାବେ ବସା ବାନ୍ଧି ଥିବା ଦେଖିବାକୁ ମିଳେ। ଏହି ଗଛର ଶାଖା ପ୍ରଶାଖାରେ ତୀକ୍ଷ୍ମ ଯୁକ୍ତ କଣ୍ଟା ଥିବାରୁ ବାହ୍ୟ ଶତ୍ରୁ ଆକ୍ରମଣରୁ ନିଜକୁ ସୁରକ୍ଷିତ ମଣିଥାନ୍ତି ଦେଶୀୟ ପକ୍ଷୀ। ଏହି ଗଛର ଝଡ଼ି ପଡୁଥବା ଫଳ ବା (ରୁଆ କୋଳି )କୁ ଜଙ୍ଗଲି ଜୀବ ଜନ୍ତୁ ଖାଇଥାନ୍ତି। ନଦୀ ସଂଲଗ୍ନରେ ଥିବା ଗଛଗୁଡ଼ିକରୁ ଝଡ଼ି ପଡୁଥିବା କୋଳିକୁ ବଉଳା କୁମ୍ଭୀର ଖାଇ ଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri