Posted inଜାତୀୟ

ହେମନ୍ତ ସୋରେନଙ୍କ ବଡ ନିଷ୍ପତ୍ତି, ୩୯ ଲକ୍ଷ ବିଜୁଳି ଗ୍ରାହକଙ୍କ ବିଲ ହେବ ଛାଡ

ରାଞ୍ଚି,୨୯।୮: ରାଜ୍ୟର ବିଦ୍ୟୁତ ବିଲ ବକେୟା ଥିବା ଗ୍ରାହକମାନଙ୍କୁ ଝାଡ଼ଖଣ୍ଡ ସରକାର ଏକ ବଡ ଉପହାର ଦେଇଛନ୍ତି। ଘରୋଇ ଗ୍ରାହକ ଯେଉଁମାନେ ପୂର୍ବରୁ ବକେୟା ବିଲ ଭାବେ ମାସକୁ ୨୦୦ ୟୁନିଟ ପର୍ଯ୍ୟନ୍ତ ସର୍ବାଧିକ ବିଦ୍ୟୁତ୍‌ ଖର୍ଚ୍ଚ କରଛନ୍ତି, ସେମାନଙ୍କୁ ବକେୟା ବିଲ୍‌ ସମ୍ପୂର୍ଣ୍ଣ ଛାଡ କରାଯାଇଛି। ଗୁରୁବାର ସାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା।
କ୍ୟାବିନେଟ ସଚିବ ବନ୍ଦନା ଦାଦେଲ କହିଛନ୍ତି ଯେ ରାଜ୍ୟରେ ୨୦୦ୟୁନିଟ ବିଦ୍ୟୁତ୍‌ ବ୍ୟବହାର କରୁଥିବା ଗ୍ରାହକଙ୍କ ସଂଖ୍ୟା ୩୯ଲକ୍ଷ ୪୪ହଜାର ୩୮୯ ଅଟେ। ସେମାନଙ୍କ ବକେୟା ବିଲ ଛାଡ କଲେ ପ୍ରାୟ ୩,୫୮୪କୋଟି ଟଙ୍କା ଅତିରିକ୍ତ ବୋଝ ସରକାରଙ୍କ ପରେ ପଡିବ।ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ କ୍ୟାବିନେଟ ମୋଟ ୪୪ଟି ପ୍ରସ୍ତାବକୁ ଅନୁମୋଦନ କରିଛି ଯେଉଁଥିରେ ଅନେକ ଜନପ୍ରିୟ ନିଷ୍ପତ୍ତି ଅନ୍ତର୍ଭୁକ୍ତ।
ଝାଡ଼ଖଣ୍ଡ ନିବାସି ଅଗ୍ନିବୀର ଯେଉଁମାନେ ଡ୍ୟୁଟିରେ ଥିବାବେଳେ କୌଣସି କାରଣରୁ ମୃତ୍ୟୁବରଣ କରୁଛନ୍ତି, ତାଙ୍କ ନିର୍ଭରକଙ୍କୁ ସରକାରୀ ଚାକିରୀ ଏବଂ ୧୦ଲକ୍ଷ ଟଙ୍କା ଏକ୍ସ-ଗ୍ରାଟିଆ ରାଶି ପ୍ରଦାନ କରାଯିବ।
ରାଜ୍ୟର ୬ଟି ଜିଲା, ଧନବାଦ, ଦୁମକା, ଗୋଡ୍ଡା, ଚତରା ଏବଂ କୋଡରମା ଠାରେ ୧୦ହଜାର ୩୮୮ ଅତିରିକ୍ତ ଅଙ୍ଗନୱାଡି କର୍ମଚାରୀଙ୍କ ପୁନଃସ୍ଥାପନକୁ କ୍ୟାବିନେଟ ଅନୁମୋଦନ କରିଛି। ଏମାନେ ପୋଷଣ ସଖି ନାମରେ ଜଣାଶୁଣା। ଏହି ଜିଲାମାନଙ୍କରେ ପୁଷ୍ଟିହୀନତା ହଟାଇବା ପାଇଁ କେନ୍ଦ୍ରୀୟ ସହାୟତା ଯୋଜନା ଅଧୀନରେ କାର୍ଯ୍ୟ କରୁଥିବା ଏହି କର୍ମୀମାନଙ୍କର ସେବା ପ୍ରାୟ ଏକ ବର୍ଷ ପୂର୍ବେ ଶେଷ ହୋଇଥିଲା। ବର୍ତ୍ତମାନ ସେ ପୁନଃ ନିଯୁକ୍ତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ବଢୁଛି ରହିବା ଖର୍ଚ୍ଚ: ୨୦୨୬ରେ ଏହି ସହର ସବୁଠୁ ମହଙ୍ଗା, ଜାଣନ୍ତୁ କେଉଁ ସହରରେ କେତେ ?

ନୂଆଦିଲ୍ଲୀ,୧୮।୩: ୨୦୨୬ ମାର୍ଚ୍ଚ ମାସର ସଦ୍ୟତମ ‘ନମ୍ବିଓ’ ରିପୋର୍ଟ ଅନୁଯାୟୀ, ଭାରତରେ ଜୀବନଶୈଳୀ ଏବଂ ସହର ଅନୁସାରେ ରହିବା ଖର୍ଚ୍ଚରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ତ୍ତମାନର…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

ଯୋଗାଣ ବିଭାଗର ଚଢ଼ାଉ, ୧୨ ଗ୍ୟାସ ସିଲିଣ୍ଡର ସହିତ ୨୮୩….

ଅତାବିରା,୧୮।୩(ଯୁଧିଷ୍ଠିର ମହାପାତ୍ର ): ମଧ୍ୟପ୍ରାଚ୍ୟରେ ଗୋଟିଏ ପଟେ ଯୁଦ୍ଧ ଲାଗିରହିଥିବା ବେଳେ ଅନ୍ୟପଟରେ ସାରା ଭାରତ ଓ ଓଡ଼ିଶାରେ ମଧ୍ୟ ଗ୍ୟାସ ବା LPG ର ସଙ୍କଟ…

SCB ଅଗ୍ନିକାଣ୍ଡ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ, ୪ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର,୧୮।୩(ସୁନିତ୍‌ ମିଶ୍ର): କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଗତ ୧୬ ତାରିଖ ଦିନ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଅନେକ ଜୀବନ ନଷ୍ଟ…

ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ୍‌ ଗଲେ ବାପ-ପୁଅ, ରକ୍ତଭିଜା କାଠଫାଳିଆ ଜବତ

ଦିଗପହଣ୍ଡି,୧୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ସାମାଜିକ କର୍ମୀ ମାନସ ରଞ୍ଜନ ପଟ୍ଟନାୟକ ଓରଫ ମନୋଜଙ୍କୁ ମଙ୍ଗଳବାର ରାତିରେ ସଂଘବଦ୍ଧ…

ଗଞ୍ଜାମ ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଭାବେ ଦାୟିତ୍ବ ନେଲେ ସମୀର କୁମାର ଜେନା

ଛତ୍ରପୁର,୧୮।୩(ଦିଲ୍ଲୀପ ସାମଲ) : ଦୀର୍ଘ ୮ ମାସ ପରେ ଆଜି ଗଞ୍ଜାମ ଜିଲାପରିଷଦର ନୂତନ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସମୀର…

ବାସନ୍ଦ, ଜରିମାନାକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଆହତ

ହିଞ୍ଜିଳିକାଟୁ,୧୮ା୩(ଦ୍ୱିତୀକୃଷ୍ଣ ପଣ୍ଡା):ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ନନ୍ଦିତା ଗାଁରେ ମଙ୍ଗଳବାର ରାତିରେ କୁଳରୁ ବାସନ୍ଦ, ଜରିମାନା ଆଦାୟକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri