Posted inଜାତୀୟ

ହେମନ୍ତ ସୋରେନଙ୍କ ବଡ ନିଷ୍ପତ୍ତି, ୩୯ ଲକ୍ଷ ବିଜୁଳି ଗ୍ରାହକଙ୍କ ବିଲ ହେବ ଛାଡ

ରାଞ୍ଚି,୨୯।୮: ରାଜ୍ୟର ବିଦ୍ୟୁତ ବିଲ ବକେୟା ଥିବା ଗ୍ରାହକମାନଙ୍କୁ ଝାଡ଼ଖଣ୍ଡ ସରକାର ଏକ ବଡ ଉପହାର ଦେଇଛନ୍ତି। ଘରୋଇ ଗ୍ରାହକ ଯେଉଁମାନେ ପୂର୍ବରୁ ବକେୟା ବିଲ ଭାବେ ମାସକୁ ୨୦୦ ୟୁନିଟ ପର୍ଯ୍ୟନ୍ତ ସର୍ବାଧିକ ବିଦ୍ୟୁତ୍‌ ଖର୍ଚ୍ଚ କରଛନ୍ତି, ସେମାନଙ୍କୁ ବକେୟା ବିଲ୍‌ ସମ୍ପୂର୍ଣ୍ଣ ଛାଡ କରାଯାଇଛି। ଗୁରୁବାର ସାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା।
କ୍ୟାବିନେଟ ସଚିବ ବନ୍ଦନା ଦାଦେଲ କହିଛନ୍ତି ଯେ ରାଜ୍ୟରେ ୨୦୦ୟୁନିଟ ବିଦ୍ୟୁତ୍‌ ବ୍ୟବହାର କରୁଥିବା ଗ୍ରାହକଙ୍କ ସଂଖ୍ୟା ୩୯ଲକ୍ଷ ୪୪ହଜାର ୩୮୯ ଅଟେ। ସେମାନଙ୍କ ବକେୟା ବିଲ ଛାଡ କଲେ ପ୍ରାୟ ୩,୫୮୪କୋଟି ଟଙ୍କା ଅତିରିକ୍ତ ବୋଝ ସରକାରଙ୍କ ପରେ ପଡିବ।ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ କ୍ୟାବିନେଟ ମୋଟ ୪୪ଟି ପ୍ରସ୍ତାବକୁ ଅନୁମୋଦନ କରିଛି ଯେଉଁଥିରେ ଅନେକ ଜନପ୍ରିୟ ନିଷ୍ପତ୍ତି ଅନ୍ତର୍ଭୁକ୍ତ।
ଝାଡ଼ଖଣ୍ଡ ନିବାସି ଅଗ୍ନିବୀର ଯେଉଁମାନେ ଡ୍ୟୁଟିରେ ଥିବାବେଳେ କୌଣସି କାରଣରୁ ମୃତ୍ୟୁବରଣ କରୁଛନ୍ତି, ତାଙ୍କ ନିର୍ଭରକଙ୍କୁ ସରକାରୀ ଚାକିରୀ ଏବଂ ୧୦ଲକ୍ଷ ଟଙ୍କା ଏକ୍ସ-ଗ୍ରାଟିଆ ରାଶି ପ୍ରଦାନ କରାଯିବ।
ରାଜ୍ୟର ୬ଟି ଜିଲା, ଧନବାଦ, ଦୁମକା, ଗୋଡ୍ଡା, ଚତରା ଏବଂ କୋଡରମା ଠାରେ ୧୦ହଜାର ୩୮୮ ଅତିରିକ୍ତ ଅଙ୍ଗନୱାଡି କର୍ମଚାରୀଙ୍କ ପୁନଃସ୍ଥାପନକୁ କ୍ୟାବିନେଟ ଅନୁମୋଦନ କରିଛି। ଏମାନେ ପୋଷଣ ସଖି ନାମରେ ଜଣାଶୁଣା। ଏହି ଜିଲାମାନଙ୍କରେ ପୁଷ୍ଟିହୀନତା ହଟାଇବା ପାଇଁ କେନ୍ଦ୍ରୀୟ ସହାୟତା ଯୋଜନା ଅଧୀନରେ କାର୍ଯ୍ୟ କରୁଥିବା ଏହି କର୍ମୀମାନଙ୍କର ସେବା ପ୍ରାୟ ଏକ ବର୍ଷ ପୂର୍ବେ ଶେଷ ହୋଇଥିଲା। ବର୍ତ୍ତମାନ ସେ ପୁନଃ ନିଯୁକ୍ତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଲେସ୍‌ ଟେଣ୍ଡର ପକାଇବେ ନାହିଁ ଠିକାଦାର, ନୂଆ ନିୟମ ଅନୁସାରେ ହେବ ଏମିତି…

ଗୁଣପୁର,୨୯ା୧(ସଙ୍କେତ ପାତ୍ର): ରାୟଗଡ଼ା ଜିଲାର ଗୁଣପୁର ଉପଖଣ୍ଡସ୍ତରୀୟ ଠିକାଦାରମାନଙ୍କର ଏକ ସ୍ବତନ୍ତ୍ର ବୈଠକ ଶେଫାଳି ପାହାଡ଼ ନିକଟ ଗଣେଶ-ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ…

କିଏ ନେବେ ଅଜିତ ପାୱାରଙ୍କ ସ୍ଥାନ? ଚର୍ଚ୍ଚାରେ ଏହି ନାଁ, ବଡ଼ ସଙ୍କେତ ଦେଲା ଭାଜପା

ମୁମ୍ବାଇ,୨୯।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଛାୟା ଖେଳିଯାଇଛି। ଲୋକମାନେ ପାୱାରଙ୍କୁ ସ୍ନେହରେ “ଦାଦା” ବୋଲି ଡାକୁଥିଲେ।…

T20 Wolrd Cup ପରେ କୋଚ ପଦରୁ ଗୌତମ ଗମ୍ଭୀରଙ୍କୁ ମିଳିବ ଛୁଟି? BCCI କଲା ସ୍ପଷ୍ଟ

ନୂଆଦିଲ୍ଲୀ,୨୯।୧: ଗୌତମ ଗମ୍ଭୀର ପ୍ରଶିକ୍ଷକ ହେବା ପରେ, ଭାରତୀୟ କ୍ରିକେଟ ଦଳ ଅଭୂତପୂର୍ବ ଅଭିଜ୍ଞତା ଅନୁଭବ କରିଥିଲା। ନ୍ୟୁଜିଲ୍ୟାଣ୍ଡ ଦ୍ୱାରା ଘରୋଇ ଟେଷ୍ଟ ହ୍ବାଇଟଓ୍ବାଶ, ସର୍ବନିମ୍ନ ଘରୋଇ…

ଅଜିତ ପାଓ୍ବାରଙ୍କ ମୃତ୍ୟୁର ୨୫ ଦିନ ପୂର୍ବରୁ ହୋଇଥିଲା ଏମିତି ଭବିଷ୍ୟବାଣୀ, ଭିଡିଓ ଭାଇରାଲ ପରେ…

ମୁମ୍ବାଇ,୨୯ା୧: ବୁଧବାର ମହାରାଷ୍ଟ୍ର ରାଜନୀତି ପାଇଁ ଏକ ଦୁଃଖଦ ଦିନ ଥିଲା, କାରଣ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ଏକ ବିମାନ ଦୁର୍ଘଟଣାରେ ମୃ୍‌ତ୍ୟୁ ଘଟିଛି। ଏହି ଦୁର୍ଘଟଣା…

ଖଣ୍ଡଗିରିରେ ଜମୁଛି ବାବାଙ୍କ ଆସର: କିଏ ପ୍ରେମରେ ବିଫଳ ତ, ଆଉ କିଏ ମଶାରୀ ଭିତରେ…

ଭୁବନେଶ୍ୱର,୨୯ା୧(ସୌମ୍ୟରଞ୍ଜନ ରାଉତ): ଚାଲିଛି ଖଣ୍ଡଗିରି କୁମ୍ଭମେଳା।  ଦିନ ଯେତେ ଗଡୁଛି, ଜନଗହଳି ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ସାଧୁସନ୍ଥଙ୍କ ଦର୍ଶନ ଲାଗି ଖଣ୍ଡଗିରି ପାହାଡ଼ ଉପରେ ସକାଳୁ…

ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା ପୂର୍ବରୁ ପାଇଲଟଙ୍କ ଶେଷ ଶବ୍ଦ ‘ଓଃ ସିଟ୍…

ପୁଣେ,୨୯।୧: ବୁଧବାର ଦିନ ମହାରାଷ୍ଟ୍ରର ବାରାମତିରେ ପ୍ଲେନ କ୍ରାଶ ହୋଇଥିଲା । ମହାରାଷ୍ଚ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସମେତ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା…

ଅବସର ଉପରେ ଆଶ୍ଚର୍ଯ୍ୟଜନକ ବୟାନ ଦେଲେ କେଏଲ ରାହୁଲ, କହିଲେ ‘ମୁଁ ଦଳ ପାଇଁ…’

ନୂଆଦିଲ୍ଲୀ,୨୯।୧: କେଏଲ ରାହୁଲ ଜଣେ ଷ୍ଟାର ଭାରତୀୟ କ୍ରିକେଟର ଯିଏ ଟିମ ଇଣ୍ଡିଆର ଅଧିନାୟକତ୍ୱ କରିଛନ୍ତି। ତଥାପି, ସେ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଦଳରେ ସାମିଲ…

ଟି-୨୦ ବିଶ୍ୱକପ ପୂର୍ବରୁ ଫୁଟିଲା ମ୍ୟାଚ ଫିକ୍ସିଂ ବୋମା: ଏହି କ୍ରିକେଟର୍‌ ସସ୍‌ପେଣ୍ଡ୍‌

ନୂଆଦିଲ୍ଲୀ,୨୯।୧: ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଆମେରିକା କ୍ରିକେଟ ଦଳକୁ ଏକ ବଡ଼ ଝଟକା ଲାଗିଛି। ଆଇସିସି ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଆରୋନ ଜୋନ୍ସଙ୍କୁ ନିଲମ୍ବିତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri