ପ୍ରବଳ ବର୍ଷା ସମ୍ଭାବନା: ସ୍କୁଲ, ଅଙ୍ଗନୱାଡି ଛୁଟି ଘୋଷଣା କଲେ ଜିଲାପାଳ

କୋରାପୁଟ,୨୯ା୮: ଶୁକ୍ରବାର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସ୍କୁଲ୍ ଏବଂ ଅଙ୍ଗନୱାଡି କେନ୍ଦ୍ର ଛୁଟି ଘୋଷଣା କରିଛନ୍ତି କୋରାପୁଟ ଜିଲାପାଳ ଭି. କର୍ତ୍ତୀଭାସନ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ପାଇଁ କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି।

ପ୍ରବଳ ବର୍ଷକୁ ଦୃଷ୍ଟିରେ ରଖି ଅଗ୍ନିଶମ ଏବଂ ଓଡ୍ରାଫ ଟିମ୍ କୁ ସଜାଗ ରହିବାକୁ କୁହାଯାଇଛି। ବର୍ଷା ସମୟରେ ଲୋକମାନଙ୍କୁ ଘରେ ରହିବାକୁ କହିଛନ୍ତି ଜିଲାପାଳ। କଚ୍ଚା ଘର ଥିଲେ ଲୋକମାନେ ପକ୍କା ଘର କିମ୍ବା ଆଶ୍ରୟସ୍ଥଳରେ ରହିବାକୁ କୁହାଯାଇଛି।

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ଶନିବାର ପର୍ଯ୍ୟନ୍ତ ବର୍ଷା ଲାଗିି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ରାଜ୍ୟର ଉପକୂଳ ଓ ଦକ୍ଷିଣ ଭାଗ ସମେତ ୧୧ଟି ଜିଲାରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରାଯାଇଛି । ତେବେ ମାଲକାନଗିରି, କୋରାପୁଟ ଏବଂ ଗଜପତି ଜିଲାର କେତେକ ଅଞ୍ଚଳରେ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଆସନ୍ତା ରବିବାର ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ନେରେଡ଼ି ପ୍ରକଳ୍ପକୁ ନେଇ ବିଜେଡିର ଉଦ୍‌ବେଗ: ଜମି ଅଧିଗ୍ରହଣ ପୂର୍ବରୁ ପ୍ରଭାବିତଙ୍କ ସହ ଆଲୋଚନା ଦାବି

ପାରଳାଖେମୁଣ୍ଡି, ୨୭।୮(ଗିରିଧାରୀ ପରିଚ୍ଛା): ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପାଇଁ ଗଜପତି ଜିଲା କାଶୀନଗର ତହସିଲ ଅଞ୍ଚଳରେ ପ୍ରାୟ ୧୦୬ ଏକର ଜମି ଅଧିଗ୍ରହଣ ପ୍ରସ୍ତୁତିକୁ ନେଇ ବିଜୁ…

ସ୍ୱାମୀଙ୍କ ଅତ୍ୟାଚାର ସହି ନ ପାରି ଶେଷରେ ବିଷ ପିଇଦେଲେ ସ୍ତ୍ରୀ! ମା’ ଛେଉଣ୍ଡ ହୋଇଗଲା ଛୋଟ ଛୁଆ

ଲାଞ୍ଜିଗଡ଼, ୨୭।୮ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ କାଣ୍ଡଗୁଡ଼ା ଗ୍ରାମରେ ଘରୋଇ କଳହରୁ ଜଣେ ମହିଳା ବିଷ ପିଇ…

ରାତିର ସୁଯୋଗ ନେଇ ଘରେ ପଶି ମହିଳାଙ୍କୁ ଅସଦାଚରଣ, ଅଭିଯୁକ୍ତକୁ ଧରି ଜେଲ୍ ପଠାଇଲା ଆନନ୍ଦପୁର ପୋଲିସ!

ବଞ୍ଚୋ, ୨୭।୮ (ପ୍ରଦୋଷ ବିଶ୍ୱାଳ): ଘରେ ପଶି ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଆନନ୍ଦପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ପ୍ରେମ ନା ପ୍ରତାରଣା? ନାବାଳିକାଙ୍କ ସହ ବାରମ୍ବାର ଅନୈତିକ ସମ୍ପର୍କ ରଖି କଲେ ଗର୍ଭବତୀ, ଶେଷରେ କୋର୍ଟ ଚାଲାଣ!

ହାଟଡ଼ିହି/ଛେନାପଦୀ, ୨୭।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତକୁ ଗିରଫ କରି…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

ନିଟ୍‌ କୃତକାର୍ଯ୍ୟ ସୁଦାମଙ୍କୁ ସହାୟତା

ବଞ୍ଚୋ,୨୭ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଘଷିପୁରା ବ୍ଲକ୍‌ ଶାମୁକାନେଣ୍ଡି ପଞ୍ଚାୟତର ନିଟ୍‌ରେ କୃତକାର୍ଯ୍ୟ ହୋଇଥିବା ସୁଦାମ ହାଁସଦାଙ୍କୁ ଭାଜପା ନେତା ସହାୟତା କରିଛନ୍ତି। ସୁଦାମ ଶୁକ୍ରବାର ନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri