ଅସହାୟ ଭୋଟର

ପୂର୍ବରୁ କୁହାଯାଇଛି ଯେ, ରାଜନୀତିରେ କୌଣସି ସ୍ଥାୟୀ ଶତ୍ରୁ କିମ୍ବା ମିତ୍ର ନାହାନ୍ତି। ଏହି ଢଗର ବାସ୍ତବ ରୂପାନ୍ତର ଏବେ ଭାରତର ବିଭିନ୍ନ ସ୍ଥାନ ଓ ପରିସ୍ଥିତିରେ ଦେଖିବାକୁ ମିଳୁଛି। ସଦ୍ୟ ଦୃଷ୍ଟାନ୍ତ ଦେଖିଲେ ମହାରାଷ୍ଟ୍ର ମନକୁ ଆସେ। ନିକଟରେ ଠାଣେ ଜିଲାର ଅମ୍ବରନାଥ ପୌର ପରିଷଦ ପାଇଁ ଭାଜପା ତା’ର ଦୀର୍ଘବର୍ଷର ରାଜନୈତିକ ଶତ୍ରୁ କଂଗ୍ରେସ ସହ ହାତ ମିଳାଇଛି। ସେହିପରି ଆକୋଲା ଜିଲାର ଅକୋଟ ପୌର ପରିଷଦ ପାଇଁ ଅସାଦ୍ଦୁଦିନ ଓଓ୍ବାଇସିଙ୍କ ଦଳ ଏଆଇଏମ୍‌ଆଇଏମ୍‌ (ଦଳର ଚିହ୍ନ ‘ଗୁଡ଼ି’) ସହ ପଦ୍ମ ଦଳ ମେଣ୍ଟ କରିଛି। ଜାନୁଆରୀ ୮ ଧରିତ୍ରୀର ପ୍ରଥମ ପୃଷ୍ଠାରେ ‘ହାତ’ ଧରି ‘ଗୁଡ଼ି’ ଉଡ଼ାଇଲା ‘ପଦ୍ମ’ ଶୀର୍ଷକରେ ଖବର ପ୍ରକାଶ କରିଥିଲୁ। ଏହା ପ୍ରକାଶ ପାଇବା ପରେ ଅନେକେ ପ୍ରତିକ୍ରିୟାରେ କହିବାକୁ ଲାଗିଲେ ଦଳନୀତି ଆଦର୍ଶ ବିବର୍ଜିତ ହୋଇଗଲାଣି।
ମହାରାଷ୍ଟ୍ର ରାଜନୀତିକୁ ଗଲା କେଇବର୍ଷ ହେବ ଲକ୍ଷ୍ୟ କଲେ ଗୋଟେ ଅଖାଡ଼ୁଆ ମେଣ୍ଟର ଧାରା ଚାଲିଲା ଭଳି ମନେହେଉଛି। ଏବେ ଅମ୍ବରନାଥରେ ଏକନାଥ ଶିନ୍ଦେଙ୍କ ଶିବସେନାକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ସ୍ଥାନୀୟ ସ୍ତରରେ ଭାଜପା, କଂଗ୍ରେସ ଓ ଅଜିତ ପାଓ୍ବାରଙ୍କ ଏନ୍‌ସିପି ମିଳିତ ଭାବେ ‘ଅମ୍ବରନାଥ ବିକାଶ ଅଘାଡ଼ି’ଗଠନ କରିଛନ୍ତି। ଶିନ୍ଦେଙ୍କ ଗଡ଼ କୁହାଯାଉଥିବା ଅଞ୍ଚଳରେ ଭାଜପା ଏଭଳି ପଦକ୍ଷେପ ନେବା ଶିବସେନାକୁ କ୍ଷୁବ୍ଧ କରିଛି। ଅବଶ୍ୟ ଭାଜପା ରାଜ୍ୟ ନେତୃତ୍ୱ ଏହି ସ୍ଥାନୀୟ ମେଣ୍ଟଠାରୁ ନିଜକୁ ଦୂରେଇ ରଖିଛି। ଅନ୍ୟପକ୍ଷରେ କଂଗ୍ରେସ ଅମରନାଥ ମ୍ୟୁନିସିପାଲ କାଉନ୍‌ସିଲ କମିଟିକୁ ଭାଙ୍ଗି ଦେବା ସହ ସବୁ କର୍ପୋରେଟରଙ୍କୁ ଦଳରୁ ନିଲମ୍ବିତ କରିଛି। ତେଣେ ଆକୋଟ ପୌର ପରିଷଦରେ ଭାଜପା-ଏଆଇଏମ୍‌ଆଇଏମ୍‌ ମଧ୍ୟରେ ମେଣ୍ଟ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଅନୁରୂପ ଭାବେ ଭାଜପା ରାଜ୍ୟ ନେତୃତ୍ୱ ମଧ୍ୟ ଏଠାରେ ତା’ର ଦଳୀୟ କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛି। ଏଆଇଏମ୍‌ଆଇଏମ୍‌ ମଧ୍ୟ ତାହାର କର୍ପୋରେଟରଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବ ବୋଲି ଧମକ ଦେଇଛି। ଏପରି କି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଭାଜପା ଓ ଏଆଇଏମ୍‌ଆଇଏମ୍‌ ସହ ମେଣ୍ଟକୁ ଭାଙ୍ଗିଦିଆଯିବ ବୋଲି କହିଛନ୍ତି। ଯେଉଁମାନେ ଏହାକୁ ସ୍ଥାନୀୟ ସ୍ତରର ମେଣ୍ଟ ବୋଲି କହୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ୍‌ ଓ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଫଡ୍‌ନବିସ କହିଛନ୍ତି।
ସଦ୍ୟ ଘଟଣା ଦେଖିଲେ ଭାଜପା ସହ ସରକାରରେ ଥିବା ଅନ୍ୟତମ ଅଂଶୀଦାର ଜାତୀୟତାବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି)ର ମୁଖ୍ୟ ଅଜିତ ପାଓ୍ବାର ଏବଂ ଏନ୍‌ସିପି-ଏସ୍‌ପି ମୁଖ୍ୟ ଶରଦ ପାଓ୍ବାରଙ୍କ ଝିଅ ସୁପ୍ରିୟା ସୁଲେ ଏକାଠି ଗୋଟିଏ ମଞ୍ଚରେ ବସି ପୌର ନିର୍ବାଚନ ପାଇଁ ମିଳିତ ଇସ୍ତାହାର ଜାରି କରିଛନ୍ତି। ଅଛୁଆଁ ଶବ୍ଦ ବ୍ୟବହାର ଗ୍ରହଣଯୋଗ୍ୟ ହୋଇ ନ ଥିଲେ ମଧ୍ୟ ରାଜନୀତିରେ ପରସ୍ପର ଅଛୁଆଁ ରହୁଥିବା ଦଳ ମିଶିବାର ଅର୍ଥ ‘କେବଳ ସ୍ବାର୍ଥ’ ବୋଲି କୁହାଯାଇପାରେ। ମହାରାଷ୍ଟ୍ର ପୌର ନିର୍ବାଚନରେ ମେଣ୍ଟର ମାନେ କିଛି ନୁହେଁ, କେବଳ ଟଙ୍କା କଥା କହୁଛି ବୋଲି ସ୍ପଷ୍ଟ ଦେଖାଯାଉଛି। ପୌର ନିର୍ବାଚନରେ ସ୍ଥାନୀୟ ନେତାମାନଙ୍କ ଭୂମିକା ଗୁରୁତ୍ୱ ବହନ କରିଥାଏ।
ସବୁ ଦଳ ଏଭଳି ମେଣ୍ଟକୁ ବିରୋଧ କରିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କିନ୍ତୁ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ କ୍ଷୁଦ୍ର ନେତା ଓ କର୍ମୀ ଏଭଳି ମେଣ୍ଟ କରିବାର ଆସ୍ପର୍ଦ୍ଧା ପାଇଲା କେଉଁଠାରୁ। ସେମାନେ କୁଜି ନେତା ହେଲେ ମଧ୍ୟ ତାଙ୍କର ରାଜନୈତିକ ଚରିତ୍ର ଓ ଇଚ୍ଛାକୁ ଏଡ଼ାଇ ଦେଇହେବ ନାହିଁ। ଏହି କର୍ମୀ ଏବଂ ନେତା ସର୍ବୋଚ୍ଚ ସ୍ତରର ନେତାମାନଙ୍କ ଚରିତ୍ରକୁ ଅତି ଭଲଭାବେ ବିଶ୍ଳେଷଣ କରି ନିଜର ଭବିଷ୍ୟତକୁ ଗଢ଼ୁଛନ୍ତି। ସେମାନେ ଉଚ୍ଚ ନେତାଙ୍କର କୋଳାକୋଳି ମନୋଭାବକୁ ବୁଝିପାରୁଛନ୍ତି। ବିରୋଧୀଙ୍କ ଦଳବଦଳକୁ ସମର୍ଥନ କରୁଥିବା ସର୍ବୋଚ୍ଚ ନେତାମାନେ କେଉଁଭଳି ଅପରାଧୀ ଏବଂ ଦୁର୍ନୀତିଗ୍ରସ୍ତକୁ ଆଦରି ନେଉଛନ୍ତି, ତାହା ମଧ୍ୟ ଦେଖି ଶିଖୁଛନ୍ତି। ତେଣୁ କଥାଠାରୁ ଅଧିକ କାର୍ଯ୍ୟକୁ ଅନୁସରଣ କରୁଥିବା ରାଜନୈତିକ କର୍ମୀ ଉପରେ ଦୋଷ ଲଦିଦେବା ଅନୁଚିତ। ସର୍ବୋଚ୍ଚ ନେତାମାନେ ସବୁ ଆଦର୍ଶ, ନୀତି ଏବଂ ନିୟମକୁ ଜଳାଞ୍ଜଳି ଦେଇ ଯେଉଁସବୁ ବିକଟାଳ ରାଜନୈତିକ ଦଳ ପୁନର୍ଗଠନ କରୁଛନ୍ତି ତାହାର ଫଳସ୍ବରୂପ ଏହିସବୁ ମେଣ୍ଟ ପାଇଁ ଉଦ୍ୟମ। ଏଥିରେ କେବଳ ସାଧାରଣ ଭୋଟର ବାରମ୍ବାର କ୍ଷତିଗ୍ରସ୍ତ ହେଉଛି, ରାଜନେତା ତାଙ୍କର ନିଜ ବାଟରେ ଚାଲିଛନ୍ତି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

IND vs NZ: ବିଶ୍ୱର ‘ଚେଜ କିଙ୍ଗ’ ପାଲଟିଛି ଟିମ ଇଣ୍ଡିଆ , ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ହାସଲ କରିଛି ବଡ଼ ସଫଳତା

ନୂଆଦିଲ୍ଲୀ,୧୨।୧: ଭାରତୀୟ ଦଳର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ଭଦୋଦରାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ପୁଣି ଥରେ ତାଙ୍କର ଶ୍ରେଣୀ ଏବଂ ଅଭିଜ୍ଞତା ପ୍ରଦର୍ଶନ କରିଛନ୍ତି।...

‘ଭାରତ ପରି କେହି ନାହିଁ, ପ୍ରଧାନମନ୍ତ୍ରୀ ମୋଦି-ଟ୍ରମ୍ପଙ୍କ ବନ୍ଧୁତା ପ୍ରକୃତ,’ ପ୍ରଶଂସା କଲେ ସେର୍ଜିଓ ଗୋର୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୨।୧: ଭାରତରେ ଆମେରିକାର ରାଷ୍ଟ୍ରଦୂତ ପଦ ଗ୍ରହଣ କରିବା ପରେ, ସେର୍ଜିଓ ଗୋର୍‌ ଭାରତ-ଆମେରିକା ରଣନୈତିକ ସହଭାଗୀତା ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇଥିଲେ। ସେ...

ଏହି ଦେଶ ସହ ବଡ଼ ଚୁକ୍ତି କଲା ଭାରତ: ଚାଇନା-ପାକିସ୍ତାନର ଉଡ଼ିଯିବ ହୋଶ୍‌

ନୂଆଦିଲ୍ଲୀ,୧୨।୧: ପ୍ରୋଜେକ୍ଟ ୭୫(I) ଅନ୍ତର୍ଗତ ଭାରତ ପାଇଁ ୬ଟି ଅତ୍ୟାଧୁନିକ ଗୁପ୍ତ ପାରମ୍ପରିକ ବୁଡ଼ାଜାହାଜ ନିର୍ମାଣରେ ଜର୍ମାନୀ ସହାୟତା କରିବ। ମୁମ୍ବାଇସ୍ଥିତ ମାଜାଗନ ଡକୟାର୍ଡସ ଲିମିଟେଡ...

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୧୦ ଜିଲାରେ…

ଭୁବନେଶ୍ୱର,୧୨ା୧: ଲୋକସେବା ଭବନରେ ସୋମବାର ଶୁଭାରମ୍ଭ ହୋଇଛି ଜାତୀୟ ସଡ଼କ ସୁରକ୍ଷା ମାସ। ଏହି ପରିପ୍ରେକ୍ଷୀରେ ୧୪ଟି ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ...

ନୂଆ ବର୍ଷରେ ନୂଆ ଅଫିସ…. ବଦଳିବ ମୋଦିଙ୍କ କାର୍ଯ୍ୟାଳୟ ଠିକଣା, ଏବେ ଏଠାରେ….

ନୂଆଦିଲ୍ଲୀ,୧୨ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂତନ କାର୍ଯ୍ୟାଳୟ ପ୍ରସ୍ତୁତ ହୋଇସାରିଥିବା ବେଳେ ଏହାକୁ ଏବେ ଶେଷ ସ୍ପର୍ଶ ଦିଆଯାଉଛି । ସମ୍ଭବତଃ ପ୍ରଧାନମନ୍ତ୍ରୀ ମୋଦି ଏହି...

ବାଇକ୍‌ ନେଇ ସିଧା ପିଟିଦେଲେ ଦୋକାନ ଘରେ, ଆଉ ତା’ ପରେ…

ବାସୁଦେବପୁର,୧୨ା୧(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥ ପ୍ରସାଦ ପଞ୍ଚାୟତର ମିଶ୍ରପୁରଠାରେ ଏକ ଦୋକାନ ଘରକୁ ଧକ୍କା ଦେଇ ଦୁଇ ବାଇକ୍‌ ଆରୋହୀ...

T20 WC: ବାଂଲାଦେଶକୁ ମହଙ୍ଗା ପଡ଼ିଲା ଭାରତଠାରୁ ପଙ୍ଗା ନେବା, କୋଟି କୋଟି ଟଙ୍କାର କ୍ଷତି…, ଗୋଟିଏ ଝଟକାରେ ଶେଷ ହେଲା ସ୍ପନସରଶିପ!

ନୂଆଦିଲ୍ଲୀ,୧୨।୧: ଭାରତ ଏବଂ ବାଂଲାଦେଶ ମଧ୍ୟରେ ବଢୁଥିବା ଉତ୍ତେଜନାର ପ୍ରଭାବ ଏବେ କ୍ରୀଡ଼ା କ୍ଷେତ୍ର ଏବଂ ବ୍ୟବସାୟିକ ମହଲରେ ସ୍ପଷ୍ଟ ଭାବରେ ଦେଖାଯାଉଛି। ରିପୋର୍ଟ ଅନୁଯାୟୀ,...

ଇଂଲଣ୍ଡରୁ ମାଆ ମୃତ୍ୟୁର ସ୍କ୍ରିପ୍ଟ ନେଇ ଆସିଲେ ପୁଅ, ଗୁହାଳରେ ରହି ହତ୍ୟା ପରେ ଘର ପାଣିଟାଙ୍କିରେ….

ନୂଆଦିଲ୍ଲୀ,୧୨ା୧: ହରିୟାଣାର ଯମୁନାନଗରରୁ ଏକ ଖବର ସାମ୍ନାକୁ, ଯାହାକୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି କାହାଣୀଟି କୌଣସି ଫିଲ୍ମ ଥ୍ରୀଲରଠାରୁ କମ୍ ନୁହେଁ, କିନ୍ତୁ ଏହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri