ବେଆଇନ ପାର୍କିଂ ଯୋଗୁଁ ଦୂର୍ଘଟଣା,ହେଲପର ମୃତ

କେନ୍ଦୁଝର, ୨୩ା୬ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୦ର ବାଇପାସ ରାସ୍ତା ସିଦ୍ଧମଠ ନିକଟରେ ଏକ ଦୁର୍ଘଟଣା ଘଟିଛି। ବେଆଇନ ପାର୍କିଂ କରିଥିବା ଏକ ଟ୍ରକ ପଛ ପଟରେ ଆଉ ଏକ ଟ୍ରକ୍‌ ଧକ୍କା ଦେବାରୁ ଟ୍ରକର ହେଲପରଙ୍କର ମୃତ୍ୟୁ ହୋଇଛି । ମୃତ ହେଲପର ହେଲେ ନୁନୁଚାନ୍ଦ ମାହାତୋ(୧୯)ବର୍ଷ। ତାଙ୍କ ଘର ଝାଡଖଣ୍ଡ ରାଜ୍ୟ ବୋକାରୋର ବୋଲି ଜଣାପଡିଛି। ଶୁକ୍ରବାର ଭୋର ପ୍ରାୟ ୪ ଟା ରେ ଦୁର୍ଘଟଣା ହୋଇଛି । ଦୂର୍ଘଟଣା ପରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ଯାଇ କଟର ମେସିନରେ ଗାଡିରେ ଚାପି ହୋଇ ଯାଇଥିବା ହେଲପରଙ୍କୁୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଲୁହାପଥର ବୋଝେଇ ଟ୍ରକ୍‌ ଓଡି ୦୪ ଆର ୫୧୭୮ର ରୁଙ୍ଗଟା ଖଣିରୁ ଗୋପାଳପୁର ପୋର୍ଟ ଅଭିମୁଖେ ଯାଉଥିବାବେଳେ ଗାଡି ଚକା ଲିକ ହେବାରୁ ବାଇପାସ ରାସ୍ତାରେ ଛିଡା ହୋଇଥିଲା। ସେହି ସମୟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଓଡି ୨୩ ଏନ ୩୦୯୯ ଘଟଗାଁ ଅଭିମୁଖେ ଯାଉଥିବାବେଳେ ପଛପଟୁ ଧକ୍କା ଦେଇଥିଲା । ଟାଉନ ପୋଲିସ କେସ ନଂ ୨୫୦ ତା ୨୩/୦୬/୨୦୨୩ ରେ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ରାଜପଥ କଡରେ ବେଆଇନ ପାର୍କିଂ ଯୋଗୁଁ ଦୁର୍ଘଟଣା ବଢୁଛି । ବାଇପାସ ରାସ୍ତାରେ ଲୁହାପଥର ପରିବହନ କରୁଥିବା ଭାରିଯାନ ଗୁଡିକ ନିୟମିତ ଗାଡି ଛିଡା କରୁଛନ୍ତି । ଏହି ବେଆଇନ ପାର୍କିଂ ଉପରେ ପୋଲିସ ଏବଂ ପରିବହନ ବିଭାଗ ପକ୍ଷରୁ ଲଗାମ ଲଗାଯାଉ ନ ଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି । ଯୋଗାଯୋଗ ଏବଂ ଗମନାଗମନ ଦୃଷ୍ଟିରୁ ବାଇପାସ ରାସ୍ତାରେ ବହୁ ଗାଡି ଚଳାଚଳ କରୁଛି । ଦୈନକ ହଜାର ହଜାର ସଂଖ୍ୟାରେ ଯାନବାହନ ସହିତ ଲୁହାପଥର ବୋଝେଇ ଟ୍ରକ ଚଳାଚଳ କରୁଛି । ଜାତୀୟ ରାଜପଥ ୪୯ ଏବଂ ୨୦ର ବାଇପାସ ରାସ୍ତାରେ ବେଆଇନ ପାର୍କିଂ ଯୋଗୁଁ ଅନେକ ସମୟରେ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି । ବାଇପାସ ରାସ୍ତାରେ ଗ୍ୟାରେଜ,ଢାବା,ଦୋକାନ ବଜାର ରହିଥିବାରୁ ରାସ୍ତା କଡରେ ବହୁ ଛୋଟ ବଡ ଗାଡି ଗୁଡିକ ରଖାଯାଉଛି । ଏହି ଗାଡିଗୁଡିକ ଦିନ ରାତି ରାସ୍ତା କଡରେ ଅଟକି ରହୁଥିବାରୁ ଅନ୍ୟ ଗାଡି ଚାଳକ ଜାଣି ନ ପାରି ଛିଡା ହୋଇଥିବା ଗାଡି ପଛ ପଟକୁ ପିଟି ହୋଇ ଦୁର୍ଘଟଣା ଘଟୁଛି । ବେଆଇନ ପାର୍କିଂ ଯୋଗୁଁ କେବଳ ଯେ ଦୂର୍ଘଟଣା ଘଟୁଛି ତାହା ନୁହେଁ ବରଂ ଏହି କାରଣରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri