Categories: ଫୁରସତ

ଦୁଇଦୁଇ ଥର ଜୀବନ ବଞ୍ଚାଇଲା ହେଲ୍‌ମେଟ୍‌ : କାର୍‌କୁ ଧକ୍କା ଦେଇ, ଖୁଣ୍ଟ ଖସିବା ଭିଡିଓ ଦେଖିଲେ…

ବାଇକ୍‌ ଚଲାଇବା ସମୟରେ ହେଲମେଟ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆମେ ହେଲ୍‌ମେଟ୍‌ ନ ପିନ୍ଧୁ ତେବେ ଅନେକ ସମସ୍ୟା ହୋଇଥାଏ। ବେଳେ ବେଳେ ଏହା ବ୍ୟକ୍ତିକୁ ମୃତ୍ୟୁ ମୁଖକୁ ଠେଲିଦିଏ। ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି। ଏହାକୁ ଦେଖିବା ପରେ ଯେ କେହିବି ବୁଝିଯିବ ହେଲ୍‌ମେଟ୍‌ କେତେ ମହତ୍ୱପୂର୍ଣ୍ଣ । ଦ୍ରୁତ ଗତିରେ ଆସୁଥିବା ବାଇକ୍‌ ଏକ କାରକୁ ଧକ୍କା ଦେଇଛି। ହେଲ୍‌ମେଟ୍‌ ପିନ୍ଧିଥିବା ବାଇକ୍‌ ଚାଳକ ଛିଟିକି ତାଙ୍କ ମୁଣ୍ଡ ଡିଭାଇଡର୍‌ରେ ପିଟିହୋଇଛି। ପରେ ସେ ଉଠିକି ଆସୁଥିବା ବେଳେ ଏକ ଲୁହା ଖୁଣ୍ଟ ତାଙ୍କ ମୁଣ୍ଡ ଉପରେ ପଡ଼ିଯାଇଛି। ଯଦି ଯୁବକ ଜଣକ ହେଲ୍‌ମେଟ ପିନ୍ଧି ନଥାନ୍ତେ ତେବେ ଏକ ବଡ଼ ଅଘଟଣ ହୋଇଯାଇଥାନ୍ତା। ଦୁଇଦୁଇଟି ଅଘଟଣ ପରେ ଯୁବକଙ୍କ ଜୀବନ ବଞ୍ଚିଯାଉଛି। ଦିଲ୍ଲୀ ପୋଲିସ ଏହାର ଅଫିସିଆଲ ଆକାଉଣ୍ଟରୁ ଏହି ଭିଡିଓ ଶେୟାର କରିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

 

Share