ଗଞ୍ଜାମ,୨୮।୨(ବିଦ୍ୟାଧର ସାହୁ ): ଆଉ ଦୁଇ ଦିନ ପରେ ଗଞ୍ଜାମ ସହରରେ ଅନୁଷ୍ଠିତ ହେବ ଐତିହାସିକ ଦୋଳ ପୂର୍ଣ୍ଣମୀ ଯାତ୍ରା । ବର୍ତ୍ତମାନ ସାହି ଗୁଡିକରେ ଏହି ଯାତ୍ରା ଆରମ୍ଭ ହୋଇଗଲାଣି। ଗତ କାଲି ସମସ୍ତ ସାହି ଠାକୁରଙ୍କୁ ଫଗୁ ଅର୍ପଣ କରି ଶୁଭଖୁଣ୍ଟ ବା ବାହୁଡା଼ ପୋତାଯାଇଛି। କିନ୍ତୁ ଗଞ୍ଜାମ ସହରରେ ଦୋଳ ଯାତ୍ରା ପୂର୍ବରୁ ଦିନ ଦ୍ବିପ୍ରହରେ ବଡ଼ ବଜାର ବୁକ ଷ୍ଟୋର୍ ସାମ୍ନାରୁ ସ୍କୁଟିରେ ଲାଗିଥିବା ହେଲମେଟ୍କୁ ଚୋରାଇ ନେଉଥିବା CCTV କ୍ୟାମେରାରେ କଏଦ ହୋଇଛି । କିଭଳି ଭଦ୍ର ବ୍ୟକ୍ତିଙ୍କ ଭଳି ଫୋନରେ କଥା ହେବା ବାହାନାରେ ଗାଡିରୁ ହେଲମେଟ୍ଟି କାଢି ନେଉଥିବା ଚିତ୍ର ପଦାକୁ ଆସିଛି l ଦିନ ଦ୍ବିପ୍ରହରରେ ଏହି ଭଳି ଚୋରି କରି ପୋଲିସକୁ ଖୋଲା ଚାଲେଞ୍ଜ ଦେଇଥିବା ଜଣାପଡିଛି । ଚୋରି କରୁଥିବା ଯୁବକଙ୍କ ସହ ଆଉ ଜଣେ ଯୁବକ ସାମିଲ ଥିବା ସିସିଟିଭି ଫୁଟେଜରୁ ଜଣାପଡିଛି । ସିସିଟିଭି ଆଧାରରେ ଦୁର୍ବୃତ୍ତମାନଙ୍କୁ ଖୋଜି ବାହାର କଲେ ନିଶ୍ଚିତ ଏକ ବଡ଼ ଅପରାଧ ଗୋଷ୍ଠୀର ପରଦା ଫ୍ଲାସ ହୋଇ ପାରିବ ବୋଲି ସହରରେ ଆଲୋଚନା ହେଉଛି ।

