Categories: ବାଣିଜ୍ୟ

ଏସ୍‌ପ୍ଲାନେଡ୍‌ ମଲ୍‌ରେ ହିଲିଅସ୍‌ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୧।୧୧: ଟାଟା ଗ୍ରୁପ୍‌ର ଲାଇଫ୍‌ ଷ୍ଟାଇଲ୍‌ କମ୍ପାନୀ ‘ହିଲିଅସ୍‌’ର ଆଉ ଏକ ପ୍ରିମିୟମ ଆଉଟ୍‌ଲେଟ୍‌ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ନେକ୍ସସ ଏସ୍‌ପ୍ଲାନେଡ୍‌ ମଲ୍‌ରେ ହିଲିଅସ୍‌ର ନୂତନ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ଏଠାରେ ପ୍ରିମିୟମ୍‌, ଫ୍ୟାଶନେବଲ, ସ୍ବିସ୍‌ ଏବଂ ସ୍ମାର୍ଟୱାଚ୍‌ର ବିଶାଳ କଲେକ୍ସନ ରହିଛି। ବିଶେଷ କରି ଟାଇଟନ୍‌ର ସମ୍ପ୍ରସାରଣ ଅନ୍ତର୍ଗତ ଟାଟା ଗ୍ରୁପ୍‌ର ଲାଇଫ୍‌ ଷ୍ଟାଇଲ୍‌ କମ୍ପାନୀ ହିଲିଅସ୍‌ ଟାଇମ୍‌ଲେସ୍‌ ପରମ୍ପରା, ଅସଲି ଉତ୍ପାଦ ଏବଂ ଗୁଣବତ୍ତାର ପ୍ରତିଶ୍ରୁତି ପ୍ରଦାନ କରୁଛି। ଏହାର ଶ୍ରେଷ୍ଠ ପ୍ରିମିୟମ ଘଣ୍ଟା ବ୍ରାଣ୍ଡ୍‌ରେ ଶିଳ୍ପ କାରିଗରି, ନିଆରା ଡିଜାଇନ୍‌ ଏବଂ ନବସୃଜନର ଛାପ ମଧ୍ୟ ରହିଛି। ]

ସେହିଭଳି ସୌଖୀନ ବ୍ୟକ୍ତିବିଶେଷଙ୍କ ପାଇଁ ଅତିରିକ୍ତ ଉଦ୍ୟମ ଲଗାଇ ଗ୍ରାହକଙ୍କୁ ସେମାନଙ୍କ ପସନ୍ଦ ମୁତାବକ ଉତ୍ପାଦ ଯୋଗାଉଛି। ଏପରିକି ଗ୍ରାହକ ହିଲିଅସ୍‌ର ଅଥେଣ୍ଟିକ୍‌ ବ୍ରାଣ୍ଡେଡ୍‌ ହାତ ଘଡ଼ିକୁ ଅନ୍‌ଲାଇନ କିମ୍ବା ଏହାର ଅଫ୍‌ଲାଇନ୍‌ ଷ୍ଟୋରରୁ ପାଇପାରିବେ। ସେହିପରି ପ୍ରିମିୟମ ଏବଂ ଫ୍ୟାଶନ ହାତଘଡ଼ି ପାଇଁ ହିଲିଅସ୍‌ ନିଶ୍ଚିତ ଭାବେ ପସନ୍ଦ ସ୍ଥଳ ହେବ ବୋଲି କମ୍ପାନୀ ଆଶାବାଦୀ ରହିଛି। ଭାରତୀୟ ଗ୍ରାହକଙ୍କ ପରବର୍ତ୍ତୀ ପସନ୍ଦକୁ ଦୃଷ୍ଟିରେ ରଖି କମ୍ପାନୀ କାଜୁଆଲଠାରୁ ଆରମ୍ଭ କରି ସୌଖୀନ ଘଣ୍ଟା ଯୋଗାଉଛି। ଅପରପକ୍ଷରେ ଭାରତର ୪୪ ସହରରେ ୪୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ ସହ ହିଲିଅସ୍‌ ୱାଚ୍‌ ଷ୍ଟୋର ଗୋଟିଏ ଛାତ ତଳେ ବିଶାଳ କଲେକ୍ସନରେ ଫ୍ଲାଟ୍‌ ୧୦% ରିହାତି ପ୍ରଦାନ କରୁଛି।

 

Share