Posted inଜାତୀୟ

ଆରବ ସାଗରରେ ହେଲିକପ୍ଟର କଲା ଜରୁରୀ ଅବତରଣ…

ମୁମ୍ବାଇ, ୨୮।୬ : ମୁମ୍ବାଇ ନିକଟ ଆରବ ସାଗରର ବମ୍ବେ ହାଇ ନିକଟରେ ମଙ୍ଗଳବାର ଏକ ହେଲିକପ୍ଟରର ଜରୁରୀକାଳୀନ ଅବତରଣ କରାଯାଇଛି। ଏଥିରେ ୭ ଜଣ ଯାତ୍ରୀ ଏବଂ ଦୁଇଜଣ ପାଇଲଟ ଥିଲେ। କୋଷ୍ଟଗାର୍ଡ ଏବଂ କମ୍ପାନୀ ଦ୍ୱାରା ନଅ ଜଣଙ୍କୁ ଉଦ୍ଧାର କରାଯାଇଥିଲା॥

ସେମାନଙ୍କୁ ଚିକିତ୍ସାଲାଗି ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହସ୍ପିଟାଲରେ ଘଟିଥିବାବେଳେ ଅନ୍ୟ ୫ ଜଣଙ୍କ ଚିକିତ୍ସା ଜାରି ରହିଛି। ମୃତକଙ୍କୁ ମୁକେଶ ପଟେଲ, ବିଜୟ ମଣ୍ଡଳୋଇ, ସତ୍ୟବନ୍ଦ ପାତ୍ର ଏବଂ ସଞ୍ଜୁ ଫ୍ରାନ୍ସସିସ୍‌ ଭାବେ ଚିହ୍ନଟ କରାଯାଇଛି।

ଏହି ଜରୁରୀକାଳୀନ ଅବତରଣ ଓଏନଜିସିର ରିଗ ସାଗର କିରଣ ନିକଟରେ କରାଯାଇଥିଲା। ହେଲିକପ୍ଟରଟି ମଧ୍ୟ ଓଏନଜିସିର ବୋଲି କୁହାଯାଉଛି। ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ ଲିମିଟେଡ (ଓଏନଜିସି) ଟୁଇଟ କରି କହିଛି ଯେ ହେଲିକପ୍ଟରଟି ବମ୍ବେ ହାଇ ଠାରେ ଥିବା ତୈଳ ଖଣି ଅଞ୍ଚଳ ନିକଟରେ ଜରୁରୀକାଳୀନ ପରିସ୍ଥିତିରେ ଅବତରଣ କରିଛି।

ଇଣ୍ଡିଆନ କୋଷ୍ଟଗାର୍ଡଙ୍କ ଅନୁଯାୟୀ ଏହି ହେଲିକପ୍ଟରଟି ଓଏନଜିସିର। ଏହା ସାଗର କିରଣ ନିକଟ ଏକ ଖାଇରେ ଅବତରଣ କରିଥିଲା। ଉଦ୍ଧାର କାର୍ଯ୍ୟ ପାଇଁ ମୁମ୍ବାଇ ଉପକୂଳରୁ ଏକ ଜାହାଜ ଦୁର୍ଘଟଣାସ୍ଥଳକୁ ପଠାଯାଇଥିଲା । ହେଲିକପ୍ଟର ଚାଳକମାନଙ୍କୁ ଉଦ୍ଧାର କରିବା ପାଇଁ କୋଷ୍ଟଗାର୍ଡ ବିମାନ ଲାଇଫ ରାଫ୍ଟ ପକାଇଥିଲା। କୋଷ୍ଟଗାର୍ଡ ଉଦ୍ଧାର କାର୍ଯ୍ୟରେ ନୌସେନା ଏବଂ ଓଏନଜିସି ମଧ୍ୟରେ ସମନ୍ବୟ ରକ୍ଷା କରିଥିଲେ। କୋଷ୍ଟଗାର୍ଡର ଓଏସଭି ମାଲବ୍ୟ- ୧୬ କୁ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri