Categories: ଫୁରସତ

ଅଧିକ ଉଚ୍ଚତା ବିଶିଷ୍ଟ ମହିଳା: ଯେଉଁ ଗୋଡ଼କୁ ଦିନେ ଲୁଚାଉ ଥିଲେ, ଏବେ ତାହାକୁ ନେଇ ଚର୍ଚ୍ଚାରେ

ବିଶ୍ୱ ଅନେକ ଆଶ୍ଚର୍ଯ୍ୟଜନକ ଏବଂ ରୋମାଞ୍ଚକର ଜିନିଷରେ ପରିପୂର୍ଣ୍ଣ । ପୃଥିବୀରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କର ଅଦ୍ଭୁତ କାର୍ଯ୍ୟ ପାଇଁ ଜଣାଶୁଣା। ଯେପରି କେହିକେହି ଲମ୍ବା, କାହାର ନଖ ବଡ଼ ଏବଂ କେତେକ ଲମ୍ବା କେଶ ପାଇଁ ପ୍ରସିଦ୍ଧ। ମାତ୍ର ଆମେ ଆପଣଙ୍କୁ ଜଣେ ମହିଳାଙ୍କ ବିଷୟରେ କହିବୁ ଯିଏ ଲମ୍ବା ଗୋଡ ପାଇଁ ଚର୍ଚ୍ଚାରେ।

ବାସ୍ତବରେ, ଏହି ମହିଳାଙ୍କ ନାମ ହେଉଛି ରେନ୍ସେଖୋରଲୁ ବୁଡ। ରେନେସ୍କୋରଲୁଙ୍କୁ ସ୍ନେହରେ ରେନ ଡକାଯାଏ। ତାଙ୍କ ଉଚ୍ଚତା ୬ ଫୁଟ ୯ ଇଞ୍ଚ ଏବଂ ଗୋଡର ଲମ୍ବ ଅଣ୍ଟା ଠାରୁ ଗୋଇଠି ପର୍ଯ୍ୟନ୍ତ ୫୨.୮ ଇଞ୍ଚ।

ସେ ମଙ୍ଗୋଲିଆରେ ଜନ୍ମ ହୋଇଥିଲେ। ମାତ୍ର ବର୍ତ୍ତମାନ ଆମେରିକାର ଚିକାଗୋରେ ରୁହନ୍ତି। ରେନ ତାଙ୍କ ଗୋଡକୁ ବହୁତ ଭଲ ପାଆନ୍ତି। କେବଳ ଏତିକି ନୁହେଁ, ସେ ଗୋଡ ଦେଖାଇବା ପାଇଁ ଶର୍ଟ ପିନ୍ଧନ୍ତି। ତେବେ, ଲମ୍ବା ଗୋଡ ଯୋଗୁ ସେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଘର, କ୍ଲବ, ଅଫିସ ସମେତ ଯେକୌଣସି ସ୍ଥାନକୁ ପ୍ରବେଶ ଯିବାକୁ ତାଙ୍କୁ ବହୁତ ଅସୁବିଧା ହୋଇଥାଏ।

ରେନଙ୍କ ଏହା ବଂଶଗତ ଗୁଣ। ତାଙ୍କ ବାପାଙ୍କ ଲମ୍ବ ୬ଫୁଟ ୧୯ ଇଞ୍ଚ ଏବଂ ମା’ଙ୍କର ୬ ଫୁଟ ୧ ଇଞ୍ଚ । ଏକ ସମୟ ଥିଲା ଯେ ରେନ ତାଙ୍କ ଗୋଡକୁ ପସନ୍ଦ କରୁ ନ ଥିଲେ ଏବଂ ସେ ଏହାକୁ ଲୁଚାଇବାକୁ ଚେଷ୍ଟା କରୁଥିଲେ। ମାତ୍ର ପରେ ରେନ ତାଙ୍କ ଗୋଡକୁ ବହୁତ ଭଲ ପାଇଲେ ଏହାକୁ ଲୁଚାଇବା ପରିବର୍ତ୍ତେ ଲୋକଙ୍କୁ ଦେଖାଇଲେ।

ସୋସିଆଲ ମିଡିଆରେ ରେନ୍‌ ବହୁତ ସକ୍ରିୟ। ଇନଷ୍ଟାଗ୍ରାମରେ ସେ ଅନେକ ସମୟରେ ତାଙ୍କ ଫଟୋ ଶେୟାର କରନ୍ତି।

Share