ହସ୍ପିଟାଲରେ ଆଡମିଟ ହେଲେ ହିନା ଖାନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ହିନା ଖାନ ଅସୁସ୍ଥ ହୋଇ ପଡିଛନ୍ତି ଓ ଏହା ଭିତରେ ସେ ହସ୍ପିଟାଲରେ ଆଡମିଟ ହୋଇଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସେ ନିଜେ ଏହି ସୂଚନା ଦେଇଛନ୍ତି। ହିନା କହିଥିଲେ ଯେ ତାଙ୍କର ହାଇ ଫିଭର ଥିଲା, ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଲା। ଏହା ସହିତ ପ୍ରଶଂସକମାନଙ୍କୁ ହେଲଥ ଅପଡେଟ ଦେଉଥିବାବେଳେ ହିନା କହିଛନ୍ତି ଯେ ସେ ଶୀଘ୍ର ସୁସ୍ଥ ହେବେ।
ଇନଷ୍ଟାଗ୍ରାମରେ ଅଭିନେତ୍ରୀ ଦୁଇଟି ଫଟୋ ଶେୟାର କରିଛନ୍ତି। ଗୋଟିଏ ଫଟୋରେ ସେ ହସ୍ପିଟାଲ ବେଡ ଉପରେ ବସିଥିବାର ନଜର ଆସିଛନ୍ତି। ଫଟୋର କ୍ୟାପସନରେ ସେ ଲେଖିଛନ୍ତି- ଲାଇଫ ଅପଡେଟ। ଫୋର୍ଥ ଡେ।
ଦ୍ୱିତୀୟ ଫଟୋରେ, ସେ ଏକ ଥର୍ମୋମିଟରର ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କ ଶରୀରର ତାପମାତ୍ରା ୧୦୨ ଦେଖାଯାଉଛି । ଏହି ଫଟୋର କ୍ୟାପସନରେ ସେ ଲେଖିଛନ୍ତି – ମୋର ହାଇ ଫିଭର ଅଛି ଏବଂ ମୋର ଶେଷ ଚାରି ରାତି ବହୁତ ଖରାପ ଯାଇଛି। ଏହି ତାପମାତ୍ରା ତଳକୁ ଯାଉନାହିଁ । କ୍ରମାଗତ ଭାବରେ ୧୦୨-୧୦୩ ରେ ବଡି ଟେମ୍ପରେଚର ରହୁଛି। ବର୍ତ୍ତମାନ କୌଣସି ଶକ୍ତି ବାକି ନାହିଁ । ଅଭିନେତ୍ରୀ ମଧ୍ୟ ଲେଖିଛନ୍ତି – ଯେଉଁମାନେ ମୋ ବିଷୟରେ ଚିନ୍ତିତ ଅଛନ୍ତି, ସେମାନଙ୍କୁ ଜଣାନ୍ତୁ ଯେ ମୁଁ ଶୀଘ୍ର ବାଉନ୍ସ ବ୍ୟାକ କରିବି।
ସୂଚନାଯୋଗ୍ୟ, ଶୋ ୟେ ରିସ୍ତା କି୍ୟା କେହଲତା ହୈ i ଏହିଥିରୁ ହିଁ ହିନା ଖାନ ନାମ-ଖ୍ୟାତି ଲାଭ କରିଥିଲା। ଏହି ଶୋ ତାଙ୍କୁ ରାତାରାତି ପ୍ରସିଦ୍ଧ କରିଥିଲା। ଦୀର୍ଘ ସମୟ ଧରି ସେ ଶୋ’ର ଏକ ଅଂଶ ଥିଲେ। ଏହି ଶୋ ପରେ ତାଙ୍କୁ ବିଗ ବସରେ ଦେଖିବାକୁ ମିଳିଥିଲା। ହିନା ବିଗ ବସରେ ବହୁତ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ଫ୍ୟାଶନ ସେନ୍ସ ମଧ୍ୟ ଚର୍ଚ୍ଚାରେ ଥିଲା । ବିଗ ବସ ପରେ ହିନାଙ୍କୁ ନାଗିନ ସିରିଜରେ ମଧ୍ୟ ଦେଖିବାକୁ ମିଳିଥିଲା। ପ୍ରଶଂସକମାନେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରନ୍ତି।
ଏହି ଅଭିନେତ୍ରୀ ବଲିଉଡରେ ମଧ୍ୟ ଡେବ୍ୟୁ କରିଛନ୍ତି। ତାଙ୍କୁ ବିକ୍ରମ ଭଟ୍ଟଙ୍କ ଫିଲ୍ମ ହ୍ୟାକଡରେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri