ପ୍ରଚାରରେ ହେଭିଓ୍ବେଟ୍‌ଙ୍କ ଦେଖା ମିଳିଲାନି

ପଟ୍ଟାମୁଣ୍ଡାଇ ୨୨ା୩(ସ୍ବ.ପ୍ର.):ପଟ୍ଟମୁଣ୍ଡାଇ ପୌର ପରିଷଦ ପାଇଁ ୩ ପ୍ରମୁଖ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ବିଜେଡି, ଭାଜପା ଓ କଂଗ୍ରେସ ନେତୃବୃନ୍ଦ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଅଭିଯାନର ଅନ୍ତିମ ପର୍ଯ୍ୟାୟରେ ପୂରା ଦମ୍‌ ଲଗାଇ ଦେଇଛନ୍ତି। ପଞ୍ଚାୟତ ନିର୍ବାଚନରେ ପଟ୍ଟାମୁଣ୍ଡାଇ ବ୍ଲକରେ ସମସ୍ତ ଜିଲା ପରିଷଦ ଆସନରେ ବିଜେଡି ବିଜୟୀ ହେବା ସତ୍ତ୍ୱେ ପୌର ନିର୍ବାଚନରେ ସଂଘର୍ଷ କରିବାକୁ ପଡୁଛି। ବିଶେଷକରି ପଟ୍ଟାମୁଣ୍ଡାଇ ସହରରେ ଡ୍ରେନେଜ ଅବ୍ୟବସ୍ଥା, ଅଳିଆ ଅବର୍ଜନା ଓ ବର୍ଷାଦିନେ ରାସ୍ତାରେ ପାଣି ଜମି ରହିବା, ରାସ୍ତାରେ ଗୋରୁ ବୁଲିବା ଦ୍ୱାରା ଟ୍ରାଫିକ ସମସ୍ୟା ଉପୁଜିବା, ବିଜ୍ଞାପିତ ଅଞ୍ଚଳରୁ ପୌରାଞ୍ଚଳ ମାନ୍ୟତା ମିଳିବ ୭ ବର୍ଷ ଅତିବାହିତ ହୋଇଥିଲେ ବି ବସ୍‌ଷ୍ଟାଣ୍ଡ ନ ଥିବା, ୱାର୍ଡଗୁଡିକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇ ପଡିଥିବା ବ୍ୟବସ୍ଥାକୁ ନେଇ ବିରୋଧୀ ଦଳଗୁଡିକ ଅସ୍ତ୍ର କରିଛନ୍ତି। ହେଲେ ବିଜେଡିର ନିର୍ବାଚନ ପ୍ରସ୍ତୁତି ଓ ରଣକୌଶଳ ସମ୍ମୁଖରେ ତାହା ଫିକା ପଡିଯାଉଛି ବୋଲି ଆଲୋଚନା ହେଉଛି। ୨୦୧୩ ପଟ୍ଟାମୁଣ୍ଡାଇ ପୌର ନିର୍ବାଚନରେ ବିଜେଡିକୁ ସଫଳତା ମିଳିଥିବା ବେଳେ ଏଥର କଂଗ୍ରେସର କିଛିଟା ପ୍ରଭାବ ରହିଛି। ବିଶେଷକରି ରାଜ୍ୟର ଅନ୍ୟ ସ୍ଥାନ ତୁଳନାରେ ଦଳ କଂଗ୍ରେସ ଏଠାରେ ଅପେକ୍ଷାକୃତ ସୁବିଧାଜନକ ସ୍ଥିତିରେ ରହିଛି। ହେଲେ ବିଗତ ଦିନର କର୍ମଫଳ ଏହି ନିର୍ବାଚନରେ ସିଧାସଳଖ ପ୍ରଭାବ ପକାଇବ ବୋଲି ରାଜନୈତିକ ବିଶ୍ଲେଷକମାନେ କହୁଛନ୍ତି। ଅନ୍ୟପକ୍ଷେ ଏଯାଏ କୌଣସି ହେଭିୱେଟ ନେତାଙ୍କୁ ନିର୍ବାଚନ ପ୍ରଚାରରେ ଦେଖିବାକୁ ମିଳିନାହିଁ। ପୌର ନିର୍ବାଚନରେ ଭାଜପା ନିଜର ହେଭିୱେଟ୍‌ ନେତାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବ ବୋଲି ପୂର୍ବରୁ ଘୋଷଣା କରିଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପୌର ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ରାଜ୍ୟ ଭାଜପା ସୂଚନା ଦେଇଥିଲା। କିନ୍ତୁ ଏହି ବରିଷ୍ଠ ହେଭିୱେଟ୍‌ ନେତା ପ୍ରଚାର ମଇଦାନକୁ ଓହ୍ଲାଇ ଥିଲେ କର୍ମୀଙ୍କ ମଧ୍ୟରେ ଜୋସ୍‌ ବଢିବା ସହ ଦଳୀୟ ପ୍ରାର୍ଥୀଙ୍କ ଜିତିବା ସମ୍ଭାବନା ରହି ପାରିଥାନ୍ତା। ମାତ୍ର ସେଭଳି ହେଲାନାହିଁ। ପଞ୍ଚାୟତ ନିର୍ବାଚନର ବିଫଳତାର କାରଣ ମଧ୍ୟ ଏ ପର୍ଯ୍ୟନ୍ତ ଖୋଜିବାରେ ଭାଜପା ଉଦ୍ୟମ କରିନି କି କର୍ମୀଙ୍କ ଜୋସ୍‌ ବୃଦ୍ଧି ପାଇଁ ଠୋସ୍‌ ପଦକ୍ଷେପ ବି ନେଇନି। ଓଲଟା ଭାଜପା ଓ କଂଗ୍ରେସର ଏଭଳି ଦୁର୍ବଳ ନିର୍ବାଚନୀ ରଣନୀତି ପରୋକ୍ଷରେ ତୀବ୍ର ଗୋଷ୍ଠୀ କନ୍ଦଳ ଥିବା ସତ୍ତ୍ୱେ ବିଜେଡି ପ୍ରାର୍ଥୀଙ୍କ ନିମନ୍ତେ ବରଦାନ ସାବ୍ୟସ୍ତ ହେବାରେ ଲାଗିଛି ବୋଲି ରାଜନୈତିକ ବିଶ୍ଲେଷକମାନେ ମତ ପ୍ରକାଶ କରିଛନ୍ତି। ଅଧିକାଂଶ ନେତା ମାଇକ ଯୋଗେ ପ୍ରଚାର କରି ଲୋକଙ୍କ ନିଦ ହଜାଇ ଦେଉଛନ୍ତି। ଶବ୍ଦ ପ୍ରଦୂଷଣରେ ଛାତ୍ରୀଛାତ୍ର ନୟାନ୍ତ ହୋଇ ପଡୁଛନ୍ତି। ବିଜେଡିର ବ୍ୟାପକ ପ୍ରସ୍ତୁତି ସମ୍ମୁଖରେ ଅନ୍ୟ ଦଳର ଗତାନୁଗତିକ ପ୍ରଚାର ଫିକା ପଡିଯାଉଛି। ତଥାପି କଂଗ୍ରେସକୁ ହାଲୁକା ଭାବେ ନେବା ଠିକ୍‌ ହେବ ନାହିଁ ଏବଂ ପୌର ନିର୍ବାଚନରେ ଦଳର ପ୍ରାର୍ଥୀମାନେ ଭଲ କରିବେ ବୋଲି ଦଳୀୟ ନେତୃବୃନ୍ଦ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଭାଜପାର ସ୍ଥିତି ସେତେଟା ଦୁର୍ବଳ ନୁହଁ। କେତେକ ୱାର୍ଡରେ ଭଲ ପ୍ରଦର୍ଶନ କରିବା ସହ ପଟ୍ଟାମୁଣ୍ଡାଇ ପୌରସଂସ୍ଥାକୁ ଅକ୍ତିଆର କରିବ ବୋଲି ଭାଜପା ପକ୍ଷରୁ ଆଶା କରାଯାଉଛି। ପଟ୍ଟାମୁଣ୍ଡାଇରେ ପ୍ରଚାର ଅଭିଯାନ ଜୋରଦାର ପରେ କେତେଗୋଟି ୱାର୍ଡରେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରମାନେ ଖୋଲା ଖୋଲି ମତ ପ୍ରକାଶ କରୁଛନ୍ତି। ଅଧିକାଂଶ ୱାର୍ଡରେ ଭୋଟରମାନେ ନୀରବ ରହିଛନ୍ତି। ପ୍ରତିକୂଳ ପରିସ୍ଥିତିକୁ ଅନୁକୂଳ କରିବାରେ କଂଗ୍ରେସ ସଫଳ ହେଉଥିବା ପରିଲକ୍ଷିତ ହେଉଛି। ଶାସକ ବିଜେଡିରେ ତୀବ୍ର ଗୋଷ୍ଠୀ କନ୍ଦଳ ଓ ସରକାର ବିରୋଧରେ ଜନଆକ୍ରୋଶ ରହିଥିଲେ ମଧ୍ୟ ବିରୋଧୀ ଦଳ ଏଥିରୁ ଫାଇଦା ନେଇ ପାରୁନାହାନ୍ତି। କିନ୍ତୁ କ୍ଷମତାରେ ଥିବା ବିଜେଡି ଗତ ୫ ବର୍ଷରେ ନିଜର ଦାୟିତ୍ୱ ନିର୍ବାହ କରି ନ ଥିବାରୁ ଲୋକଙ୍କ ଅସନ୍ତୋଷର ଫାଇଦା ନେବାରେ ବିରୋଧୀ ସେତେଟା ସଫଳ ହୋଇପାରିନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri