ଶେଷ ଦିନରେ ହେଭିଓ୍ବେଟ୍‌ଙ୍କ ଜୋରଦାର ପ୍ରଚାର

ପିପିଲି/ଡେଲାଙ୍ଗ,୨୮।୯(ଡି.ଏନ୍‌.ଏ./ସ୍ବ.ପ୍ର.): ପିପିଲି ଉପନିର୍ବାଚନ ପାଇଁ ୩୦ ତାରିଖରେ ମତଦାନ ହେବାକୁ ଥିବାବେଳେ ସୋମବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଶାସକ ବିଜେଡି, ଭାଜପା ଓ କଂଗ୍ରେସର ଷ୍ଟାର ପ୍ରଚାରକମାନେ ବିଭିନ୍ନ ପଞ୍ଚାୟତ ବୁଲି ସଭା ଓ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିଥିଲେ। ପିପିଲି ବ୍ଲକର ତେଇଶିପୁର ମନ୍ଦିରଠାରୁ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ରାଜ୍ୟ କ୍ଷୁଦ୍ର ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ, କେନ୍ଦ୍ରାପଡା ଜିଲା ଯୁବ ବିଜେଡି ସଭାପତି ରାଜେଶ ଦାଶ, ଧରଣୀଧର ସାହୁ, ଗଦାଧର ଦାସ, ଈଶ୍ୱର ପ୍ରସାଦ ଦାଶ, ଶାନ୍ତିିଲତା ପ୍ରଧାନ, ଉମାମଣି ରଥ, ଶାନ୍ତିଲତା ପରିଡାଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ବିଭିନ୍ନ ଗ୍ରାମକୁ ଯାଇ ଦଳୀୟ ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପ୍ରଚାର କରିଥିଲେ। ଏହି ଅବସରରେ ତେଇଶିିପୁରଠାରେ ଜଗଦୀପ ପରିଡା, ମାନସ ନାୟକଙ୍କ ସମେତ ବହୁ କର୍ମୀ ଭାଜପା ଛାଡି ବିଜେଡିରେ ଯୋଗଦେଇଥିଲେ। ଯଶୁଆପୁର ପଞ୍ଚାୟତରେ ପୂର୍ବତନ ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ, ଆଶିଷ ବରାଳ, ପ୍ରଦ୍ୟୁମ୍ନ ସାମନ୍ତରାୟ, ବୁଦ୍ଧନାଥ ପ୍ରଧାନ, ରାଧୁଚରଣ ଜେନା, ଅନନ୍ତ ନାୟକ, ଶିବପ୍ରସାଦ ଜେନାଙ୍କ ସମେତ ଶତାଧିକ କର୍ମୀ ଦଳୀୟ ପ୍ରାର୍ଥୀ ରୁଦ୍ରଙ୍କ ପାଇଁ ପ୍ରଚାର କରିଥିଲେ। ଅନ୍ୟପଟେ ଅପରାହ୍ନରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ବିରାଟ ପଦଯାତ୍ରାରେ ବାହାରି ପିପିଲି ବଜାରର ବିଭିନ୍ନ ଦୋକାନକୁ ଯାଇ ଭାଜପା ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଭୋଟ୍‌ ମାଗିଥିଲେ। ଏହି ପଦଯାତ୍ରାରେ ରାଜ୍ୟ ଭାଜପା ଉପସଭାପତି ପ୍ରଭାତୀ ପରିଡା, ଅନିତା ଶୁଭଦର୍ଶନୀ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, କସ୍ତୁରୀ ମିଶ୍ରଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦମାନେ ସାମିଲ ହୋଇଥିଲେ। ପିପିଲି ବ୍ଲକ ଛକ ଠାରେ ପୋଲିସ ସମୟ ସୀମା ଅନୁଯାୟୀ ଏହି ପଦଯାତ୍ରାକୁ ଅଟକାଇ ବନ୍ଦ କରିଥିଲା। ପିପିଲିରେ ନିଶ୍ଚିତ ପରିବର୍ତ୍ତନ ହେବ। ଭାଜପା ପ୍ରାର୍ଥୀ ବିଜୟ ଲାଭ କରିବେ ବୋଲି ଏମ୍‌ପି ଷଡ଼ଙ୍ଗୀ କହିଛନ୍ତି। ସେହିପରି କଂଗ୍ରେସ ପକ୍ଷରୁ ଦଳୀୟ ପ୍ରାର୍ଥୀ ବିଶ୍ୱକେସନ ହରିଚନ୍ଦନ ମହାପାତ୍ରଙ୍କ ପାଇଁ ମୁନିନ୍ଦ, କଲ୍ୟାଣପୁର, ସାଉରିଆ, ସୁଜନପୁର, କୋଠବାଡ, ଚାଇଁପୁର, ରେଙ୍ଗଳ, ହରିରାଜପୁର, ଗୋଡିପୁଟ, ମାଟିଆପଡା ଆଦି ପଞ୍ଚାୟତରେ ଜୋରଦାର ପ୍ରଚାର କରାଯାଇଛି।ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, କୋରାପୁଟ ଏମ୍‌ପି ସପ୍ତଗିରି ଶଙ୍କର ଉଲାକା, ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡା, ପର୍ଯ୍ୟବେକ୍ଷକ ଉମାବଲଭ ରଥ, ପିସିସି ସାଧାରଣ ସମ୍ପାଦକ ନଳିନୀ ସ୍ବାଇଁ, ରବି ରାୟ, ପ୍ରଦୀପ ବେହେରା, ସୌମ୍ୟରଞ୍ଜନ ପଟ୍ଟନାୟକ, ନିରୁପମା ପାତ୍ର, ବିନୋଦ ସ୍ବାଇଁ, ବିଶ୍ୱରଞ୍ଜନ ବଳବନ୍ତରାୟ, ପ୍ରହ୍ଲାଦ ପ୍ରଧାନ, ନିର୍ମଳ ପରିଡ଼ା, ଲକ୍ଷ୍ମୀଧର ପ୍ରଧାନ, ସୁବାସ ନାୟକ, ସୁରେଶ ମହାପାତ୍ର, ବାଙ୍କନିଧି ବେହେରା, ଟିକନ ବିଶ୍ୱାଳ ପ୍ରମୁଖ ଡେଲାଙ୍ଗ ହାଟ ବଜାର, ଷ୍ଟେଶନ ବଜାର, ଘୋରଡିଆ ବଜାର, ବେରବୋଇ ବଜାରରେ ପ୍ରଥପ୍ରାନ୍ତ ସଭା କରିବା ସହ ଦଳୀୟ ପ୍ରାର୍ଥୀ ବିଶ୍ୱକେସନଙ୍କ ପାଇଁ ଭୋଟ୍‌ ମାଗିଥିଲେ। ଏଥିସହ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ସୁରେଶ ମହାପାତ୍ର, ପୂର୍ବତନ ବିଧାୟକ ନିମେଇ ସରକାର, ଲଲାଟେନ୍ଦୁ ଦାଶ, ବିସ୍ମୟ ମହାପାତ୍ର, ରବିନ୍ଦ୍ର ଦାସ, ବିପିନ ବିହାରୀ ବଳବନ୍ତରାୟ, ଜ୍ଞାନରଞ୍ଜନ ପଟ୍ଟନାୟକ, ଚନ୍ଦ୍ରଶେଖର ପରିଡା, ବିଜୟ ପ୍ରଧାନ, ପ୍ରହ୍ଲାଦ ପ୍ରଧାନ, ମାନସ ସ୍ବାଇଁ ପ୍ରମୁଖ ଘର ଘର ବୁଲି ପ୍ରଚାର କରିବା ସହ ବିଶ୍ୱକେସନଙ୍କୁ ଭୋଟ୍‌ ଦେବାକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri