Posted inଜାତୀୟ

ଆଜି ବି ବର୍ଷାରେ ଭିଜିବ ରାଜ୍ୟ, ୨୦ ଜିଲାକୁ ବିଜୁଳି ଘଡ଼ଘଡ଼ି ସତର୍କତା

ଲକ୍ଷ୍ନୌ,୧୧ା୫: ଉତ୍ତରପ୍ରଦେଶର ପାଗରେ ଭିନ୍ନ ଭିନ୍ନ ରଙ୍ଗ ଦେଖାଯାଉଛି। କିଛି ସ୍ଥାନରେ ପ୍ରବଳ ସୂର୍ଯ୍ୟକିରଣ ଯୋଗୁ ଅସହ୍ୟ ଗରମ ହେଉଥିବା ବେଳେ ଅନ୍ୟ ସ୍ଥାନରେ ବର୍ଷା ଆଶ୍ୱସ୍ତି ଆଣି ଦେଉଛି। ଆଜି ଅର୍ଥାତ୍‌ ରବିବାର ମଧ୍ୟ ଉତ୍ତରପ୍ରଦେଶ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ପାଣିପାଗ ବିଭାଗ ଅନୁଯାୟୀ, ରବିବାର ୨୦ ଜିଲାରେ ବର୍ଷା ଏବଂ ବଜ୍ରପାତ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଶନିବାର ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ପବନ ସହିତ ବର୍ଷା ରେକର୍ଡ କରାଯାଇଛି। ବର୍ତ୍ତମାନ, ଉତ୍ତରପ୍ରଦେଶର ୧୦ ରୁ ଅଧିକ ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ପହଞ୍ଚିଛି। ଅନ୍ୟପକ୍ଷରେ ଶନିବାର ସବୁଠାରୁ ବାରାଣସୀ ଏବଂ ପ୍ରୟାଗରାଜରେ ତାପମାତ୍ର ୪୦ ଡିଗ୍ରୀ ଅତିକ୍ରମ କରିସାରିଛି। ଆଗାମୀ ଦିନରେ ଗରମ ଆହୁରି ବଢ଼ିବାର ସମ୍ଭାବନା ରହିଛି।

ଏହି ଜିଲାଗୁଡ଼ିକୁ ବଜ୍ରପାତ ସତର୍କତା:
ପାଣିପାଗ ବିଭାଗ ଅନୁଯାୟୀ, ପ୍ରୟାଗରାଜ, ବାରାଣସୀ, ଫତେହପୁର, ସୋନଭଦ୍ର, ସାହାରନପୁର, ମୁଜାଫରନଗର, ମିର୍ଜାପୁର, ଶାମଲି, ବାଗପାଟ, ମେରୁଟ, ଆମ୍ରୋହା, ମୋରାଦାବାଦ, ବିଜୁନ, ୍‌ଆମଓ୍ବର, ଆଗ୍ରା, ରାମପୁର, ହମିରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଆସନ୍ତାକାଲିଠାରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି।

ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ, ଉତ୍ତରପ୍ରଦେଶରେ ବର୍ଷା ବନ୍ଦ ହେବ। ମାତ୍ର ଏହା ପରେ ତାପମାତ୍ରା ମଧ୍ୟ ବୃଦ୍ଧି ପାଇବ। ଏହି ମାସ ଶେଷ ସୁଦ୍ଧା ପାରଦ ୪୫ ଡିଗ୍ରୀରେ ପହଞ୍ଚିପାରେ ବୋଲି ଆକଳନ କରାଯାଉଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ସର୍ବାଧିକ ତାପମାତ୍ରା ୩ ରୁ ୫ ଡିଗ୍ରୀ ବୃଦ୍ଧି ପାଇପାରେ।

ଉତ୍ତରପ୍ରଦେଶରେ ଶନିବାର ଆଗ୍ରା ସମେତ ଅନେକ ଜିଲାରେ ବର୍ଷା ହୋଇଥିଲା। ଆଗ୍ରାରେ ମଧ୍ୟାହ୍ନ ପରେ ଆକାଶରେ କଳହାଣ୍ଡିଆ ମେଘ ଦେଖିବାକୁ ମିଳିଥିଲା। ଏହା ସହିତ ପ୍ରାୟ ୯୦ କିଲୋମିଟର ବେଗରେ ପ୍ରବଳ ପବନ ବହିଥିଲା। ଯାହା ଯୋଗୁ ସହରରେ ଅନେକ ଗଛ ଏବଂ ହୋର୍ଡିଂ ଉପୁଡ଼ି ପଡ଼ିଥିଲା। ବିଜନୌରରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା, ସହିତ ପ୍ରବଳ ପବନ ମଧ୍ୟ ବହିଥିଲା। ବର୍ଷା ଯୋଗୁ ଧାମପୁର ଅଞ୍ଚଳରେ ପ୍ରାୟ ଗୋଟିଏ ଫୁଟ ପାଣି ଜମି ରହିଥିଲା। ସମଓ୍ବାଲ ଏବଂ ଜଲୌନରେ ମଧ୍ୟ ପ୍ରବଳ ବର୍ଷା ରେକର୍ଡ କରାଯାଇଥିଲା। ଲକ୍ଷ୍ନୌ ଏବଂ ମିରଟରେ ମଧ୍ୟ ଆକାଶରେ ମେଘାଚ୍ଛନ୍ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ-ସ୍ତ୍ରୀ ମୃତ, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ରେ ପାର୍ବତୀ ଗିରିଙ୍କୁ ପ୍ରଶଂସା ସହ ବଖାଣିଲେ ୨୦୨୫ର ଏସବୁ ସଫଳତା

ନୂଆଦିଲ୍ଲୀ,୨୮ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨୯ ତମ ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ୨୦୨୫ର ଅନେକ ସଫଳତା ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri