ଲଘୁଚାପ କ୍ଷେତ୍ର ପ୍ରଭାବରେ ଏହି ୫ ଜିଲାରେ ପ୍ରବଳ ବର୍ଷା! ଜାରି ହେଲା ୟେଲୋ ୱାର୍ନିଂ

ଭୁବନେଶ୍ୱର,୨୪।୨: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ଦୁଇ ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ବିଶେଷ କରି କୋରାପୁଟ, ସୁବର୍ଣ୍ଣପୁର ବରଗଡ ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ତେବେ ଆସନ୍ତାକାଲି ୫ ଜିଲାରେ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ନିଂ ଜାରି କରିଛି । ସେହି ଜିଲାଗୁଡିକ ହେଲା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଏବଂ କେନ୍ଦୁଝର। ଏସବୁ ଜିଲାରେ ବିଜୁଳି ଓ ଘଡଘଡି ସହ ବର୍ଷା ଏବଂ ପବନ ସମ୍ଭାବନା ରହିଛି।

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏଥିସହ ଗାଙ୍ଗେୟ ପଶ୍ଚିମବଙ୍ଗରୁ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶକୁ ଏକ ଟ୍ରଫ ଲାଇନ ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ଓଡ଼ିଶା ଦେଇ ଗତି କରୁଛି। ଏହା ପ୍ରଭାବରେ ସୋମବାର ପଶ୍ଚିମ ଓଡ଼ିଶା ସମେତ ବିଭିନ୍ନ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା। ଝାରସୁଗୁଡ଼ା ଜିଲାରେ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ସୋନପୁରର ବିନିକା ସମେତ ଜିଲାର କେତେକ ସ୍ଥାନରେ ବର୍ଷା ହୋଇଛି। ସେହିଭଳି ବରଗଡ଼ରେ ମେଘୁଆ ପାଗ ରହିଥିବାବେଳେ ବର୍ଷା ସହ କୁଆପଥର ମାଡ଼ ହୋଇଥିବା ସୂଚନା ମିଳିଛି। ଏଥିସହ କୋରାପୁଟରେ ମଧ୍ୟ ବର୍ଷା ଓ କୁଆପଥର ମାଡ଼ ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର ମଧ୍ୟ ୧୫ ଜିଲାରେ ଏଭଳି ସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଦ୍ଧା, ଜଗତ୍ସିଂହପୁର, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଏବଂ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ସହିତ ଘଡ଼ଘଡ଼ି, ବିଜୁଳି ହେବା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହ ୩୦ରୁ ୪୦ କି.ମି. ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରାଯାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭିନ୍ନକ୍ଷମ ଯୁବତୀ ୬ ମାସର ଗର୍ଭବତୀ

କୁଆଁରମୁଣ୍ଡା,୨୪ା୨(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରେ ଜଣେ ଗାଈ ଚରାଳି ଭିନ୍ନକ୍ଷମ ୧୯ ବର୍ଷୀୟା ଯୁବତୀ ୬ ମାସର ଗର୍ଭବତୀ ହେବା ଅଭିଯୋଗରେ…

ବିରୋଧୀଦଳ ନେତାଙ୍କ ଉପରେ ବର୍ଷିଲେ ଟଙ୍କଧର: କହିଲେ ନୂଆପଡ଼ାରୁ ମିଳିଲା ଜବାବ

ଭୁବନେଶ୍ୱର,୨୪।୨: ବିରୋଧୀଦଳ ନେତାଙ୍କୁ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଖୋଲା ଆହ୍ବାନ ଦେଇଛନ୍ତି। ଗୃହକୁ ଖୋଲା ବିତର୍କ ପାଇଁ ଆସନ୍ତୁ ବୋଲି ଟଙ୍କଧର ଆହ୍ବାନ ଦେଇଛନ୍ତି। ବିଜେଡି ଶାସନରେ…

ଟୁଇନ୍‌ ସିଟିରେ ଘଡ଼ଘଡ଼ି ସହ ବର୍ଷା : ୩ ଘଣ୍ଟିଆ ୱାର୍ନିଂ

ଭୁବନେଶ୍ୱର,୨୪।୨: ଟୁଇନ୍‌ ସିଟିରେ ଘଡ଼ଘଡ଼ି ସହ ବର୍ଷା ନେଇ ୩ ଘଣ୍ଟିଆ ୱାର୍ନିଂ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଜାରି କରିଛନ୍ତିି। ଅନ୍ୟପକ୍ଷେ ପୁରୀ, ମୟୂରଭଞ୍ଜ,…

୨୦୨୬ ଟି-୨୦ ବିଶ୍ୱକପରୁ ବାଦ୍‌ ପଡ଼ିଲା ଭାରତ! ୱେଷ୍ଟଇଣ୍ଡିଜର ରେକର୍ଡ ବିଜୟ କୋଟି କୋଟି ଭାରତୀୟଙ୍କୁ ଦେଲା ଝଟକା

ନୂଆଦିଲ୍ଲୀ,୨୪।୨: ଭାରତ କ’ଣ ୨୦୨୬ ଟି୨୦ ବିଶ୍ୱକପରୁ ବାହାର ହୋଇଯାଇଛି କି? ଟିମ ଇଣ୍ଡିଆ କ’ଣ ଏବେ ୨୦୨୬ ଟି୨୦ ବିଶ୍ୱକପର ସେମିଫାଇନାଲରେ ପହଞ୍ଚିପାରିବ ନାହିଁ? ଭାରତ…

ବଦଳିଲା କେରଳର ନାଁ: ଜାଣନ୍ତୁ କେରଳମ୍‌ ଶଦ୍ଦର ଅର୍ଥ

ନୂଆଦିଲ୍ଲୀ,୨୪।୨: କେରଳ ରାଜ୍ୟର ନାମକୁ କେରଳମ୍‌ରେ ପରିବର୍ତ୍ତନ କରିବାର ପ୍ରସ୍ତାବ ପୁଣି ଥରେ ଚର୍ଚ୍ଚାରେ ଆସିଛି। କେରଳ ବିଧାନସଭା ପୂର୍ୱରୁ ଦୁଇଥର ସର୍ୱସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ…

ନିର୍ବାଚନ ଆୟୋଗଙ୍କ କଡ଼ା ନିର୍ଦ୍ଦେଶ: ଆଦର୍ଶ ଆଚରଣ ସଂହିତା ଲାଗୁ ହେବା ପୂର୍ବରୁ ରାଜ୍ୟରେ ମୃତୟନ ହେବେ CAPF ଫୋର୍ସ

ନୂଆଦିଲ୍ଲୀ,୨୪।୨: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ (ଇସି) ରାଜ୍ୟ ପୋଲିସକୁ ଯଥାଶୀଘ୍ର ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଇସି କହିଛନ୍ତି ଯେ,…

ସରକାର ବାଣ୍ଟିଲେଣି ଅଢ଼େଇ ଲକ୍ଷରୁ ଅଧିକ ପକ୍କା ଘର, ଏମିତି କହିଦେଲେ ମନ୍ତ୍ରୀ 

ଭୁବନେଶ୍ୱର,୨୪।୨: ବର୍ଷକରେ ସରକାର ବାଣ୍ଟିଲେଣି ଅଢ଼େଇ ଲକ୍ଷରୁ ଅଧିକ ପକ୍କା ଘର। ଏ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି। ୨୦୨୪-୨୫ ମଧ୍ୟରେ ୨…

ଦୋଳପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ, ଏହି ରାଶିମାନଙ୍କ ପାଇଁ ଶୁଭ ନୁହେଁ…

ଜ୍ୟୋତିର୍ବିଦଙ୍କ ମତରେ, ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ପାକତ୍ୟାଗ ବିଧେୟ। ତେଣୁ ୩ ତାରିଖ ସୂର୍ଯ୍ୟୋଦୟ ପରେ ଅନ୍ନ ଭୋଜନ ଓ ଦେବ ନୀତି ନିଷେଧ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri