Posted inଜାତୀୟ

ବେଙ୍ଗାଲୁରୁରେ ପ୍ରବଳ ବର୍ଷା: ଜଣେ ମହିଳାଙ୍କ ମୃତ୍ୟୁ…

ବେଙ୍ଗାଲୁରୁ,୨୧।୫ : କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ଯୋଗୁ ଜଣେ ଛୋଟ ଶିଶୁ ନିଖୋଜ ଥିବାବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସହରରେ ରବିବାର ପ୍ରାୟ ୨ ଘଣ୍ଟା ଧରି ପ୍ରବଳ ବର୍ଷା ହୋଇଛି, ଯେଉଁଥିପାଇଁ ଅଣ୍ଡରପାସ ପାଣିରେ ବୁଡି ରହିଥିଲା। ଏଥିରେ ଏକ କାର ପାଣିରେ ବୁଡ଼ି ଯାଇଥିଲା। ଏହି କାରରେ ୬ ଜଣ ଲୋକ ଥିଲେ। ପରିବାରକୁ ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଦୁଃଖ ପ୍ରଅକାଶ କରି ଏହି ଘଟଣାାରେ ଅନୁକମ୍ପାମୂଳକ କ୍ଷତିପୂରଣ ଘୋଷଣା କରିଛନ୍ତି।

ସେ ଡାକ୍ତରଖାନା ପରିଦର୍ଶନ କରି କହିଛନ୍ତି, ସରକାରଙ୍କର ପରିବାର ପ୍ରତି ସହାନୁଭୂତି ରହିଛି ଏବଂ ପ୍ରଭାବିତ ହୋଇଥିବା ଭାନୁ ରେଖାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯିବ। ଏହା ସହିତ ସେ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ମାଗଣା ଚିକିତ୍ସା ନିଶ୍ଚିତ କରିଛନ୍ତି।

କାରଟି ବୁଡ଼ିଯିବା ପରେ ପରିବାର ସଦସ୍ୟ ସାହାଯ୍ୟ ପାଇଁ ପାଟି କରିବା ଆରମ୍ଭ କରିଥିଲେ। ଏହା ପରେ ଆଖପାଖର ଲୋକମାନେ ସାହାଯ୍ୟ କରି ତାଙ୍କୁ ଡାକ୍ତରଖାନା ନେଇଥିଲେ। ଡାକ୍ତରଖାନାରେ ପହଞ୍ଚିବା ପରେ କାରରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏହି ମହିଳାଙ୍କୁ ଭାନୁ ରେଖା ବୋଲି ଚିହ୍ନଟ କରାଯାଇଛି। ଏହି ସମୟରେ ଏକ ଛୋଟ ପିଲା ମଧ୍ୟ ନିଖୋଜ ହୋଇଯାଇଥିଲେ। ସୂଚନାନୁସାରେ, କାରରେ ଥିବା ୬ ଜଣ ବ୍ୟକ୍ତି ହାଇଦ୍ରାବାଦରୁ ବାଙ୍ଗାଲୋର ଆସିଥିଲେ କିନ୍ତୁ ରବିବାର ଅପରାହ୍ନରେ ପ୍ରବଳ ବର୍ଷା ଓ କୁଆପଥର ମାଡ ଯୋଗୁଁ ବାଟରେ ଅଟକି ରହିଥିଲେ।

ଅଣ୍ଡରପାସରେ ଜଳ ସ୍ତର ଅନୁମାନ ନ କରି ପାରି କାର ଡ୍ରାଇଭର ଆଗକୁ ବଢ଼ିବାକୁ ଚେଷ୍ଟା କରିଥିଲେ କିନ୍ତୁ ମଧ୍ୟଭାଗରେ କାରଟି ପ୍ରାୟ ଜଳମଗ୍ନ ହୋଇଯାଇଥିଲା। ତରବରିଆ ଭାବେ କାରରେ ବସିଥିବା ଲୋକମାନେ ନିଜକୁ ବଞ୍ଚାଇବାକୁ ବାହାରକୁ ଆସିଥିଲେ। ବର୍ଷା ହେତୁ ଜଳ ସ୍ତର ବଢ଼ିବାରେ ଲାଗିଥିଲା। ପରିବାର ସଦସ୍ୟ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ନିକଟସ୍ଥ ଲୋକମାନେ ସେମାନଙ୍କୁ ଉଦ୍ଧାର କରିବାକୁ ଆଗେଇ ଆସିଥିଲେ। ଲୋକମାନେ ସିଡ଼ି ଏବଂ ଦଉଡି ସାହାଯ୍ୟରେ ସେମାନଙ୍କୁ ସେଠାରୁ ବାହାର କରିବାକୁ ଚେଷ୍ଟା କରିଥିଲେ ।

ସୂତ୍ରରୁ ପ୍ରକାଶ ଯେ ଫସି ରହିଥିବା ଲୋକମାନେ ବାହାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଜରୁରୀକାଳୀନ ସେବା କର୍ମଚାରୀମାନେ ଟାଣି ନେଇଥିବାବେଳେ ଅନ୍ୟମାନଙ୍କୁ ଏକ ସିଡ଼ି ବ୍ୟବହାର କରି ବାହାରକୁ ଅଣାଯାଇଥିଲା। ଭାନୁ ରେଖା ବେଙ୍ଗାଲୁରୁର ଇନଫୋସିସ କମ୍ପାନୀରେ କାମ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri