ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ ବି ଚାଷୀଙ୍କ ପିଛା ଛାଡୁ ନାହିଁ। କାଳବୈଶାଖୀ ବର୍ତ୍ତମାନ ଜିଲାର ଚାଷୀଙ୍କ ପାଇଁ କାଳ ସାଜିଛି। ସୋମବାର ଅପରାହ୍ନ ପ୍ରାୟ ୩ଟାରୁ ହୋଇଥିବା ଝଡ଼ବର୍ଷା ସହିତ କରାମାଡ଼(କୁଆପଥର ବୃଷ୍ଟି) ଚାଷୀଙ୍କ ଧାନ ଏବଂ ପରିବା ଫସଲକୁ ଧୂଳିସାତ୍‌ କରି ଦେଇଛି। ଏହା ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି।
ଅନ୍ୟବର୍ଷ ତୁଳନାରେ ଏଥର ଅନୁକୂଳ ପାଗ ଯୋଗୁ ଜିଲାର ଚାଷୀଙ୍କ ରବି ଧାନ ଫସଲ ଭଲ ହୋଇଥିଲା। ଧାନ ବର୍ତ୍ତମାନ ଗର୍ଭ ଅବସ୍ଥାରେ ରହିଥିବାବେଳେ ଚାଷୀମାନେ ଭଲ ଅମଳ କରିବେ ବୋଲି ଆଶା ରଖିଥିଲେ। ମାତ୍ର ପ୍ରାୟ ୧୫ମିନିଟ୍‌ ଧରି ଜିଲାର ଅତାବିରା, ଭଟଲି, ସୋହେଲା, ବରଗଡ଼, ଗାଇସିଲେଟ୍‌, ବିଜେପୁର, ବରପାଲି, ଭେଡ଼େନ ବ୍ଲକର ବିଭିନ୍ନ ଗ୍ରାମରେ ଯେଭଳି ଭାବେ କରାମାଡ଼ ହୋଇଛି, ଚାଷୀଙ୍କ ମଧ୍ୟରେ ସେହି ଆଶା ଉଜୁଡ଼ି ଯାଇଛି। କରାମାଡ଼ ଏତେ ପ୍ରଖର ଥିଲା ଯେ, ସବୁଜ ଧାନ ଏବଂ ପରିବା ଫସଲ ଉପରେ ଧଳା ଆବରଣ ଆଚ୍ଛାଦିତ ହୋଇଥିଲା। ଫଳରେ ଗର୍ଭ ଅବସ୍ଥାରେ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଟମାଟୋ, ବାଇଗଣ, କାକୁଡ଼ି, କଲରା ଆଦି ଫସଲ ମଧ୍ୟ ଯଥେଷ୍ଟ ପ୍ରଭାବିତ ହୋଇଛି। ସେହିପରି ଗଛରୁ ଆମ୍ବ ମଧ୍ୟ ଝଡ଼ି ନଷ୍ଟ ହୋଇଯାଇଛି। ତେବେ ଅମଳ ପୂର୍ବରୁ ଫସଲ ଉପରେ ଏପରି କରାମାଡ଼ ଚାଷୀଙ୍କ ଚିନ୍ତାକୁ ବଢ଼ାଇ ଦେଇଛି।
ଅନ୍ୟପଟେ ଝଡ଼ବର୍ଷାର ପ୍ରଭାବ ମଧ୍ୟ କମ୍‌ ନ ଥିଲା। ପ୍ରବଳ ବେଗରେ ପବନ ବହିବାରୁ ବିଭିନ୍ନ ସ୍ଥାନରେ ଗଛଡ଼ାଳ ଭାଙ୍ଗି ପଡ଼ିଥିଲା। ଏଭଳି ଗଛଡ଼ାଳ ଭାଙ୍ଗି ପଡ଼ିବାରୁ ୬ନମ୍ବର ଜାତୀୟ ରାଜପଥ ବରଗଡ଼ ସହର ଉପକଣ୍ଠ କଲାପାଣି ନିକଟରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସେହିପରି ବରଗଡ଼ ସହରର ଗଳିକନ୍ଦି ଜଳାର୍ଣ୍ଣବ ହୋଇ ପଡ଼ିଥିଲା। ବିଦ୍ୟୁତ ସରବରାହ ମଧ୍ୟ ଦୀର୍ଘ ସମୟ ଧରି ବ୍ୟାହତ ହୋଇପଡ଼ିଥିଲା। ତେବେ ମେଘୁଆ ପାଗ ଲାଗି ରହିଥିବାରୁ ପୁଣି ବର୍ଷା ଆଶଙ୍କା ରହିଥିବାବେଳେ ଏଭଳି ପାଗ ବର୍ତ୍ତମାନ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri