ଉପରମୁଣ୍ଡରେ ପ୍ରବଳ ବର୍ଷା: ବଢୁଛି ବୁଢ଼ାବଳଙ୍ଗ ଜଳସ୍ତର, ବନ୍ୟା ସ୍ଥିତିକୁ…

ବୈଶିଙ୍ଗା,୨୬ା୭(ରତନ ଦାଶ): ମୟୂରଭଞ୍ଜ ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ସହିତ ବୈଶିଙ୍ଗା ଥାନା ଅର୍ନ୍ତଗତ ପାଟଳିପୁରା ପଞ୍ଚାୟତରେ ବୁଢ଼ାବଳଙ୍ଗ ଜଳସ୍ତର ବଢ଼ିଛି। ବନ୍ୟା ପରିସ୍ଥିତିକୁ ଆକଳନ କରି ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଗ୍ରାମବାସୀଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି। ମାତ୍ର ବୈଶିଙ୍ଗା ବଡ଼ସାହି ମୁଖ୍ୟ ରାସ୍ତାର ନାଖରା ପୋଲ ତଳ ପାଶର୍‌ବରେ ଗତ ବନ୍ୟା ସମୟରେ ଅତଡ଼ା ଖସି ସୃଷ୍ଟି ହୋଇଥିବା ଘାଇ ନିକଟରେ ନଦୀଜଳ ପ୍ରବାହିତ ହେଉଥିବାରୁ ଚିନ୍ତାରେ ଅଛନ୍ତି ଅଞ୍ଚଳବାସୀ। ଏଥିପାଇଁ ଗତବର୍ଷ ପାଟଳିପୁରା , ଦାରିହା, କାଠପାଳ, ସିଙ୍ଗଲାମୁଣ୍ଡଳି, ଶାଳଗାଁ, ଦେବସ୍ଥଳୀ, ଡେଁଫଉଦା, ଖଣ୍ଡଦେଉଳା ଆଦି ତଳିଆ ଅଞ୍ଚଳର ଗ୍ରାମବାସୀ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ସମ୍ଭାବ୍ୟ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଶନିବାର ଅପରାହ୍ନରେ ଜିଲାପାଳ ହେମକାନ୍ତ ସଏ, ଏସ୍‌ପି ବରୁଣ ଗୁଣ୍ଠୁପାଲି, ବୈଶିଙ୍ଗା ଥାନାଧିକାରୀ ବାରିଣୀ ଦାସଙ୍କ ସହିତ ଜରୁରୀକାଳିନ ଅଧିକାରୀମାନେ ନାଖରା ସେତୁ ନିକଟରେ ସ୍ଥିତି ଅନୁଧ୍ୟାନ କରିବା ସହିତ ସତର୍କ ରହିବା ପାଇଁ ସ୍ଥାନୀୟ ପାଟଳିପୁରା ସରପଞ୍ଚ ମମତା ନାଏକ, ରାଜସ୍ବ ନିରୀକ୍ଷକ, ବେତନଟୀ ଓ ବଡ଼ସାହି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିବାର ସୂଚନା ମିଳିଛି।
ତେବେ ମାଟି ଅତଡ଼ା ଖସି ସେତୁ ପ୍ରତି ବିପଦ ଥିବା ନେଇ ସରପଞ୍ଚ ମମତା ନାଏକଙ୍କୁ ପଚାରିବାରୁ ସ୍ଥିତି ସେତେବେଶି ବିପଦଜନକ ନୁହେଁ ବରଂ ପାଣି କମିଯିବା ପରେ ବାଉଁଶରେ ଫ୍ରେମ୍‌ ଲଗାଇ ବାଲିବସ୍ତା ଦିଆଗଲେ ଏହା ଅଧିକ ସୁରକ୍ଷିତ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ବେତନଟୀ ଆର୍‌ ଆଣ୍ଡ ବିର ଉପଖଣ୍ଡ ଅଧିକାରୀ (ଏସ୍‌ଡିଓ) ଅରବିନ୍ଦ ମହାନ୍ତିଙ୍କୁ ପଚାରିବାରୁ ସେ ମଧ୍ୟ ସେତୁ ପ୍ରତି ବିପଦ ନ ଥିବା କହିଛନ୍ତି। ତେବେ ନଦୀର ଉଭୟ ପାଖ ଆଡ଼ିବନ୍ଧ ସୁରକ୍ଷା ପ୍ରକୃତ ପକ୍ଷେ ଜଳସେଚନ ବିଭାଗର ଦାୟିତ୍ୱ ହୋଇଥିବା ବେଳେ ତାଙ୍କ ବିଭାଗ ପକ୍ଷରୁ ଜରୁରୀକାଳିନ ପଦକ୍ଷେପ ନିଆଯାଇ ମାଟି ଧସିଥିବା ସ୍ଥାନରେ ବାଲିବସ୍ତା ଦିଆଯାଉଥିବା ଉପଖଣ୍ଡ ଅଧିକାରୀ ଜଣାଇଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri