ଉପରମୁଣ୍ଡରେ ପ୍ରବଳ ବର୍ଷା: ବଢୁଛି ବୁଢ଼ାବଳଙ୍ଗ ଜଳସ୍ତର, ବନ୍ୟା ସ୍ଥିତିକୁ…

ବୈଶିଙ୍ଗା,୨୬ା୭(ରତନ ଦାଶ): ମୟୂରଭଞ୍ଜ ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ସହିତ ବୈଶିଙ୍ଗା ଥାନା ଅର୍ନ୍ତଗତ ପାଟଳିପୁରା ପଞ୍ଚାୟତରେ ବୁଢ଼ାବଳଙ୍ଗ ଜଳସ୍ତର ବଢ଼ିଛି। ବନ୍ୟା ପରିସ୍ଥିତିକୁ ଆକଳନ କରି ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଗ୍ରାମବାସୀଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି। ମାତ୍ର ବୈଶିଙ୍ଗା ବଡ଼ସାହି ମୁଖ୍ୟ ରାସ୍ତାର ନାଖରା ପୋଲ ତଳ ପାଶର୍‌ବରେ ଗତ ବନ୍ୟା ସମୟରେ ଅତଡ଼ା ଖସି ସୃଷ୍ଟି ହୋଇଥିବା ଘାଇ ନିକଟରେ ନଦୀଜଳ ପ୍ରବାହିତ ହେଉଥିବାରୁ ଚିନ୍ତାରେ ଅଛନ୍ତି ଅଞ୍ଚଳବାସୀ। ଏଥିପାଇଁ ଗତବର୍ଷ ପାଟଳିପୁରା , ଦାରିହା, କାଠପାଳ, ସିଙ୍ଗଲାମୁଣ୍ଡଳି, ଶାଳଗାଁ, ଦେବସ୍ଥଳୀ, ଡେଁଫଉଦା, ଖଣ୍ଡଦେଉଳା ଆଦି ତଳିଆ ଅଞ୍ଚଳର ଗ୍ରାମବାସୀ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ସମ୍ଭାବ୍ୟ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଶନିବାର ଅପରାହ୍ନରେ ଜିଲାପାଳ ହେମକାନ୍ତ ସଏ, ଏସ୍‌ପି ବରୁଣ ଗୁଣ୍ଠୁପାଲି, ବୈଶିଙ୍ଗା ଥାନାଧିକାରୀ ବାରିଣୀ ଦାସଙ୍କ ସହିତ ଜରୁରୀକାଳିନ ଅଧିକାରୀମାନେ ନାଖରା ସେତୁ ନିକଟରେ ସ୍ଥିତି ଅନୁଧ୍ୟାନ କରିବା ସହିତ ସତର୍କ ରହିବା ପାଇଁ ସ୍ଥାନୀୟ ପାଟଳିପୁରା ସରପଞ୍ଚ ମମତା ନାଏକ, ରାଜସ୍ବ ନିରୀକ୍ଷକ, ବେତନଟୀ ଓ ବଡ଼ସାହି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିବାର ସୂଚନା ମିଳିଛି।
ତେବେ ମାଟି ଅତଡ଼ା ଖସି ସେତୁ ପ୍ରତି ବିପଦ ଥିବା ନେଇ ସରପଞ୍ଚ ମମତା ନାଏକଙ୍କୁ ପଚାରିବାରୁ ସ୍ଥିତି ସେତେବେଶି ବିପଦଜନକ ନୁହେଁ ବରଂ ପାଣି କମିଯିବା ପରେ ବାଉଁଶରେ ଫ୍ରେମ୍‌ ଲଗାଇ ବାଲିବସ୍ତା ଦିଆଗଲେ ଏହା ଅଧିକ ସୁରକ୍ଷିତ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ବେତନଟୀ ଆର୍‌ ଆଣ୍ଡ ବିର ଉପଖଣ୍ଡ ଅଧିକାରୀ (ଏସ୍‌ଡିଓ) ଅରବିନ୍ଦ ମହାନ୍ତିଙ୍କୁ ପଚାରିବାରୁ ସେ ମଧ୍ୟ ସେତୁ ପ୍ରତି ବିପଦ ନ ଥିବା କହିଛନ୍ତି। ତେବେ ନଦୀର ଉଭୟ ପାଖ ଆଡ଼ିବନ୍ଧ ସୁରକ୍ଷା ପ୍ରକୃତ ପକ୍ଷେ ଜଳସେଚନ ବିଭାଗର ଦାୟିତ୍ୱ ହୋଇଥିବା ବେଳେ ତାଙ୍କ ବିଭାଗ ପକ୍ଷରୁ ଜରୁରୀକାଳିନ ପଦକ୍ଷେପ ନିଆଯାଇ ମାଟି ଧସିଥିବା ସ୍ଥାନରେ ବାଲିବସ୍ତା ଦିଆଯାଉଥିବା ଉପଖଣ୍ଡ ଅଧିକାରୀ ଜଣାଇଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri