ଲଗାଣ ଝଡ଼ବର୍ଷା: ରାସ୍ତାରେ ଉପୁଡ଼ିପଡ଼ିଲା ବିରାଟ ଗଛ, ଜନଗହଳି ରାସ୍ତା ଏବେ…

ପଟ୍ଟାଙ୍ଗି,୨ା୭(ଶରତ କୁମାର ଧଳ): କୋରାପୁଟ ଜିଲା ତଥା ଆନ୍ଧ୍ର ରାଜ୍ୟ ସୀମାନ୍ତ ପଟ୍ଟାଙ୍ଗି ବ୍ଲକରେ ଲଗାଣ ବର୍ଷା ଯୋଗୁ ଜନସାଧାରଣ ଅତିଷ୍ଠ ହୋଇପଡ଼ିଛନ୍ତି। ଲଗାଣ ଝଡ଼ବର୍ଷାରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ରାସ୍ତାରେ ପଡ଼ିଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ରାସ୍ତାରେ ଗଛକୁ ହଟାଇବା ପରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି।

ସୂଚନାନୁଯାୟୀ, ଗତ ୧୦ ଦିନଧରି ଲଗାତର ବର୍ଷା ହେଉଥିବା ବେଳେ ବ୍ଲକ ସଦରମହକୁମାରୁ ଆରମ୍ଭ କରି ବିଭିନ୍ନ ପଞ୍ଚାୟତ ସଦରମହକୁମାରେ ଜନଗହଳି ସ୍ଥାନ ଏବେ ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇପଡ଼ିଛି। ସେପଟେ ଲଗାଣ ବର୍ଷା ଯୋଗୁ ଚାଷଜମିରେ ବର୍ଷା ପାଣି ଜମି ରହିଥିବା ସହ ବର୍ଷାଟିଆ ଧାନ ତଳିଗୁଡ଼ିକ ବର୍ଷାପାଣିରେ ଜମିରେ ବୁଡ଼ି ରହିଛି।

ଅନ୍ୟପକ୍ଷରେ ଜମିରେ ଲାଗିଥିବା ପନିପରିବା ଯଥା ବାଇଗଣ, ଧନିଆପତ୍ର, ଫୁଲକୋବି , ମୂଳା, ଟମାଟୋ ଆଦି ପନିପରିବା ବର୍ଷା ପ୍ରଭାବ ଯୋଗୁ ନଷ୍ଟ ହୋଇପଡ଼ିଛି । ଯାହାକୁ ନେଇ ଚାଷୀ ଚିନ୍ତିତ ମଧ୍ୟରେ ରହିଥିବା ବେଳେ ଲଗାଣ ବର୍ଷା ଯୋଗୁ ବଜାରକୁ ଆସୁଥିବା ପନିପରିବା ଉଚ୍ଚ ଦରରେ ବିକ୍ରି ହେଉଛି। ଯେଉଁଥିପାଇଁ ଖାଉଟିଙ୍କ ଉପରେ ଚଡ଼କ ପଡ଼ିଛି।

ସେହିପରି ବ୍ଲକରେ ଲାଗି ରହିଥିବା ବର୍ଷା ପ୍ରଭାବରେ ୨୬ ନଂ ଜାତୀୟ ରାଜପଥ ଯଥା ସିପାଇପୁଟ ଛକରେ ବିଳମ୍ବିତ ରାତିରେ ଏକ କୃଷ୍ଣଚୂଡ଼ା ଗଛ ପଡ଼ି ଦୀର୍ଘ ସମୟ ଧରି ରାଜପଥ ଅବରୋଧ ହୋଇ ରହିଥିବା ବେଳେ ଥାନାଧିକାରୀ ଚତୁର୍ଭୁଜ ନାୟକଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ପଡ଼ିରହିଥିବା ଗଛକୁ ହଟାଇ ରାଜପଥରେ ଗାଡ଼ି ଚଳାଚଳ ସ୍ବାଭାବିକ କରିବା ସହ ବ୍ଲକ ସଦରମହକୁମାରୁ କୋଟିଆ ପଞ୍ଚାୟତର ନେରିଡିବାଲସା ଗ୍ରାମକୁ ସଂଯୋଗ କରିଥିବା ବ୍ରିଟିଶ ରାସ୍ତା ଏବଂ ଉପରସାହିରୁ ଟେଲିକମ ଛକକୁ ସଂଯୋଗ କରିଥିବା ରାସ୍ତା ପାର୍ଶରେ ଥିବା ଶିବ ମନ୍ଦିର ନିକଟରେ ପଡ଼ିଥିବା ପ୍ରମୁଖ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ସ୍ଥାନରେ ପହଞ୍ଚି ଗଛ ହଟାଇ ରାସ୍ତା ସଫା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri