ନୂଆପଡ଼ା,୨୬ା୯ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଦୁଇଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏଥିଯୋଗୁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ଗ୍ରାମାଞ୍ଚଳ ରାସ୍ତା ପାର୍ଶ୍ୱରେ ଡ୍ରେନ୍ ସୁବିଧା ନ ଥିବାରୁ ବର୍ଷା ପାଣି ନିଷ୍କାସିତ ହୋଇ ନ ପାରି ଘର ଭିତରେ ପ୍ରବେଶ କରିଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି କୋମନା ବ୍ଲକ ଅନ୍ତର୍ଗତ ତରବୋଡ ଗାଁ କଲୋନିପଡାରେ। ପଡ଼ାରେ ରହୁଥିବା ଭିନ୍ନକ୍ଷମ ପ୍ରଫୁଲ୍ଲ ରଣାଙ୍କ ଘର ଭିତରେ ପାଣି ପଶିଥିବାରୁ ପରିବାର ଅସହାୟ ହୋଇପଡିଛନ୍ତି। ପ୍ରଫୁଲ୍ଲ ଗାଁ ଲୋକଙ୍କ ସାହାଯ୍ୟ ମାଗିବା ପରେ ସେମାନେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ। ସରପଞ୍ଚ ସମସ୍ତ ବିଷୟ ଶୁଣିବା ପରେ ପଞ୍ଚାୟତରେ କୌଣସି ଫଣ୍ଡ ନାହିଁ। ବର୍ଷା ଛାଡିବା ପରେ ଏମ୍ଜିଏନ୍ଆର୍ଇଜିଏସ୍ରେ ରାସ୍ତାରେ ମାଟି ମୋରମ କାମ କରାଯିବ ବୋଲି ସରପଞ୍ଚ କହିଥିଲେ। ଗାଁର ସବୁ ପଡାର ରାସ୍ତାରେ ଡ୍ରେନ୍ ବ୍ୟବସ୍ଥା କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।


