ପ୍ରବଳ ବର୍ଷା: ମାଲକାନଗିରି ଜଳବନ୍ଦୀ

ମାଲକାନଗିରି,୨୭।୭ (ଦୁର୍ଯ୍ୟୋଧନ ପାତ୍ର)/ ପୋଟେରୁ(ସୌରଭ ମଣ୍ଡଳ)/କାଲିମେଳା/ଜୀବନ ଦାସ/କୁଡୁମୁଲୁଗୁମ୍ମା,(ସୁଜିତ ପଟ୍ଟନାୟକ)/ବାଲିମେଳା (ଶିବଦତ୍ତ ସାହୁ)
କମାଲକାନଗିରି ଜିଲାରେ ମଙ୍ଗଳବାରଠାରୁ ପୁଣି ପ୍ରବଳ ବର୍ଷା ଆରମ୍ଭ ହୋଇଛି। ଫଳରେ ଜିଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ପ୍ରବଳ ବର୍ଷା ଯୋଗୁ ୩୨୬ ନମ୍ବର ଜାତୀୟ ରାଜପଥ କାଙ୍ଗୁରୁକୋଣ୍ଡା, ଏମ୍‌ଭି ୯୬ ପୋଲ ଉପରେ ୩ ଫୁଟ ଉଚ୍ଚରେ ପାଣି ଚାଲିଛି। ଫଳରେ ମୋଟୁ କାଲିମେଳା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ସହ ଜିଲା ଏକ ପ୍ରକାର ଜଳବନ୍ଦୀ ହୋଇଛି।
ଏଥିଯୋଗୁ ବିଭିନ୍ନ ନଦୀ ନାଳରେ ପ୍ରବଳ ପାଣି ହେବାରୁ ଖଇରପୁଟ ବ୍ଲକ ମୁଦୁଲିଗୁଡ଼ା ଗ୍ରାମରେ ଜଣେ ଯୁବକଙ୍କର ନାଳରେ ବୁଡ଼ି ମୃତ୍ୟୁ ଘଟିଛି। ମୃତକ ହେଲେ ମୁଦୁଲିଗୁଡ଼ା ଗ୍ରାମର ଘେନୁ ଚାଲାଣ (୪୨)। ମଙ୍ଗଳବାର ସେ ଜମିକୁ ଚାଷ କରିବାକୁ ଯାଇଥିଲେ। ସନ୍ଧ୍ୟାରେ କାମ ସାରି ଘରକୁ ଫେରୁଥିବା ସମୟରେ ଲଗାଣ ବର୍ଷା ଯୋଗୁ ଘେନୁ ଆସୁଥିବା ବାଟରେ ଗୋଟିଏ ନାଳରେ ପାଣି ଭର୍ତ୍ତି ହୋଇଥିଲା। ସେହି ନାଳକୁ ଡେଇଁବାକୁ ଚେଷ୍ଟା କରିବା ସମୟରେ ଗୋଡ଼ ଖସିଯିବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ସେହିପରି ପ୍ରବଳ ପାଣି ଯୋଗୁ ପୋଲର ଉଭୟ ପାର୍ଶ୍ୱରେ ଅନେକ ଗାଡି ମୋଟର ଅଟକି ରହିଛି। କାଲିମେଳା ବ୍ଲକ ସହ ପଡିଆ ବ୍ଲକ୍‌କୁ ସଂଯୋଗ କରୁଥିବା ଉଣ୍ଡ୍ରୁକୋଣ୍ଡା କନ୍ୟାଶ୍ରମ ପୋଲ ଉପରେ ମଧ୍ୟ ୩ ଫୁଟ ଉଚ୍ଚର ପାଣି ଲହଡି ମାରୁଛି। ଫଳରେ କାଲିମେଳା ବ୍ଲକ ସହ ପଡିଆ ବ୍ଲକ କନ୍ୟାଶ୍ରମ, ଉଣ୍ଡୁରୁକୋଣ୍ଡା, ଗଠନପାଲ୍ଲୀ, ଏମ୍‌ଭି ୫୮, ବାପନପାଲ୍ଲୀ ସହ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ପୋଟେରୁ ଏମ୍‌ଭି ୩୭ ପୋଲକୁ ମଧ୍ୟ ପାଣି ଲାଗି ଗଲାଣି। ପାଣିରେ ବୁଡ଼ିଥିବା ପୋଲ ନିକଟରେ ପୋଲିସ ପହରା ଦେଇ କୌଣସି ଗାଡି ମୋଟର ନ ଯିବା ପାଇଁ ଦୃଷ୍ଟି ରଖିଛି।
ମାଲକାନଗିରି ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୩୫୪.୮ ମି.ମି. ବର୍ଷା ହୋଇଥିବା ବେଳେ ହାରାହାରି ୫୦.୬୯ ମି.ମି. ହୋଇଛି। ମାଲକାନଗିରି ବ୍ଲକରେ ୮୦.୪ ମି.ମି., ମାଥିଲିରେ ୧୮.୦ ମି.ମି. , ଖଇରପୁଟରେ ୩୦.୦ ମି.ମି., ଚିତ୍ରକୋଣ୍ଡାରେ ୫୫.୦ ମି.ମି., କୋରୁକୋଣ୍ଡାରେ ୪୭.୦ ମି.ମି., କାଲିମେଳାରେ ୮୦.୦ ମି.ମି. ଓ ପଡିଆରେ ୪୪.୦ ମି.ମି. ବର୍ଷା ହୋଇଥିବା ଜିଲା ଜରୁରିକାଳୀନ ବିଭାଗ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମରଣାନ୍ତକ ଆକ୍ରମଣ କରି ଫସିଲେ, ମାସେ ପରେ ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri