ବାଖମୁଟ୍‌ରେ ଜୋରଦାର ଲଢ଼େଇ

କିଭ୍‌/ମସ୍କୋ, ୧୩। ୩: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ଗୋଟିଏ ବର୍ଷ ବିତିଯାଇଛି। ଦୁଇ ଦେଶ ମଧ୍ୟରେ ଘମାଘୋଟ୍‌ ଲଢ଼େଇ ଅଦ୍ୟାବଧି ଜାରି ରହିଛି। ୟୁକ୍ରେନ୍‌ର ପୂର୍ବାଞ୍ଚଳରେ ଅବସ୍ଥିତ ବାଖମୁଟ୍‌ ସହରକୁ ନେଇ ରୁଷିଆ ଏବଂ ୟୁକ୍ରେନ୍‌ ସୈନ୍ୟଙ୍କ ମଧ୍ୟରେ ଗତ କିଛିମାସ ଧରି ଜୋର୍‌ଦାର୍‌ ସଂଘର୍ଷ ଲାଗିରହିଛି। ଦୁଇ ଦେଶର ସେନା ମୁହାଁମୁହିଁ ସ୍ଥିତିରେ ଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନୀୟ ସୈନ୍ୟ ୫୦୦ରୁ ଊର୍ଦ୍ଧ୍ୱ ରୁଷୀୟ ସୈନ୍ୟଙ୍କୁ ମୃତାହତ କରିଥିବା ଶନିବାର ଦାବି କରିଛି। ରୁଷିଆର ମୋଟ ୨୨୧ ସୈନ୍ୟ ପ୍ରାଣ ହରାଇଥିବାବେଳେ ୩୦୦ ଆହତ ହୋଇଛନ୍ତି। ସେହିପରି ୟୁକ୍ରେନ୍‌ର ୨୧୦ ସୈନ୍ୟ ନିହତ ହୋଇଥିବା ରୁଷିଆ କହିଛି।

ଡୋବାସ ରିଜିଅନ୍‌ରେ ଥିବା ବାଖମୁଟ୍‌କୁ ଦଖଲ ଉଦ୍ଦେଶ୍ୟରେ କିଛିମାସ ଧରି ରୁଷିଆ ସେନା ପକ୍ଷରୁ ଲଗାତର ଆକ୍ରମଣ ଜାରି ଥିବା ୟୁକ୍ରେନ୍‌ ମିଲିଟାରି ମୁଖପାତ୍ର ସେର୍‌ହି ଚେରେଭାଟି କହିଛନ୍ତି। ୨୪ ଘଣ୍ଟା ମଧ୍ୟରେ ରୁଷିଆ ପକ୍ଷରୁ ମୋଟ ୧୬ଟି ଆଟାକ୍‌ କରାଯାଇଥିବାବେଳେ ବାଖମୁତକୁ ନେଇ ମୋଟ ୨୩ ଥର ସଂଘର୍ଷ ହୋଇଛି। ରୁଷିଆକୁ ବାଖମୁଟ୍‌ ଦଖଲ କରିବାକୁ ଦିଆଯିବ ନାହିଁ। ଏ ନେଇ କିଭ୍‌ ପକ୍ଷରୁ ସଂଗ୍ରାମ ଜାରି ରହିବାକୁ ଥିବାବେଳେ ରୁଷିଆର ସବୁଠାରୁ ଦକ୍ଷ ସେନା ୟୁନିଟ୍‌କୁ ୟୁକ୍ରେନ୍‌ ସୈନ୍ୟ ନୟାନ୍ତ କରିଦେଇଥିବା ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ପକ୍ଷରୁ କୁହାଯାଇଛି।

ମିଲିଟାରି ଗୋଇନ୍ଦା ସୂଚନା ଅନୁସାରେ ରୁଷିଆର ଓ୍ବାଗନର ମର୍ସନାରି ଗ୍ରୁପ୍‌ ବାଖମୁତର ପୂର୍ବାଞ୍ଚଳରେ ଥିବା ସ୍ଥାନଗୁଡ଼ିକୁ ଦଖଲ କରିଛି। ତେବେ ବାଖମୁଟ୍‌ ଦଖଲ ଦ୍ୱାରା ସମ୍ପୂର୍ଣ୍ଣ ଡୋନ୍‌ବାସକୁ ନିୟନ୍ତ୍ରଣକୁ ଅଣାଯାଇ ପାରିବ ବୋଲି ମସ୍କୋ କହିଛି। ବାଖମୁଟ୍‌କା ନଦୀର ପଶ୍ଚିମ ପାର୍ଶ୍ୱରେ ସହରର କେନ୍ଦ୍ରସ୍ଥଳ ଅବସ୍ଥିତ ହୋଇଥିବାବେଳେ ଏହାଠାରୁ ମାତ୍ର ୧.୨ କି.ମି. ଦୂରରେ ରୁଷୀୟ ସେନା ଥିବା ଓ୍ବାଗନର ମର୍ସନାରି ଗ୍ରୁପ୍‌ର ପ୍ରତିଷ୍ଠାତା ୟେଭଗେନି ପ୍ରିଗୋଝିନ ଦାବି କରିଛନ୍ତି। ନଦୀର ଜଳ ଖୋଲା ସ୍ଥାନରେ ପ୍ରବାହିତ ହେଉଥିବା କାରଣରୁ ଏହା ରୁଷୀୟ ସୈନ୍ୟଙ୍କ ପାଇଁ ମରଣଜନ୍ତା ପାଲଟିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri