ପ୍ରଚାରରେ କମ୍ପୁଛି ପୌରାଞ୍ଚଳ

ଢେଙ୍କାନାଳ ଅଫିସ, ୨୧।୩: ଢେଙ୍କାନାଳ ପୌର ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାରରେ କମ୍ପୁଛି ମଇଦାନ। ବିଜେଡି ପକ୍ଷରୁ ପ୍ରଚାର ମଙ୍ଗ ଧରିଛନ୍ତି ବିଧାୟକ ସୁଧୀର କୁମାର ସାମଲ। ରବିବାର ସକାଳେ ପର୍ଯ୍ୟାୟକ୍ରମେ ୮ନଂ., ୧୩ନଂ., ୧୪ନଂ. ଏବଂ ଅପରାହ୍ନରେ ୧୧ନଂ., ୧୨ନଂ. ଏବଂ ୧୫ନଂ. ଓ୍ବାର୍ଡରେ ମାରାଥନ୍‌ ପ୍ରଚାର କରାଯାଇଛି। ବିଜେଡି ନେତୃବୃନ୍ଦ ଘରକୁ ଘର ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।
୮ନଂ. ୱାର୍ଡ ଗଜମରାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବାଞ୍ଛକୁସୁମ, ମହିଷାପାଟ ଅଞ୍ଚଳ ପରିକ୍ରମା କରିଥିଲା। ନଗରପାଳ ପ୍ରାର୍ଥତ୍ନୀ ଅନିମା ନାୟକ, କାଉନ୍‌ସିଲର ପ୍ରାର୍ଥୀ ରଶ୍ମିରଞ୍ଜନ ରାଉତଙ୍କ ପାଇଁ ବିଧାୟକ, ଏମ୍‌ପି ମହେଶ ସାହୁ, ସାମାଜିକ କର୍ମୀ ଗଙ୍ଗାଧର ସାମଲ, ଦୀପକ ମିଶ୍ର, ପୂର୍ବତନ ନଗରପାଳ ସୁଧାଂଶୁ ଦଳେଇ ପ୍ରମୁଖ ଭୋଟ ଭିକ୍ଷା କରିଥିଲେ। ସେହିପରି ୧୩ନଂ. ଓ୍ବାର୍ଡ କାଉନ୍‌ସିଲର ପ୍ରାର୍ଥୀ ସାଗିର ମହମ୍ମଦ, ୧୪ନଂ. ୱାର୍ଡ କାଉନ୍‌ସିଲର ପ୍ରାର୍ଥୀ ରୁଦ୍ରାନ୍ତ ଦଳେଇଙ୍କ ଲାଗି ଦଳୀୟ କର୍ମକର୍ତ୍ତାମାନେ ପ୍ରଚାର କରିଥିଲେ। ଶୋଭାଯାତ୍ରାରେ ଘୋଡ଼ା, ଶଙ୍ଖୁଆ ନୃତ୍ୟଦଳ ସାମିଲ ହୋଇଥିଲେ। ସେହିପରି ଅପରାହ୍ନରେ ୧୧ନଂ., ୱାର୍ଡ କାଉନ୍‌ସିଲର ପ୍ରାର୍ଥୀ ରତ୍ନପ୍ରଭା ସାହୁ, ୧୨ନଂ. ଓ୍ବାର୍ଡର କାଉନ୍‌ସିଲର ପ୍ରାର୍ଥୀ ଶୁଭଲକ୍ଷ୍ମୀ ସାହୁ ଏବଂ ୧୫ନଂ. ଓ୍ବାର୍ଡର କାଉନ୍‌ସିଲର ପ୍ରାର୍ଥୀ ବିମଳ ନାୟକଙ୍କୁ ଜିତାଇବା ପାଇଁ ବିଧାୟକ ଭୋଟରଙ୍କୁ ନିବେଦନ କରିଥିଲେ। ଜିଲା ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର, ଜିଲା ମହିଳା ବିଜେଡି ସଭାନେତ୍ରୀ ସାଗରିକା ମିଶ୍ର, ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ର, ଜିଲା ସାଧାରଣ ସମ୍ପାଦିକା ତିଳୋତ୍ତମା ଚୌଧୁରୀ, ରଞ୍ଜନ ନାୟକଙ୍କ ସମେତ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ।