ହିଟୱେଭ ଯୋଗୁ ଶୁଖୁଛି ବ୍ରିଟେନର ନଦୀ, ଉତ୍ତର ୟାର୍କଶାୟରରେ ଜଳାଶୟ ଶୁଖିଯିବାରୁ ସାମ୍ନାକୁ ଆସିଲା ମଧ୍ୟକାଳୀନ ଗାଁ

ଲଣ୍ଡନ,୩୦ ।୮: କ୍ଲାଇମେଟ ଚେଞ୍ଜ ବା ଜଳବାୟୁ ପରିବର୍ତ୍ତନ ଯୋଗୁ ଗତ ୫୦୦ ବର୍ଷ ମଧ୍ୟରେ ୟୁରୋପରେ ସବୁଠାର ଅଧିକ ଗରମ ଅନୁଭୁତ ହୋଇଛି । ଏଠାକାର ହିଟୱେଭ ଏବେ ସାଧାରଣ ଜୀବନ ଯାତ୍ରା ଉପରେ ଖୁବ ପ୍ରଭାବ ପକାଉଛି । ସବୁଠାରୁ ଅଧିକ ପ୍ରଭାବ ବ୍ରିଟେନରେ ଦେଖାଯାଇଛି । କାରଣ ଏଠାକାର ତାପମାତ୍ରା ସବୁଠାରୁ ଅଧିକ ରହିଛି । ସ୍ଥିତି ଏମିତି ହେଲାଣି ଯେ ବ୍ରିଟେନରେ ଅଧିକାଂଶ ନଦୀ ଶୁଖିଯାଇଥିବା ବେଳେ ଆଉ କିଛି ନଦୀ ଶୁଖିବାରେ ଲାଗିଛି । ଏଠାକାର କିଛି ସହରରେ ପାଣିର ସଙ୍କଟ ବି ଦେଖା ଦେଲାଣି ।
ଏସବୁ ଭିତରେ ଶୁଖିଯାଉଥିବା ନଦୀ ମଧ୍ୟରୁ ପୁରୁଣା ଇତିହାସ ବି ସାମ୍ନାକୁ ଆସିଛି । ଏମିତି ଇତିହାସ ଯାହା ଶହ ଶହ ବର୍ଷ ପୁରୁଣା ଓ ଏହା ନଦୀ ଗର୍ଭରେ ଲିନ ହୋଇ ଯାଇଥିଲା । ଏମିତି ଏକ ଘଟଣା ଏଠାକାର ଉତ୍ତର ୟାର୍କଶାୟରରେ ଦେଖିବାକୁ ମିଳିଛି । ଏଠାକାର ଏକ ନଦୀ ଶୁଖିଯିବା ଫଳରେ ଏକ ମଧ୍ୟକାଳିନ ଗାଁ ବାହାରକୁ ଆସିଛି ଯାହା ଶହ ଶହ ବର୍ଷ ଧରି ନଦୀ ଗର୍ଭରେ ବୁଡି ଯାଇଥିଲା । ପାଣି ଶୁଖିଯିବା ପରେ ପୁରୁଣା କାନ୍ଥ, ଗେଟ, ଗାଁର ପୁରୁଣା ଘର ସ୍ପଷ୍ଟ ନଜର ଆସିଛି । ଗବେଷକ ମାନେ କହିଛନ୍ତି ଏହିଠାରେ ପୂର୍ବରୁ ପ୍ରାୟ ୧,୨୫୦ ଲୋକଙ୍କ ଘର ଥିଲା ।

Share