ଜଟଣୀ,୯।୧:୧୬ ନମ୍ୱର ଜାତୀୟ ରାଜପଥ ଇନ୍ଫୋଭ୍ୟାଲି ଥାନା ଗଙ୍ଗପଡ଼ା ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସ୍କୁଟିରେ ଯାଉଥିବା ଜଣେ ମହିଳା ଭାରସାମ୍ୟ ହରାଇ ପଡିଯିବା ପରେ ଏକ ହାଇୱା ଚଢ଼ିଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ମୁତାବକ, ଜଣେ ମହିଳା ତାଙ୍କ ପୁଅଙ୍କୁ ଧରି ଏକ ସ୍କୁଟିରେ ଯାଉଥିଲେ। ହେଲେ ଗଙ୍ଗପଡ଼ା ନିକଟରେ ସ୍କୁଟିରୁ ଭାରସାମ୍ୟ ହରାଇ ମହିଳା ଜଣକ ତଳେ ପଡିଯାଇଥିଲେ। ସେତିକିବେଳେ ଏକ ହାଇୱା ଦ୍ରୁତ ଗତିରେ ଆସି ମହିଳାଙ୍କ ଉପରେ ଚଢି ଯାଇଥିଲା।
ଫଳରେ ପୁଅଙ୍କ ଆଖି ଆଗରେ ମା’ଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ହାଇୱା ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।


