ମର୍ମନ୍ତୁଦ ଦୁର୍ଘଟଣା: ପୁଅଙ୍କ ଆଖି ଆଗରେ ଚାଲିଗଲା ମା’ଙ୍କ ଜୀବନ

ଜଟଣୀ,୯।୧:୧୬ ନମ୍ୱର ଜାତୀୟ ରାଜପଥ ଇନ୍‌ଫୋଭ୍ୟାଲି ଥାନା ଗଙ୍ଗପଡ଼ା ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସ୍କୁଟିରେ ଯାଉଥିବା ଜଣେ ମହିଳା ଭାରସାମ୍ୟ ହରାଇ ପଡିଯିବା ପରେ ଏକ ହାଇୱା ଚଢ଼ିଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ମୁତାବକ, ଜଣେ ମହିଳା ତାଙ୍କ ପୁଅଙ୍କୁ ଧରି ଏକ ସ୍କୁଟିରେ ଯାଉଥିଲେ। ହେଲେ ଗଙ୍ଗପଡ଼ା ନିକଟରେ ସ୍କୁଟିରୁ ଭାରସାମ୍ୟ ହରାଇ ମହିଳା ଜଣକ ତଳେ ପଡିଯାଇଥିଲେ। ସେତିକିବେଳେ ଏକ ହାଇୱା ଦ୍ରୁତ ଗତିରେ ଆସି ମହିଳାଙ୍କ ଉପରେ ଚଢି ଯାଇଥିଲା।

ଫଳରେ ପୁଅଙ୍କ ଆଖି ଆଗରେ ମା’ଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ହାଇୱା ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁନିଗୁଡା ବ୍ଲକ କାର୍ଯ୍ୟାଳୟ ଗେଟ୍‌ ଆଗରେ: ପଡିଛି କର୍ମଚାରୀ ମୃତଦେହ, ହଠାତ୍‌ ଛାତିରେ ହେଲା ଯନ୍ତ୍ରଣା 

ମୁନିଗୁଡା,୧।୩(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡାରେ ଏକ ଅଭାବନୀୟ ଘଟଣା ଘଟିଛି। ମୁନିଗୁଡା ବ୍ଲକ କାର୍ଯ୍ୟାଳୟ ଗେଟ୍‌ ଆଗରେ ବ୍ଲକର ଜଣେ ଯୁବ କର୍ମଚାରୀଙ୍କ ମୃତଦେହ…

ପୁଣି ବନ୍ଧା ହେଲେ ଚର୍ଚ୍ଚିତ ପ୍ରେମିକ ଟୁଙ୍ଗୁରୁ ଭୋଳ, ଏଥର ଏମିତି କାମ କରି…

ଭୁବନେଶ୍ୱର,୧ା୩(ତ୍ରିନାଥ ମହାନ୍ତି): ପୁଣି ବନ୍ଧା ହୋଇଛନ୍ତି ବହୁ ଚର୍ଚ୍ଚିତ ପ୍ରେମିକ ତଥା ଆଲୋକ ଭୋଳ ଓରଫ ଟୁଙ୍ଗୁରୁ। ପୂର୍ବରୁ ଅନେକ ଥର ଚୋରି କରି ଜେଲ୍‌ ଯାଇଥିବା…

ବିସ୍ଫୋରକ କାରଖାନାରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ

ନାଗପୁର,୧।୩: ମହାରାଷ୍ଟ୍ରର ନାଗପୁର ଜିଲାରେ ରବିବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ନାଗପୁର ଜିଲାର କାଟୋଲ ତହସିଲରେ ଏକ ବିସ୍ଫୋରକ କାରଖାନାରେ ବିସ୍ଫୋରଣ ଘଟି ଅତି କମରେ…

ଝାଡ଼ଖଣ୍ଡକୁ ହେଉଥିଲା ଗଞ୍ଜେଇ ଚାଲାଣ, କାର୍‌ ଜବତ କରି ୨ ଜଣଙ୍କୁ ବାନ୍ଧିଲା ପୋଲିସ

ବରଗଡ଼,୧ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହେବା ନେଇ ବିଭିନ୍ନ ମହଲରେ ଅଭିଯୋଗ ହେବା ପରେ ପୋଲିସ ଏବେ ଆକ୍ସନ ମୋଡ଼ରେ ରହିଛି। ଜିଲାରେ…

ମୃତ୍ୟୁ ପୂର୍ବରୁ ଶେଷ ଭାଷଣ ଦେଇଥିଲେ ଖାମେନେଇ, ଜାଣନ୍ତୁ ଟ୍ରମ୍ପଙ୍କୁ ନେଇ କ’ଣ କହିଥିଲେ

ତେହେରାନ,୧।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ଆମେରିକା-ଇସ୍ରାଏଲ ଆକ୍ରମଣରେ ମୃତ୍ୟୁ ଘଟିଛି। ଇସ୍ରାଏଲ-ଆମେରିକୀୟ ଆକ୍ରମଣ ଇରାନରେ ଭୟର ବାତାବରଣ ସୃଷ୍ଟି କରିଛି। ଏହାକୁ ନେଇ…

ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ: ଚାଲିଗଲା ରୋଗୀଙ୍କ ଜୀବନ, ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା

ପାଟଣା,୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରବିବାର ମଧ୍ୟାହ୍ନରେ ରୋଗୀଙ୍କ ମୃତ୍ୟୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବା ନେଇ ନେଇ…

ନିଜେ ନିଜେ କାହିଁକି କୋର୍ଟ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ? ୭ ବର୍ଷ ପୁରୁଣା ମାମଲା ସହିତ ରହିଛି ସମ୍ପର୍କ

ହାଇଦ୍ରାବାଦ,୧।୩: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ହାଇଦ୍ରାବାଦର ନାମପାଲିରେ ଥିବା ସ୍ବତନ୍ତ୍ର ଲୋକ ପ୍ରତିନିଧି କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇଥିଲେ। ଏହି ହାଜର ୨୦୧୯…

ରକ୍ଷକ ହୋଇ ଭକ୍ଷକ ସାଜିଥିବା ପୂର୍ବତନ ବିଧାୟକ ଧର୍ମଶାଳାବାସୀଙ୍କୁ କ୍ଷମା ମାଗନ୍ତୁ, ଏପରି ଅଭିଯୋଗ ଆଣି…

ଧର୍ମଶାଳା,୧ା୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାରେ ପୂର୍ବ ସରକାର ସମୟରେ ଅନେକ ଦୁର୍ନୀତି ହୋଇଥିବା ବେଳେ ପୋଲିସ ପ୍ରଶାସନ, ଖଣି ଉପନିର୍ଦ୍ଦେଶକ ଏବଂ ତହସିଲ ପ୍ରଶାସନ ମିଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri