Categories: ଫୁରସତ

ବ୍ୟାଗ ଭିତରେ ହୃତପିଣ୍ଡ

୪୨ ବର୍ଷୀୟା ସଲଓ୍ବା ହୁସୈନ ଦୁଇ ସନ୍ତାନର ମା’ ଅଟନ୍ତି। ହସ ହସ ମୁହଁ ତାଙ୍କର ଦେଖିଲେ କେହି ହୁଏତ ବିଶ୍ୱାସ କରିବେନି ସେ କେତେ ବଡ଼ ରୋଗ ସହ ପ୍ରତିମୁହୂର୍ତ୍ତ ଲଢୁଛନ୍ତି। ସଲଓ୍ବାଙ୍କୁ କିଛି ବର୍ଷ ତଳେ ହୃଦ୍‌ଘାତ ହୋଇଥିଲା। ଏହାଦ୍ୱାରା ତାଙ୍କ ହୃତପିଣ୍ଡ କାମ କରିବା ବନ୍ଦ କରିଦେଇଥିଲା। ଯଦିଓ ଏହାର ଠିକ୍‌ ପୂର୍ବରୁ ସେ ନିଜେ ଗାଡି ଡ୍ରାଇଭ୍‌ କରି କିଛି ଦୂରରେ ଥିବା ଫ୍ୟାମିଲି ଡାକ୍ତରଙ୍କ ଘରକୁ ପହଞ୍ଚତ୍ ଯାଇଥିଲେ। କାରଣ ଘଟଣା ସମୟରେ ସେ ଘରେ ଏକୁଟିଆ ଥିଲେ। ଏହାପରେ ଡାକ୍ତର ତାଙ୍କୁ ହସ୍ପିଟାଲ ନେଇ ଚିକିତ୍ସା କରିଥିଲେ। ୪ ଦିନ ସେଠାରେ ଚିକିତ୍ସିତ ହେବା ପରେ ତାଙ୍କୁ ଅନ୍ୟ ଏକ ମେଡିକାଲ ରେଫର୍‌ କରାଗଲା। ସେଠାକାର ଡାକ୍ତର ତାଙ୍କର ଏକ ଅଜବ ଅପରେସନ୍‌ କଲେ। ତାଙ୍କ ଛାତିରେ ପାଓ୍ବାର ପ୍ଲାଷ୍ଟିକ ଚାମ୍ବର ଲଗାଇଦେଲେ। ଏଥିରେ ଦୁଇଟି ପାଇପ୍‌ ଯୋଡା ଗଲା; ଯାହା ଅମ୍ଳଜାନ ସପ୍ଲାଏ କଲା। ଆଉ ସଲଓ୍ବା ଏକ ବ୍ୟାଟେରି ଚାଳିତ ଡିଭାଇସ୍‌, ଯାହାକୁ ହୃତପିଣ୍ଡ କୁହାଯାଇପାରେ। ଏହାକୁ ବ୍ୟାଗରେ ନେଇ ଚାଲନ୍ତି। ଏହାର ଓଜନ ୬.୮ କି.ଗ୍ରା.। ଏହା ବିଜୁଳି ଅବା ବ୍ୟାଟେରିରେ ଚାଲିଥାଏ। ଏହି ମେଶିନ୍‌ ମାଧ୍ୟମରେ ପ୍ଲାଷ୍ଟିକ ଚାମ୍ବରକୁ ଅମ୍ଳଜାନ ଯୋଗାଯାଏ। ଯଦି ବ୍ୟାଟେରି ଖରାପ କିମ୍ବା ବନ୍ଦ ହୋଇଯାଏ ତେବେ ମାତ୍ର କିଛି ସେକେଣ୍ଡ ଭିତରେ ବଦଳାଯାଏ। ଏଭଳି ସ୍ଥିତି ଲାଗି ସଲଓ୍ବାଙ୍କ ସ୍ବାମୀ ତାଙ୍କ ସହ ସବୁବେଳେ ଥାଆନ୍ତି। ଡେଲିମେଲ୍‌ର ରିପୋର୍ଟ ମୁତାବକ ଏହି ଡିଭାଇସ୍‌ର ମୂଲ୍ୟ ପ୍ରାୟ ୮୫ ଲକ୍ଷ। ଏଭଳି କଠିନ ପରିସ୍ଥିତିରେ ବି ସଲଓ୍ବା ସବୁବେଳେ ହସୁଥାଆନ୍ତି। ସେ କହନ୍ତି, ଭଗବାନ ମତେ ଯେମିତି ଜୀବନ ଦେଇଛନ୍ତି, ସେଥିରେ ମୁଁ ଖୁସି ଅଛି।

Share