ସ୍ବାସ୍ଥ୍ୟୋପଯୋଗୀ ଡାଳିମ୍ବ: ନିୟନ୍ତ୍ରଣ କରେ ରକ୍ତଚାପ, ମାନସିକ ଚାପରୁ ଦିଏ ମୁକ୍ତି

ଡାଳିମ୍ବରେ ରକ୍ତଚାପକୁ ନିୟନ୍ତ୍ରଣ କରିବା, ମାନସିକ ଚାପରୁ ମୁକ୍ତି ଦେବା ତଥା ତ୍ୱଚାକୁ ସୁନ୍ଦର ରଖିବାର ବେଶ୍‌ ଚମତ୍କାରୀ ଗୁଣ ଭରି ରହିଥାଏ। ତା’ଛଡ଼ା ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଓ ଫ୍ଲାଭୋନାଏଡ୍‌ ନାମକ ତତ୍ତ୍ୱ ଥିବାରୁ, ଏହାକୁ ଖାଇଲେ ଗଣ୍ଠି ଫୁଲା ଜନିତ କଷ୍ଟରୁ କିଛିକାଂଶରେ ମୁକ୍ତି ମିଳିଥାଏ। ତେଣୁ ଯେଉଁ ବ୍ୟକ୍ତିମାନେ ଆଣ୍ଠୁଗଣ୍ଠି ବିନ୍ଧା ସମସ୍ୟାରେ ପିଡ଼ୀତ, ସେମାନେ ପ୍ରତିଦିନ ଗୋଟିଏ ଲେଖାଏଁ ଡାଳିମ୍ବର ଜୁସ୍‌ ବାହାର କରି ପିଇବା ସର୍ବୋତ୍ତମ। ସେହିପରି କୁହାଯାଏ, ନିୟମିତ ଡାଳିମ୍ବ ଜୁସ୍‌ ପିଇଲେ ଉଚ୍ଚରକ୍ତ ଚାପ ସମସ୍ୟା ସହ ଲଢିବା ଲାଗି ଶରୀରକୁ ଉପଯୁକ୍ତ ଶକ୍ତି ମିଳିଥାଏ। ଅନ୍ୟପକ୍ଷେ ଆଉ କିଛି ପରୀକ୍ଷଣରୁ ଜଣାଯାଇଛି ଯେ, ନିୟମିତ ଡାଳିମ୍ବ ଖାଇବା ଦ୍ୱାରା ପ୍ରୋଷ୍ଟେଟ୍‌, ବ୍ରେଷ୍ଟ, ଲଙ୍ଗ୍ସ ତଥା କୋଲନ୍‌ କ୍ୟାନସର୍‌ ହେବାର ଆଶଙ୍କା କେତେକାଂଶରେ କମିଯାଏ। ଏହାବାଦ୍‌ ଡାଳିମ୍ବରେ ଯେହେତୁ ଫାଇବର୍‌ ରହିଥାଏ, ତେଣୁ ଏହା ଶରୀରର ଓଜନ କମାଇବା, କୋଲେଷ୍ଟ୍ରାଲ୍‌କୁ ନିୟନ୍ତ୍ରଣରେ ରଖିବା ଏବଂ ଖାଦ୍ୟ ହଜମ କରାଇବାରେ ବି ବେଶ୍‌ ଉପକାରୀ ହୋଇଥାଏ। ଏହାଛଡ଼ା ଡାଳିମ୍ବ ଖାଇଲେ ଶରୀରରେ ଆଇରନ୍‌ର ମାତ୍ରା ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସ୍ମରଣଶକ୍ତି ବି ବଢିଥାଏ ବୋଲି ବିଶ୍ୱାସ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାଲେଣ୍ଟାଇନ୍‌ ଡେ’ରୁ ଏହି ରାଶିର ଆରମ୍ଭ ହେବ ଭଲ ଦିନ, ଖୋଲିବ ବନ୍ଦ ଭାଗ୍ୟର ତାଲା

ଫେବୃଆରୀ ମାସ ମିଥୁନ ରାଶି ପାଇଁ ବିଶେଷ ହୋଇପାରେ। ୧୩ ଫେବୃଆରୀ ପରେ, ମିଥୁନ ରାଶିର ଭାଗ୍ୟ ସେମାନଙ୍କ ପାଇଁ ଅନୁକୂଳ ହୋଇପାରେ। ରାଶିର ଅଧିଷ୍ଠାତ୍ରୀ ଦେବତା…

ବିନା ଖାଇବା-ପିଇବାରେ କେତେଦିନ ବଞ୍ଚିପାରିବ ମଣିଷ? ଜାଣନ୍ତୁ ହ୍ୟୁମାନ ବଡ଼ିର କାପାସିଟି…

ମଣିଷ ଶରୀର ଆଶ୍ଚର୍ଯ୍ୟଜନକ ଭାବରେ ସ୍ଥିର, କିନ୍ତୁ ଏହାର କିଛି ବାୟୋଲଜିକାଲ ସୀମା ମଧ୍ୟ ଅଛି। ଖାଦ୍ୟ ଏବଂ ପାଣି ବିନା ବଞ୍ଚିବା ଶରୀର ମସ୍ତିଷ୍କ, ହୃଦୟ…

ଶନି ଦେବଙ୍କ ବିରଳ ସଂଯୋଗ; ବରବାଦ ହେବେ ନା ଧନ ପାଇବେ ଏହି ୩ ରାଶି!

ଶୁକ୍ରବାର, ଫେବୃଆରୀ 6, 2026 ରେ, ବୁଧ ଏବଂ ଶନି ପରସ୍ପର ପ୍ରତି 30 ଡିଗ୍ରୀ କୋଣରେ ଅବସ୍ଥିତ ହେବେ। ଏହା ଦ୍ୱିଦ୍ୱାଦଶ ଯୋଗ ସୃଷ୍ଟି କରିବ।…

Baba Venga: ଡରାଉଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ; ୨୦୨୬ରେ ବଢିବ ନା ଶସ୍ତା ହେବ ସୁନା?

ପ୍ରସିଦ୍ଧ ବୁଲଗେରିଆନ୍ ଭବିଷ୍ୟବ୍ୟକ୍ତା ବାବା ଭେଙ୍ଗା, ଚଳିତ ବର୍ଷ ପାଇଁ ଅନେକ ଭୟଙ୍କର ଚେତାବନୀ ଦେଇଥିଲେ। ସେ ଭବିଷ୍ୟବାଣୀ କରିଥିଲେ ଯେ ବିଶ୍ୱ ଏକ ଗମ୍ଭୀର ଆର୍ଥିକ…

ଗୁରୁବାର ଅନେକ ଟଙ୍କା ରୋଜଗାର କରିବେ ଏହି ୩ ରାଶିର ବ୍ୟକ୍ତି! କ୍ୟାରିୟରରେ ମିଳିବ….

ଗୁରୁବାର ଦିନଟି ଅନେକ ରାଶି ପାଇଁ ଏକ ବିଶେଷ ଦିନ ହେବ । ତଥାପି, ତିନୋଟି ରାଶିର ବ୍ୟକ୍ତି, ଯେଉଁମାନେ ଏହି ଦିନ ବହୁତ ଲାଭବାନ ହେବେ।…

ଫେବୃଆରୀରେ ୧୫ଦିନ ଭିତରେ ଲାଗିବ ୨ଟା ଗ୍ରହଣ, ପଡିବ ଖରାପ ପ୍ରଭାବ?

ହିନ୍ଦୁ ଧର୍ମରେ, ସୂର୍ଯ୍ୟ ଏବଂ ଚନ୍ଦ୍ରଗ୍ରହଣ ଉଭୟକୁ ଅଶୁଭ ବୋଲି ବିବେଚନା କରାଯାଏ। ଫେବୃଆରୀ 2026ରେ ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟଗ୍ରହଣ ଦେଖାଯିବ। ଫେବୃଆରୀ 17, 2026ରେ ସୂର୍ଯ୍ୟପରାଗ…

ଝିଅମାନେ ସାବଧାନ: ସ୍ମାର୍ଟ ଚଷମାରେ ଆପଣଙ୍କର ସବୁ ରେକର୍ଡ କରିନେବେ, ଓଡ଼ିଶାରେ ପଡିଛନ୍ତି ଧରା

ନୂଆଦିଲ୍ଲୀ,୩।୨: ବଦଳୁଥିବା ସମୟ ସହିତ ଟେକ୍ନୋଲୋଜି ଯେତିକି ସୁବିଧା ଆଣୁଛି, ସେତିକି ବିପଦ ମଧ୍ୟ ବଢ଼ାଉଛି। ବର୍ତ୍ତମାନ ଆମେରିକା ଏବଂ ବ୍ରିଟେନ ଭଳି ଦେଶରେ ‘ସ୍ମାର୍ଟ ଚଷମା’…

ଘରେ ଲଗାଉଛନ୍ତି କି ନେମପ୍ଲେଟ୍‌ : ଜାଣନ୍ତୁ କଣ କହେ ବାସ୍ତୁ

ଘରକୁ ଚିହ୍ନାଇବାରେ ସାହାଯ୍ୟ କରିବା ସହିତ ନେମ୍‌ପ୍ଲେଟ୍‌ ଘରର ସୌନ୍ଦର୍ଯ୍ୟକୁ ବି ବଢାଇଥାଏ। ଘର ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ସମସ୍ତଙ୍କର ପ୍ରଥମ ନଜର ଏହା ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri