ସ୍ବାସ୍ଥ୍ୟବର୍ଦ୍ଧକ ଲେମ୍ବୁ

ବିଭିନ୍ନ ଫଳମୂଳ, ସବୁଜ ପନିପରିବାରେ ଖାଦ୍ୟସାର ଓ ଭିଟାମିନ ଭରି ରହିଛି। ଏଗୁଡିକୁ ଖାଇବା ଦ୍ୱାରା ମନୁଷ୍ୟ ସୁସ୍ଥ, ସତେଜ, ନୀରୋଗ ରହିଥାଏ। ଆମ ଦୈନନ୍ଦିିନ ଜୀବନରେ ଏମିତି କେତେକ ଫଳ ରହିଛି, ଯାହା କି ଆମ ସହ ଅତି ପରିଚିତ ଏବଂ ଅତି ଦରକାରୀ। ସେଥିମଧ୍ୟରୁ ଲେମ୍ବୁର ବ୍ୟବହାର ବହୁ ପ୍ରାଚୀନ। ବିଭିନ୍ନ ପୂଜା ଓ ଦେବ କାର୍ଯ୍ୟ, ନୂତନ ବାସ ଗୃହରେ ପ୍ରବେଶ ବେଳେ, ଯାନବାହନ ଆଦିର ପୂଜା ତଥା ଯେ କୌଣସି ଶୁଭ କାର୍ଯ୍ୟରେ ବ୍ୟବହାର ହୋଇଥାଏ। ଲେମ୍ବୁ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଅମୃତ ତୁଲ୍ୟ ଉପକାରରେ ଆସିଥାଏ। ଲେମ୍ଭୁରେ ‘ଭିଟାମିନ-ସି ଓ ଆଣ୍ଟିଅକ୍ସିଡାଣ୍ଟ ଯଥେଷ୍ଟ ପରିମାଣରେ ରହିଛି, ଯାହା ମନୁଷ୍ୟ ଶରୀର ପାଇଁ ଅତି ଉପକାରୀ। ଆମେ ପ୍ରତିଦିନ ଖାଦ୍ୟରେ ଲେମ୍ଭୁ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ତା’ ସହ ରକ୍ତହୀନତା ଦୂର କରିବା, ଜୀର୍ଣ୍ଣ ଶକ୍ତି ବୃଦ୍ଧି କରାଇବାରେ ଏହା ସହାୟକ ହୋଇଥାଏ। ଉଷୁମ ପାଣିରେ ଏକ ଫାଳ ଲେମ୍ବୁ ରସ ମିଶାଇ ପ୍ରତିଦିନ ସେବନ କଲେ ମୋଟାପଣ ହ୍ରାସରେ ସାହାଯ୍ୟ କରିଥାଏ। ଅନ୍ୟପକ୍ଷରେ ନିୟମିତ ଲେମ୍ବୁ ଖାଇଲେ ତାହା ହୃଦ୍‌ରୋଗ ଆଶଙ୍କାକୁ ଅନେକାଂଶରେ ଦୂର କରିଥାଏ। ତା’ ସହ କିଡ୍‌ନୀରେ ଷ୍ଟୋନ ସୃଷ୍ଟିକୁ ପ୍ରତିରୋଧ କରିବାରେ ସହାୟକ ହୋଇଥାଏ ଲେମ୍ବୁ। ଲେମ୍ବୁକୁ ଖାଦ୍ୟ ସହ, ପାଣିରେ ଚିପୁଡ଼ି, ଗ୍ରୀନ ଟି’ କିମ୍ବା ଲେମନ ଟି’ କରି ସେବନ କରିପାରିବା। ସାମ୍ପ୍ରତିକ ପରିସ୍ଥିତିରେ ସାରା ବିଶ୍ୱରେ ‘କୋଭିଡ୍‌ -୧୯’ ପ୍ରକୋପ ରହିଛି। ଯେହେତୁ ଲେମ୍ଭୁ ରସ ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ, ତେଣୁ ଏହାକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ। ଲେମ୍ବୁ ରସକୁ ବିଭିନ୍ନ ପ୍ରଣାଳୀରେ ଖାଦ୍ୟ ରୂପେ ଗ୍ରହଣ କରିବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାର ଭୂତାଣୁଜନିତ ରୋଗକୁ ପ୍ରତିରୋଧ କରିହେବ। ହେଲେ ମାତ୍ରାଧିକ ଲେମ୍ଭୁ ରସ ସେବନ କରିବା ଅନୁଚିତ। କାରଣ ଏହାଦ୍ୱାରା ଛାତି ଜ୍ୱାଳା, ବାନ୍ତି, ଓଟାର ଲାଗିବା ସହ ଆମାଶୟ ଜନିତ ସମସ୍ୟା ଦେଖାଯାଏ। ତେଣୁ ଦିନରେ ଅତିବେଶିରେ ୨ ଗୋଟି ଲେମ୍ଭୁ ଖାଇବା ଉଚିତ । ଦୈନନ୍ଦିନ ଖାଦ୍ୟରେ ଲେମ୍ବୁକୁ ଖାଦ୍ୟ ରୂପେ ଖାଇବା ନିତାନ୍ତ ଆବଶ୍ୟକ, ଯଦ୍ଦ୍ବାରା ଆମେ ସୁସ୍ଥ, ନୀରୋଗ ଜୀବନଯାପନ ବିତାଇ ପାରିବା।

-ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ : ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ଆକ୍ସନ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୬।୧୨: ଗତ ପାଞ୍ଚ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ମୁନିରଙ୍କ ହାତରେ ନ୍ୟୁକ୍ଲିଅର ବଟନ୍‌

ଇସ୍‌ଲାମାବାଦ,୬ା୧୨: ପାକିସ୍ତାନ ରାଷ୍ଟ୍ରପତି ଆସିଫ୍‌ ଅଲୀ ଜର୍ଦ୍ଦାରୀଙ୍କ ଅଫିସିଆଲ୍‌ ‘X’ ହ୍ୟାଣ୍ଡେଲରୁ ଶୁକ୍ରବାର ଏକ ପୋଷ୍ଟ କରାଯାଇଛି। ବର୍ତ୍ତମାନ ସିଓଏଏସ୍‌ ଥିବା ଫିଲ୍ଡ ମାର୍ଶଲ ଆସିମ୍‌...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

ଫିକା ପଡ଼ିଲା ଖ୍ରୀଷ୍ଟମାସ ସେଲିବ୍ରେଶନ, ୧୦ ମୃତ ୧୯ ଆହତ

ପ୍ୟାରିସ,୬।୧୨: ଫ୍ରାନ୍ସର ଗୁଆଡେଲୁପର ସେଣ୍ଟ-ଆନରେ ଏକ ଖ୍ରୀଷ୍ଟମାସ କାର୍ଯ୍ୟକ୍ରମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଗାଡ଼ି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେଉଥିବା ଲୋକଙ୍କୁ ଚାପି...

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

ଇଣ୍ଡିଗୋ ବିମାନ ରଦ୍ଦ ପରେ ବି କେମିତି ଧଡାଧଡ ବିକ୍ରି ହେଉଛି ଟିକେଟ! ୩ ଗୁଣା ଅଧିକ ଦାମରେ ବି କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ,୬।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଅନେକ ଦିନ ଧରି ସଂଘର୍ଷ କରୁଛି। ଡିସେମ୍ବର ୨ରୁ ବିମାନ ବାତିଲ ଚାଲିଛି। ଇଣ୍ଡିଗୋ ପ୍ରତିଦିନ ୫୦୦ରୁ ଅଧିକ ବିମାନ ବାତିଲ...

ଶେଷରେ ଟସ୍‌ ଜିତିଲା ଭାରତ: ଖୁସିକୁ ରୋକି ନ ପାରି ରାହୁଲ କରିଦେଲେ…

ନୂଆଦିଲ୍ଲୀ,୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଦିନିକିଆରେ ଭାରତୀୟ ଅଧିନାୟକ କେଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ୨୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri