Posted inଜାତୀୟ

ସ୍ବାସ୍ଥ୍ୟସେବା: ଓଡ଼ିଶା ତଳୁ ତୃତୀୟ

ନୂଆଦିଲ୍ଲୀ, ୨୮ା୧୨: ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ପ୍ରଦାନ କରିବାରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ବଡ଼ ରାଜ୍ୟଗୁଡ଼ିକୁ ନେଇ ପ୍ରସ୍ତୁତ ତାଲିକାରେ ଓଡ଼ିଶା ତଳଆଡ଼ୁ ତୃତୀୟ ସ୍ଥାନରେ ରହିଛି। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ କେରଳ ସର୍ବୋତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନ କରି ନମ୍ବର ୧ରେ ରହିଛି। ଉତ୍ତରପ୍ରଦେଶରେ ଏହି ସେବା ସବୁଠାରୁ ଖରାପ ସ୍ତରରେ ରହିଛି। ତାମିଲନାଡ଼ୁ ଏବଂ ତେଲଙ୍ଗାନା ସ୍ବାସ୍ଥ୍ୟ ପାରାମିଟରରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ନୀତି ଆୟୋଗର ଚତୁର୍ଥ ପର୍ଯ୍ୟାୟ ସ୍ବାସ୍ଥ୍ୟ ସୂଚକାଙ୍କରୁ ଜଣାପଡ଼ିଛି। ୨୦୧୯-୨୦ ବର୍ଷରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ବଡ଼ ଓ ଛୋଟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଦର୍ଶନ ଆଧାରରେ ରିପୋର୍ଟକୁ ୩ ଭାଗରେ ବିଭକ୍ତ କରାଯାଇଛି।
ଥିଙ୍କ୍‌ ଟ୍ୟାଙ୍କ୍‌ ରିପୋର୍ଟ ଅନୁସାରେ, ସାମଗ୍ରିକ ପ୍ରଦର୍ଶନରେ ବିହାର ଓ ମଧ୍ୟପ୍ରଦେଶର ସ୍ଥିତି ମଧ୍ୟ ଭଲନାହିଁ। ଛୋଟ ରାଜ୍ୟଗୁଡ଼ିକ ମଧ୍ୟରେ ମିଜୋରାମ ସବୁଠୁ ଭଲ ପ୍ରଦର୍ଶନ କରିଥିବାବେଳେ ନାଗାଲାଣ୍ଡ ତାଲିକାର ନିମ୍ନରେ ରହିଛି। କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଚଣ୍ଡିଗଡ଼ ଶୀର୍ଷରେ ରହିଥିବାବେଳେ ଏହା ତଳକୁ ଦାଦ୍ରା ଏବଂ ନଗର ହାବେଳି ଦ୍ୱିତୀୟ ଏବଂ ତୃତୀୟରେ ଦିଲ୍ଲୀ ରହିଛି। ପୁଡ଼ୁଚେରୀ ଏବଂ ଜମ୍ମୁ-କଶ୍ମୀର ସାମଗ୍ରିକ ପ୍ରଦର୍ଶନରେ ତାଲିକାର ତଳେ ରହିଛନ୍ତି। ୨୦୧୮-୧୯ ତୁଳନାରେ ଉତ୍ତରପ୍ରଦେଶର ସ୍ବାସ୍ଥ୍ୟ ମାନକରେ ସୁଧାର ଆଣିବାରେ ଏକ ନମ୍ବର ରାଜ୍ୟ ହୋଇପାରିଛି। ରାଜସ୍ଥାନ ଉଭୟ ସାମଗ୍ରିକ ପ୍ରଦର୍ଶନ ଏବଂ ସ୍ବାସ୍ଥ୍ୟସେବା ସୁଧାର ମାନକରେ ଖରାପ ପ୍ରଦର୍ଶନ କରିଛି। ଛୋଟ ରାଜ୍ୟଗୁଡ଼ିକରେ ମିଜୋରାମ ସହ ତ୍ରିପୁରା ମଧ୍ୟ ଭଲ ସ୍ଥାନରେ ରହିଛି। ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ମଧ୍ୟ ସେମାନଙ୍କ ସ୍ବାସ୍ଥ୍ୟସେବା ପ୍ରଦାନରେ ଉନ୍ନତି କରିଛନ୍ତି।
ସ୍ବାସ୍ଥ୍ୟ ସୂଚକାଙ୍କ ସ୍କୋର ଅନୁସାରେ, ୨୦୧୯-୨୦ ବର୍ଷରେ ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ କେରଳକୁ ସର୍ବାଧିକ ୭୪.୬୫ ନମ୍ବର ମିଳିଛି। ଏହା ତଳକୁ ଆନ୍ଧ୍ର ପ୍ରଦେଶକୁ ୬୫.୩୧, ମହାରାଷ୍ଟ୍ରକୁ ୬୪.୫୩, ଗୁଜରାଟକୁ ୬୩.୭୨, ପଞ୍ଜାବକୁ ୬୩.୪୧, ହିମାଚଳ ପ୍ରଦେଶକୁ ୬୩.୧୦ ନମ୍ବର ଦିଆଯାଇଛି। ଏହି ତାଲିକାର ସବୁଠୁ ତଳେ ଥିବା ଉତ୍ତରପ୍ରଦେଶ ୨୯.୧୬ ସ୍କୋର କରିଥିବାବେଳେ ବିହାର ୩୨.୪୩, ଓଡ଼ିଶା ୩୬.୩୫, ମଧ୍ୟପ୍ରଦେଶ ୩୮.୬୯, ଉତ୍ତରାଖଣ୍ଡ ୩୯.୬୧ ନମ୍ବର ହାସଲ କରିଛି। ଛୋଟ ରାଜ୍ୟଗୁଡ଼ିକ ମଧ୍ୟରେ ମିଜୋରାମର ସ୍କୋର ସର୍ବାଧିକ ୭୪.୯୮ ରହିଛି। ଏହା ତଳକୁ ମଣିପୁର ୬୦.୫୯, ମେଘାଳୟ ୫୫.୯୫, ଗୋଆ ୫୧.୯୦ ନମ୍ବର ହାସଲ କରିଛି। ଏହି ତାଲିକାର ନିମ୍ନରେ ଥିବା ନାଗାଲାଣ୍ଡ ୩୮.୫୧ ସ୍କୋର କରିଛି। ସେହିପରି କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଚଣ୍ଡିଗଡ଼ ସର୍ବାଧିକ ୬୭.୦୮ ସ୍କୋର କରିଛି। ଏହା ତଳକୁ ଦାଦ୍ରା ଏବଂ ନଗର ହାବେଳିକୁ ୬୦.୭୩, ଦିଲ୍ଲୀକୁ ୫୨.୨୨, ଡାମନ ଡ୍ୟୁକୁ ୫୧.୦୪ ନମ୍ବର ମିଳିଛି। ପୁଡୁଚେରୀ ୩୧.୮୭ ସ୍କୋର କରି ତାଲିକାର ଶେଷରେ ରହିଛି। ୨୪ ମାନଦଣ୍ଡକୁ ଉପରେ ଏହି ରିପୋର୍ଟ ଆଧାରିତ। ବିଶ୍ୱ ବ୍ୟାଙ୍କର ବୈଷୟିକ ସହାୟତା ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହଯୋଗରେ ରିପୋର୍ଟ ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri