Posted inUncategorized

ସାମ୍ବାଦିକାରୁ ସ୍ବାସ୍ଥ୍ୟମନ୍ତ୍ରୀ

ରଳରେ ବାମପନ୍ଥୀ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏଲ୍‌ଡିଏଫ୍‌) ପୁନଶ୍ଚ କ୍ଷମତାକୁ ଆସିବା ପରେ ପିନରୟୀ ବିଜୟନଙ୍କ ନେତୃତ୍ୱରେ ୨୧ ଜଣିଆ ମନ୍ତ୍ରିମଣ୍ଡଳ ୨୦ ମେ’ରେ ଶପଥ ନେଇଛି। ହେଲେ ସ୍ବାସ୍ଥ୍ୟମନ୍ତ୍ରୀ ଦାୟିତ୍ୱ ବୀଣା ଜର୍ଜଙ୍କୁ ଦିଆଯାଇଥିବାରୁ ଦଳ ଭିତରେ ଓ ବାହାରେ ଗୁଞ୍ଜରଣ ସୃଷ୍ଟି ହୋଇଛି। ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀ ଥିବା କେ.କେ. ଶୈଲେଜା ରାଜ୍ୟରେ ସ୍ବାସ୍ଥ୍ୟ ସେବାରେ ଢେର ଉନ୍ନତି ଆଣିବା ସହ ୨୦୧୮ରେ ନିପା ଭୂତାଣୁଠାରୁ ଆରମ୍ଭ କରି କୋଭିଡ୍‌-୧୯ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦେଶରେ ସ୍ବାସ୍ଥ୍ୟ କ୍ଷେତ୍ରରେ କେରଳ ଏକ ମଡେଲ ରାଜ୍ୟ ଭାବେ ଛିଡ଼ା ହୋଇପାରିବା ତାଙ୍କ ମନ୍ତ୍ରିତ୍ୱ ସମୟରେ ସମ୍ଭବ ହୋଇପାରିଥିଲା ବୋଲି କୁହାଯାଉଛି। ୨୦୨୧ ବିଧାନସଭା ନିର୍ବାଚନରେ ଶୈଲେଜା ବିଜୟୀ ହୋଇଥିଲେ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ନ ପାଇବା ଅନେକଙ୍କୁ ବ୍ୟଥିତ କରିଛି। ଏଭଳି ସ୍ଥଳେ ବୀଣାକୁ ସ୍ବାସ୍ଥ୍ୟମନ୍ତ୍ରୀ ପଦ ଦିଆଯାଇଥିବାରୁ ସରକାରଙ୍କୁ ସମାଲୋଚିତ ହେବାକୁ ପଡ଼ିଛି। ଭାରତୀୟ ରାଜନୀତିରେ ନୂଆ ପରୀକ୍ଷଣ କରାଗଲେ ତାହା ସହଜରେ ଗ୍ରହଣୀୟ ହୋଇ ନ ଥାଏ। ବୟସ୍କମାନେ ଅଧିକ ଧୀସମ୍ପନ୍ନ ବୋଲି ବିଚାର କରାଯାଇ ଆସୁଥିବାରୁ ଯୁବବର୍ଗଙ୍କ ପ୍ରତିଭାକୁ ଅଧିକାଂଶ ସମୟରେ ନୂ୍ୟନ କରି ଦେଖାଯାଏ। ପିନରୟୀ ଯେଉଁ ଚିନ୍ତା ରଖି ବୀଣାଙ୍କ ହାତରେ ସ୍ବାସ୍ଥ୍ୟ ସେବା ଦାୟିତ୍ୱ ଦେଇଛନ୍ତି, ତାହାକୁ ସକାରାତ୍ମକ ଦୃଷ୍ଟିରେ ଦେଖାଯିବା ଉଚିତ। କାରଣ କାର୍ଯ୍ୟ ପ୍ରତି ଅଙ୍ଗିକାରବଦ୍ଧତା ଥିଲେ ଖୁବ୍‌ କମ୍‌ ବୟସରେ ମଧ୍ୟ ଜଣେ ଉଚ୍ଚକୋଟୀର ପ୍ରଦର୍ଶନ କରିପାରିବେ। ଇତିହାସ ଏହାର ଅନେକ ପ୍ରମାଣ ଦେଇଛି।
କେରଳର ଥିରୁଭାନନ୍ତପୁରମ୍‌ରେ ୩ ଅଗଷ୍ଟ ୧୯୭୬ରେ ବୀଣା ଜନ୍ମଗ୍ରହଣ କରିଥିଲେ। ପିତା ଆଡଭୋକେଟ ପି.ଇ. କୁରିଆକୋଜ୍‌ ଓ ମାତା ରୋସାମ୍ମା କୁରିଆକୋଜ୍‌। ବୀଣାଙ୍କ ପ୍ରାଥମିକ ଶିକ୍ଷା ପାଥାନାମ୍‌ଥିଟ୍ଟା ଜିଲାର ମ୍ୟାଲପ୍ରାସ୍ଥିତ ମାଉଣ୍ଟ୍‌ ବିଥାନି ହାଇସ୍କୁଲରେ ହୋଇଥିଲା। ଥିରୁଭାନନ୍ତପୁରମ୍‌ର ମହିଳା ମହାବିଦ୍ୟାଳୟରୁ ସେ ପଦାର୍ଥ ବିଜ୍ଞାନରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ତା’ ପରେ ୟୁନଭର୍ସିଟି ଅଫ୍‌ କେରଳରୁ ବି.ଏଡ୍‌ କରି ସେ ର଼୍ୟାଙ୍କ୍‌ ହୋଲ୍‌ଡର ହୋଇଥିଲେ। ଚାକିରି ଜୀବନ କାଥୋଲିକେଟ୍‌ କଲେଜରେ ଆରମ୍ଭ କରିଥିଲେ। ହେଲେ ବର୍ଷେ ପାଠ ପଢ଼ାଇବା ପରେ ସେ ସାମ୍ବାଦିକତା ଆଡ଼େ ଢଳିଥିଲେ। କାଇରାଲି ଟେଲିଭିଜନ୍‌ରେ ଜଣେ ଟ୍ରେନି ଜର୍ନାଲିଷ୍ଟ ଭାବେ ବୃତ୍ତିଗତ ଜୀବନରେ ପ୍ରବେଶ କରିଥିଲେ। ମନୋରମା ନ୍ୟୁଜ୍‌ ଚ୍ୟାନେଲରେ ଉପସ୍ଥାପିକା ସହ ମର୍ନିଂ ଶୋ ଏବଂ ଅନ୍ତର୍ଜାତୀୟ ଖବର କାର୍ଯ୍ୟକ୍ରମକୁ ସଞ୍ଚାଳନ କରି ମାଲୟାଲମ୍‌ ଟେଲିଭିଜନ୍‌ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ୨୦୧୫ ବେଳକୁ ବୀଣା ଏକ୍‌ଜିକ୍ୟୁଟିଭ୍‌ ଏଡିଟର ପାହ୍ୟାକୁ ଉନ୍ନୀତ ହୋଇଥିଲେ। ଏହା ପରେ ତାଙ୍କ ଜୀବନରେ ଆଉ ଏକ ଟର୍ନିଂ ପଏଣ୍ଟ ଆସିଥିଲା, ତାହା ଥିଲା-ରାଜନୀତି। କୁହାଯାଉଛି ବୀଣା ଉପସ୍ଥାପନ କରୁଥିବା ‘ନାମ୍‌ ମୁନ୍ନୋଟ୍ଟ’ କାର୍ଯ୍ୟକ୍ରମରେ ପିନରୟୀ ଏକ ନିର୍ଦ୍ଦିଷ୍ଟ ଦର୍ଶକଙ୍କ ସହ ମତ ବିନିମୟ କରିବାର ସୁଯୋଗ ପାଇଥିଲେ। ସେତିକି ବେଳେ ବୀଣାଙ୍କ ରାଜନୈତିକ ବିଶ୍ଳେଷଣାତ୍ମକ ଉପସ୍ଥାପନା ଉଚ୍ଚ ପ୍ରଶଂସିତ ହୋଇଥିଲା। ସେଥିପାଇଁ ସେ ଅନେକ ପୁରସ୍କାର ଓ ସମ୍ମାନ ପାଇଥିଲେ। ୧୬ ବର୍ଷର ସାମ୍ବାଦିକତା ଜୀବନରେ ସେ ଅର୍ଜନ କରିଥିବା ଅଭିଜ୍ଞତାକୁ ରାଜନୈତିକ କ୍ଷେତ୍ରରେ ପ୍ରୟୋଗ କରିବାର ସୁଯୋଗ ମିଳିବା ପରେ ସେ ତାହାର ସଦ୍‌ବିନିଯୋଗ କରିଥିଲେ। କଲେଜ ପଢ଼ା ବେଳେ ସେ ଭାରତୀୟ ଛାତ୍ର ମହାସଂଘ (ଏସ୍‌ଏଫ୍‌ଆଇ)ର କର୍ମୀ ଥିଲେ। ଫଳସ୍ବରୂପ ୨୦୧୬ରେ ତାଙ୍କୁ ସିପିଏମ୍‌ ଅରନ୍‌ମୁଲା ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ସେ କଂଗ୍ରେସର ବରିଷ୍ଠ ନେତା କେ. ସିଭାଦାସନ୍‌ ନାୟର୍‌ଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ପାଥାନାମ୍‌ଥିଟ୍ଟା ଲୋକ ସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି ହାରିଯାଇଥିଲେ। ୨୦୨୧ ବିଧାନସଭା ନିର୍ବାଚନରେ ବୀଣା ଅରନ୍‌ମୁଲା ଆସନରୁ ପୁଣି ବିଜୟୀ ହୋଇଛନ୍ତି।
ମାତ୍ର ୪୫ ବର୍ଷ ବୟସରେ ବୀଣା କେରଳର ସ୍ବାସ୍ଥ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କ ପୂର୍ବସୂରୀ ଶୈଲେଜା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଣିଥିବା ଅଭୂତପୂର୍ବ ସଫଳତାକୁ ଛୁଇଁବା ନେଇ ଅନେକେ କଳ୍ପନାଜଳ୍ପନା ପ୍ରକାଶ ପାଉଛି। ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ମଣିଷର ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ସେଥିପାଇଁ ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣି ମହାମାରୀ ମୁକାବିଲା ତାଙ୍କ ଲାଗି ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ସାମ୍ବାଦିକତା ଜୀବନରେ କରିଥିବା ସଂଘର୍ଷରୁ ଯିଏ ସଫଳତା ପାଇ ଆଗକୁ ବଢ଼ିଛନ୍ତି, ସେ ଜନସେବା କ୍ଷେତ୍ରରେ ଅଧିକ ପରିଶ୍ରମ କରି ପରିବର୍ତ୍ତନ ଆଣିପାରିବେ ବୋଲି ଆଶା କରାଯିବା ସ୍ବାଭାବିକ।
ସ୍ବାମୀ ଡକ୍ଟର ଜର୍ଜ ଯୋଶେଫ୍‌ ଓ ଦୁଇ ସନ୍ତାନଙ୍କୁ ନେଇ ବୀଣାଙ୍କ ସଂସାର। ଯୋଶେଫ୍‌ ଉଚ୍ଚ ମାଧ୍ୟମିକ ସ୍କୁଲର ଶିକ୍ଷକ। ନିଜ ପରିବାର ସହ କେରଳବାସୀଙ୍କ ସ୍ବାସ୍ଥ୍ୟ ଦାୟିତ୍ୱ ଏବେ ବୀଣାଙ୍କ ଉପରେ ନ୍ୟସ୍ତ।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

CSK ବିପକ୍ଷ ମ୍ୟାଚ୍‌ବେଳେ କାନ୍ଦି ପକାଇଲେ ରବିନ୍ଦ୍ର ଜାଡେଜା: ପଛରେ ରହିଛି ଏମିତି କାରଣ…

ନୂଆଦିଲ୍ଲୀ,୩୧।୩: ଭାରତୀୟ ଷ୍ଟାର କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ IPL ୨୦୨୬ ନାଟକୀୟ ଭାବରେ ବଦଳି ଯାଇଛି। ଯେଉଁ ଦଳ ପାଇଁ ସେ ପୂର୍ବ ସିଜନ ପର୍ଯ୍ୟନ୍ତ ନିଜ…

IPL 2026: ଆରମ୍ଭ ହେଲା ଟିକେଟ୍ ବୁକିଂ, ଘରେ ବସି ଏଭଳି ବୁକ୍‌ କରନ୍ତୁ , ମିଳିବ ସିଟ୍‌

ନୂଆଦିଲ୍ଲୀ,୨୯।୩: ୨୮ ମାର୍ଚ୍ଚରୁ ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ RCB ବନାମ SRH ମଧ୍ୟରେ ପ୍ରଥମ ମୁକାବିଲା ସହ ଆଇପିଏଲ୍‌ର ନୂଆ ସିଜିନ୍ ଆରମ୍ଭ ହୋଇଛି।। ଟିକେଟ୍…

୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ: ଏବେ ବି ଟୋକନ ଅପେକ୍ଷାରେ…

ଭୁବନେଶ୍ୱର,୨୫।୩: ରାଜ୍ୟରେ ୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ। ଏବେ ବି ୧ ଲକ୍ଷ ୬୩ ହଜାର ଚାଷୀ ୭ ଦିନ ପରେ…

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

ଜାରି ହେଲା ନୂଆ ସିଡ୍ୟୁଲ, ଜାଣନ୍ତୁ ରୋହିତ ବିରାଟ ଖେଳିବେ କେତୋଟ ମ୍ୟାଚ

ନୂଆଦିଲ୍ଲୀ,୨୧।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ଅପେକ୍ଷା ଶେଷରେ ଶେଷ ହେବାକୁ ଯାଉଛି, ଟୁର୍ଣ୍ଣାମେଣ୍ଟ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଉଦଘାଟନୀ ମ୍ୟାଚ…

କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ

ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍‌ କରି…

ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା 

ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…

୫ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ) : ରାଜ୍ୟରେ ଦିନ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri