Posted inUncategorized

ସାମ୍ବାଦିକାରୁ ସ୍ବାସ୍ଥ୍ୟମନ୍ତ୍ରୀ

ରଳରେ ବାମପନ୍ଥୀ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏଲ୍‌ଡିଏଫ୍‌) ପୁନଶ୍ଚ କ୍ଷମତାକୁ ଆସିବା ପରେ ପିନରୟୀ ବିଜୟନଙ୍କ ନେତୃତ୍ୱରେ ୨୧ ଜଣିଆ ମନ୍ତ୍ରିମଣ୍ଡଳ ୨୦ ମେ’ରେ ଶପଥ ନେଇଛି। ହେଲେ ସ୍ବାସ୍ଥ୍ୟମନ୍ତ୍ରୀ ଦାୟିତ୍ୱ ବୀଣା ଜର୍ଜଙ୍କୁ ଦିଆଯାଇଥିବାରୁ ଦଳ ଭିତରେ ଓ ବାହାରେ ଗୁଞ୍ଜରଣ ସୃଷ୍ଟି ହୋଇଛି। ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀ ଥିବା କେ.କେ. ଶୈଲେଜା ରାଜ୍ୟରେ ସ୍ବାସ୍ଥ୍ୟ ସେବାରେ ଢେର ଉନ୍ନତି ଆଣିବା ସହ ୨୦୧୮ରେ ନିପା ଭୂତାଣୁଠାରୁ ଆରମ୍ଭ କରି କୋଭିଡ୍‌-୧୯ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦେଶରେ ସ୍ବାସ୍ଥ୍ୟ କ୍ଷେତ୍ରରେ କେରଳ ଏକ ମଡେଲ ରାଜ୍ୟ ଭାବେ ଛିଡ଼ା ହୋଇପାରିବା ତାଙ୍କ ମନ୍ତ୍ରିତ୍ୱ ସମୟରେ ସମ୍ଭବ ହୋଇପାରିଥିଲା ବୋଲି କୁହାଯାଉଛି। ୨୦୨୧ ବିଧାନସଭା ନିର୍ବାଚନରେ ଶୈଲେଜା ବିଜୟୀ ହୋଇଥିଲେ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ନ ପାଇବା ଅନେକଙ୍କୁ ବ୍ୟଥିତ କରିଛି। ଏଭଳି ସ୍ଥଳେ ବୀଣାକୁ ସ୍ବାସ୍ଥ୍ୟମନ୍ତ୍ରୀ ପଦ ଦିଆଯାଇଥିବାରୁ ସରକାରଙ୍କୁ ସମାଲୋଚିତ ହେବାକୁ ପଡ଼ିଛି। ଭାରତୀୟ ରାଜନୀତିରେ ନୂଆ ପରୀକ୍ଷଣ କରାଗଲେ ତାହା ସହଜରେ ଗ୍ରହଣୀୟ ହୋଇ ନ ଥାଏ। ବୟସ୍କମାନେ ଅଧିକ ଧୀସମ୍ପନ୍ନ ବୋଲି ବିଚାର କରାଯାଇ ଆସୁଥିବାରୁ ଯୁବବର୍ଗଙ୍କ ପ୍ରତିଭାକୁ ଅଧିକାଂଶ ସମୟରେ ନୂ୍ୟନ କରି ଦେଖାଯାଏ। ପିନରୟୀ ଯେଉଁ ଚିନ୍ତା ରଖି ବୀଣାଙ୍କ ହାତରେ ସ୍ବାସ୍ଥ୍ୟ ସେବା ଦାୟିତ୍ୱ ଦେଇଛନ୍ତି, ତାହାକୁ ସକାରାତ୍ମକ ଦୃଷ୍ଟିରେ ଦେଖାଯିବା ଉଚିତ। କାରଣ କାର୍ଯ୍ୟ ପ୍ରତି ଅଙ୍ଗିକାରବଦ୍ଧତା ଥିଲେ ଖୁବ୍‌ କମ୍‌ ବୟସରେ ମଧ୍ୟ ଜଣେ ଉଚ୍ଚକୋଟୀର ପ୍ରଦର୍ଶନ କରିପାରିବେ। ଇତିହାସ ଏହାର ଅନେକ ପ୍ରମାଣ ଦେଇଛି।
କେରଳର ଥିରୁଭାନନ୍ତପୁରମ୍‌ରେ ୩ ଅଗଷ୍ଟ ୧୯୭୬ରେ ବୀଣା ଜନ୍ମଗ୍ରହଣ କରିଥିଲେ। ପିତା ଆଡଭୋକେଟ ପି.ଇ. କୁରିଆକୋଜ୍‌ ଓ ମାତା ରୋସାମ୍ମା କୁରିଆକୋଜ୍‌। ବୀଣାଙ୍କ ପ୍ରାଥମିକ ଶିକ୍ଷା ପାଥାନାମ୍‌ଥିଟ୍ଟା ଜିଲାର ମ୍ୟାଲପ୍ରାସ୍ଥିତ ମାଉଣ୍ଟ୍‌ ବିଥାନି ହାଇସ୍କୁଲରେ ହୋଇଥିଲା। ଥିରୁଭାନନ୍ତପୁରମ୍‌ର ମହିଳା ମହାବିଦ୍ୟାଳୟରୁ ସେ ପଦାର୍ଥ ବିଜ୍ଞାନରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ତା’ ପରେ ୟୁନଭର୍ସିଟି ଅଫ୍‌ କେରଳରୁ ବି.ଏଡ୍‌ କରି ସେ ର଼୍ୟାଙ୍କ୍‌ ହୋଲ୍‌ଡର ହୋଇଥିଲେ। ଚାକିରି ଜୀବନ କାଥୋଲିକେଟ୍‌ କଲେଜରେ ଆରମ୍ଭ କରିଥିଲେ। ହେଲେ ବର୍ଷେ ପାଠ ପଢ଼ାଇବା ପରେ ସେ ସାମ୍ବାଦିକତା ଆଡ଼େ ଢଳିଥିଲେ। କାଇରାଲି ଟେଲିଭିଜନ୍‌ରେ ଜଣେ ଟ୍ରେନି ଜର୍ନାଲିଷ୍ଟ ଭାବେ ବୃତ୍ତିଗତ ଜୀବନରେ ପ୍ରବେଶ କରିଥିଲେ। ମନୋରମା ନ୍ୟୁଜ୍‌ ଚ୍ୟାନେଲରେ ଉପସ୍ଥାପିକା ସହ ମର୍ନିଂ ଶୋ ଏବଂ ଅନ୍ତର୍ଜାତୀୟ ଖବର କାର୍ଯ୍ୟକ୍ରମକୁ ସଞ୍ଚାଳନ କରି ମାଲୟାଲମ୍‌ ଟେଲିଭିଜନ୍‌ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ୨୦୧୫ ବେଳକୁ ବୀଣା ଏକ୍‌ଜିକ୍ୟୁଟିଭ୍‌ ଏଡିଟର ପାହ୍ୟାକୁ ଉନ୍ନୀତ ହୋଇଥିଲେ। ଏହା ପରେ ତାଙ୍କ ଜୀବନରେ ଆଉ ଏକ ଟର୍ନିଂ ପଏଣ୍ଟ ଆସିଥିଲା, ତାହା ଥିଲା-ରାଜନୀତି। କୁହାଯାଉଛି ବୀଣା ଉପସ୍ଥାପନ କରୁଥିବା ‘ନାମ୍‌ ମୁନ୍ନୋଟ୍ଟ’ କାର୍ଯ୍ୟକ୍ରମରେ ପିନରୟୀ ଏକ ନିର୍ଦ୍ଦିଷ୍ଟ ଦର୍ଶକଙ୍କ ସହ ମତ ବିନିମୟ କରିବାର ସୁଯୋଗ ପାଇଥିଲେ। ସେତିକି ବେଳେ ବୀଣାଙ୍କ ରାଜନୈତିକ ବିଶ୍ଳେଷଣାତ୍ମକ ଉପସ୍ଥାପନା ଉଚ୍ଚ ପ୍ରଶଂସିତ ହୋଇଥିଲା। ସେଥିପାଇଁ ସେ ଅନେକ ପୁରସ୍କାର ଓ ସମ୍ମାନ ପାଇଥିଲେ। ୧୬ ବର୍ଷର ସାମ୍ବାଦିକତା ଜୀବନରେ ସେ ଅର୍ଜନ କରିଥିବା ଅଭିଜ୍ଞତାକୁ ରାଜନୈତିକ କ୍ଷେତ୍ରରେ ପ୍ରୟୋଗ କରିବାର ସୁଯୋଗ ମିଳିବା ପରେ ସେ ତାହାର ସଦ୍‌ବିନିଯୋଗ କରିଥିଲେ। କଲେଜ ପଢ଼ା ବେଳେ ସେ ଭାରତୀୟ ଛାତ୍ର ମହାସଂଘ (ଏସ୍‌ଏଫ୍‌ଆଇ)ର କର୍ମୀ ଥିଲେ। ଫଳସ୍ବରୂପ ୨୦୧୬ରେ ତାଙ୍କୁ ସିପିଏମ୍‌ ଅରନ୍‌ମୁଲା ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ସେ କଂଗ୍ରେସର ବରିଷ୍ଠ ନେତା କେ. ସିଭାଦାସନ୍‌ ନାୟର୍‌ଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ପାଥାନାମ୍‌ଥିଟ୍ଟା ଲୋକ ସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି ହାରିଯାଇଥିଲେ। ୨୦୨୧ ବିଧାନସଭା ନିର୍ବାଚନରେ ବୀଣା ଅରନ୍‌ମୁଲା ଆସନରୁ ପୁଣି ବିଜୟୀ ହୋଇଛନ୍ତି।
ମାତ୍ର ୪୫ ବର୍ଷ ବୟସରେ ବୀଣା କେରଳର ସ୍ବାସ୍ଥ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କ ପୂର୍ବସୂରୀ ଶୈଲେଜା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଣିଥିବା ଅଭୂତପୂର୍ବ ସଫଳତାକୁ ଛୁଇଁବା ନେଇ ଅନେକେ କଳ୍ପନାଜଳ୍ପନା ପ୍ରକାଶ ପାଉଛି। ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ମଣିଷର ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ସେଥିପାଇଁ ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣି ମହାମାରୀ ମୁକାବିଲା ତାଙ୍କ ଲାଗି ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ସାମ୍ବାଦିକତା ଜୀବନରେ କରିଥିବା ସଂଘର୍ଷରୁ ଯିଏ ସଫଳତା ପାଇ ଆଗକୁ ବଢ଼ିଛନ୍ତି, ସେ ଜନସେବା କ୍ଷେତ୍ରରେ ଅଧିକ ପରିଶ୍ରମ କରି ପରିବର୍ତ୍ତନ ଆଣିପାରିବେ ବୋଲି ଆଶା କରାଯିବା ସ୍ବାଭାବିକ।
ସ୍ବାମୀ ଡକ୍ଟର ଜର୍ଜ ଯୋଶେଫ୍‌ ଓ ଦୁଇ ସନ୍ତାନଙ୍କୁ ନେଇ ବୀଣାଙ୍କ ସଂସାର। ଯୋଶେଫ୍‌ ଉଚ୍ଚ ମାଧ୍ୟମିକ ସ୍କୁଲର ଶିକ୍ଷକ। ନିଜ ପରିବାର ସହ କେରଳବାସୀଙ୍କ ସ୍ବାସ୍ଥ୍ୟ ଦାୟିତ୍ୱ ଏବେ ବୀଣାଙ୍କ ଉପରେ ନ୍ୟସ୍ତ।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

RCB-RR ପରେ ଶାହରୁଖ ଖାନଙ୍କ KKR ହେବ ବିକ୍ରି! IPL ୨୦୨୬ ନିଲାମ ପରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ମିନି ନିଲାମ ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅନୁଷ୍ଠିତ ହୋଇଥିଲା। ନିଲାମର ତିନି...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଟ୍ରାଇଗ୍ଲିସେରାଇଡ୍ ବୃଦ୍ଧିକୁ ନେଇ ଚିନ୍ତିତ କି? ଖାଆନ୍ତୁ ଏହି ସୁପରଫୁଡ୍

ନୂଆଦିଲ୍ଲୀ,୧୭ା୧୨:  ଯଦି ଉଚ୍ଚ ଟ୍ରାଇଗ୍ଲିସେରାଇଡ୍ ସମସ୍ୟାର ତୁରନ୍ତ ସମାଧାନ କରାନଯାଏ, ତେବେ ଗମ୍ଭୀର ଏବଂ ମାରାତ୍ମକ ହୃଦରୋଗର ଆଶଙ୍କା ବହୁଗୁଣିତ ହୋଇପାରେ। ଉଚ୍ଚ ଟ୍ରାଇଗ୍ଲିସେରାଇଡ୍ ହ୍ରାସ କରିବା...

କିଡନୀ ରୋଗରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟଣା, ସରକାରୀ ସହାୟତା ପାଇଁ ଅନୁରୋଧ

ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ବହଳପଦର ପଞ୍ଚାୟତର ସୁରଧାପାଲି ( ହୋତାପାଲି) ଗ୍ରାମରେ ଗତ ସପ୍ତାହରେ ୪ ଦିନ ମଧ୍ୟରେ...

ମହିଳାଙ୍କଠାରେ ଏହି ୭ ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୃଦଘାତ…

ନୂଆଦିଲ୍ଲୀ,୧୫।୧୨: ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା। କିନ୍ତୁ ଅନେକ କ୍ଷେତ୍ରରେ, ହୃଦଘାତର ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ, ବିଶେଷକରି ମହିଳାଙ୍କ କ୍ଷେତ୍ରରେ।...

ଦମ ଦେଖାଇଲା ଭାରତ, ପାକିସ୍ତାନକୁ ୯୦ ରନରେ ହରାଇଲା

ନୂଆଦିଲ୍ଲୀ,୧୫।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ବହୁ ପ୍ରତୀକ୍ଷିତ ମ୍ୟାଚରେ, ଭାରତୀୟ ଦଳ ଏକ ଚମତ୍କାର...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri