Posted inଜାତୀୟ

ମା’ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ, ସରୋଗେସି ମାଧ୍ୟମରେ…

ଚଣ୍ଡିଗଡ଼,୩୦।୮: ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଆରତୀ ସିଂହ ରାଓଙ୍କ ଘରେ ଏବେ ଖଉସିର ଲହରି। ଏହି ଖୁସି ତାଙ୍କ ମାଆ ହେବାର, ହଁ, ଆରତୀ ସରୋଗେସି ମାଧ୍ୟମରେ ସିଙ୍ଗଲ ମଦର ହୋଇଛନ୍ତି ଏବଂ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ତାଙ୍କ ପୁଅର ନାମ ରାଓ ଜୟବୀର ସିଂହ ରଖାଯାଇଛି। ଏହି କୁନି ଅତିଥି, ଯିଏ ଏବେ ତିନି ମାସର, ତାଙ୍କ ଜୀବନରେ ନୂଆ ଖୁସି ଏବଂ ଆଶା ଆଣିଛନ୍ତି। ଏହି ଖବର କେବଳ ତାଙ୍କ ପରିବାର ନୁହେଁ ବରଂ ତାଙ୍କ ପ୍ରଶଂସକ ଏବଂ ସମର୍ଥକମାନଙ୍କୁ ମଧ୍ୟ ଉତ୍ସାହରେ ଭରି ଦେଇଛି।
ଆରତୀ ରାଓ ସରୋଗେସି ମାଧ୍ୟମରେ ମାଆ ହେବାକୁ ନିଷ୍ପତ୍ତି ନେଇଥିଲେ, ଯାହା ତାଙ୍କ ବ୍ୟକ୍ତିଗତ ଜୀବନର ଏକ ସୁନ୍ଦର ମୁହୂର୍ତ୍ତ। ତାଙ୍କ ପୁଅ ଜୟବୀର ସିଂହ ତାଙ୍କ ମନ୍ତ୍ରୀ ବାସଭବନରେ ପାଳିତ ହେଉଛନ୍ତି। ଯଦିଓ ରାଓ ପରିବାର ଏହି କଥାକୁ ଗୋପନ ରଖିଥିଲେ, ତାଙ୍କ ବ୍ୟକ୍ତିଗତ ସହାୟକ ନବୀନ ଯାଦବ ଏହାକୁ ନିଶ୍ଚିତ କରିଛନ୍ତି। ଏହା ବିଶ୍ୱାସ କରାଯାଉଛି ଯେ ଜୟବୀର ଆଗାମୀ ସମୟରେ ତାଙ୍କ ମାଆଙ୍କ ପିତା ରାଓ ଇନ୍ଦ୍ରଜିତ ସିଂହଙ୍କ ରାଜନୈତିକ ଯାତ୍ରାକୁ ଆଗକୁ ବଢ଼ାଇ ପାରିବେ।
ଆରତୀ ରାଓ ସରୋଗେସି ମାଧ୍ୟମରେ ମାଆ ହେବା ପାଇଁ ସମସ୍ତ ଆଇନଗତ ପ୍ରକ୍ରିୟା ଅନୁସରଣ କରିଥିଲେ। ସେ ପ୍ରଥମେ କୋର୍ଟରୁ ଅନୁମତି ନେଇଥିଲେ ଏବଂ ପରେ ସମଗ୍ର ପ୍ରକ୍ରିୟା ଅନୁସରଣ କରିଥିଲେ। ପରିବାର ଏହି ନିଷ୍ପତ୍ତିରେ ତାଙ୍କୁ ପୂର୍ଣ୍ଣ ସମର୍ଥନ କରିଥିଲେ।
ଆରତୀ ରାଓ ହେଉଛନ୍ତି କେନ୍ଦ୍ର ମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂହଙ୍କ ଝିଅ ଏବଂ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଓ ବୀରେନ୍ଦ୍ର ସିଂହଙ୍କ ନାତୁଣୀ। ତାଙ୍କ ସାନ ଭଉଣୀ ଭାରତୀ ରାଓ, ଯିଏ ଦୁଇଟି ପୁଅର ମାଆ ଏବଂ ରାଜନୀତିରୁ ଦୂରରେ ରହନ୍ତି। ଆରତୀ ତାଙ୍କ ପିତାଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ରାଜନୀତିକୁ ଆସିଥିଲେ ଏବଂ ତାଙ୍କ ଚିନ୍ତାଧାରା ଆଗକୁ ନେଉଛନ୍ତି। ତାଙ୍କ ଜେଜେବାପା ରାଓ ବୀରେନ୍ଦ୍ର ସିଂହ ମଧ୍ୟ ଆଟେଲିର ବିଧାୟକ ଥିଲେ ଏବଂ ହରିୟାଣାର ମୁଖ୍ୟମନ୍ତ୍ରୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri